Home ଜିଲ୍ଲା ପରିକ୍ରମା ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ଜେସିସି ଓ ବିଜୟଭାନୁ ମେମୋରିଆଲ...

ଓସିଏ ‘ଭିଜନ-୨୦୨୪’ ଆନ୍ତଃ ଜିଲ୍ଲା କ୍ଲବ ସିନିୟର ଲିଗ୍ ଟୁର୍ଣ୍ଣାମେଣ୍ଟ, ଜେସିସି ଓ ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ (ରେଡ)ବିଜୟୀ

6

ଭଦ୍ରକ, ୧୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚରମ୍ପା ରେଲୱେ ଗ୍ରାଉଣ୍ଡ ଓ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆ ଦୁଇଟି ସ୍ଥାନରେ ଓଡ଼ିଶା କ୍ରିକେଟ ଆସୋସିଏସନ ଆନୁକୁଲ୍ୟରେ ‘ଭିଜନ-୨୦୨୪’ ପରିପ୍ରେକ୍ଷୀରେ ଜିଲ୍ଳା କ୍ରିକେଟ ଆସୋସିସିଏସନ ଦ୍ୱାରା ଆଜିଠାରୁ ଆନ୍ତଃ ଜିଲ୍ଳା ସିନିୟର କ୍ଲବ ଲିଗ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ଆଜି ଅନୁଷ୍ଠିତ ୨ଟି ମ୍ୟାଚ ମଧ୍ୟରୁ ଗୋଟିଏ ମ୍ୟାଚରେ ଚରମ୍ପାର ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ (ରେଡ) ବିଜୟୀ ହୋଇଥିବା ବେଳେ ଅନ୍ୟ ଏକ ମ୍ୟାଚରେ ଜଗନ୍ନାଥପୁର କ୍ରିକେଟ କ୍ଳବ ବିଜୟୀ ହୋଇଛି । ଆଜି ଭଦ୍ରକ କଲେଜ ପଡ଼ିଆରେ ଅନୁଷ୍ଠିତ ମ୍ୟାଚ ଜଗନ୍ନାଥପୁର କ୍ରକେଟ କ୍ଳବ (ଜେସିସି) ଓ କଳିଙ୍ଗ କ୍ଳବ ମଧ୍ୟରେ ଖେଳା ଯାଇଥିଲା । କଳିଙ୍ଗ କ୍ଳବ ଟସ୍ ଜିତି ଫିଲ୍‌୍‌ଡିଂ କରିବାକୁ ନିଷ୍ପତି ନେଇଥିଲା । ଜେସିସି ବ୍ୟାଟିଂ କରି ୫୦ ଓଭରରେ ୭ ଉଇକେଟ ହରାଇ ୩୦୪ ରନ କରିଥିଲା । ଦଳ ପକ୍ଷରୁ ବିଶ୍ୱନାଥ ନାୟକ୬୭, ସତ୍ୟକାମ ଭରଦ୍ୱାଜ ୫୧, ଶାନ୍ତନୁ ଦାସ ୪୭, କ୍ଷମାସାଗର ଦାସ ୩୧, ସମ୍ବିତ କୁମାର ସାମଲ ୩୧ ରନ କରିଥିଲେ । କଳିଙ୍ଗ କ୍ଲବ ପକ୍ଷରୁ ଲକ୍ଷ୍ମୀଧର ମହାରଣା ଓ ଅନିଲ ଉପାଧ୍ୟାୟ ୨ଟି ଲେଖାଏ ଉଇକେଟ ନେଇଥିଲେ । ଦ୍ୱିତୀୟ ଇନିଙ୍ଗ୍‌ସରେ କଳିଙ୍ଗ କ୍ଲବ ୨୪ ଓଭରରେ ମାତ୍ର ୯୪ ରନ କରି ଅଲ୍ ଆଉଟ ହୋଇ ମ୍ୟାଚ ହାରିଥିଲେ । ଦଳ ପକ୍ଷରୁ ଅଂଶୁମାନ ମହାନ୍ତି ୨୧ ଓ ଲକ୍ଷ୍ମୀଧର ମହାରଣା ୨୦ ରନ କରିଥିବା ବେଳେ ଜେସିସି ପକ୍ଷରୁ ସତ୍ୟକାମ ଭରଦ୍ୱାଜ ୪ଟି ଓ ଶଚିଦ୍ଦାନନ୍ଦ ବଳ ୨ଟି ଉଇକେଟ ନେଇଥିଲେ ।

ସତ୍ୟକାମଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । ସେହିପରି ଅନ୍ୟ ଏକ ମ୍ୟାଚ ରେଲୱେ ଗ୍ରାଉଣ୍ଡରେ ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ (ରେଡ) ଓ ବିଜୟଭାନୁ ମେମୋରିଆଲ କ୍ରିକେଟ ଏକାଡେମୀ (ଗ୍ରୀନ) ମଧ୍ୟରେ ଖେଳା ଯାଇଥିଲା । ଗ୍ରୀନ ଦଳ ଟସ୍ ଜିତି ବ୍ୟାଟିଂ କରି ୪୫ ଓଭରରେ ୯ ଉଇକେଟ ହରାଇ ୩୦୫ ରନ କରିଥିଲା । ଦଳ ପକ୍ଷରୁ ସାହିଲ ଖାନ ୧୪୯, ଅଜୟ କୁମାର ନାୟକ ୩୬ ଓ ଚିରଂଜିବ ବେହେରା ୨୭ ରନ କରିଥିଲେ । ରେଡ ପକ୍ଷରୁ କୌଶିକ କୁମାର ସାହୁ ୪ଟି ଓ ପାର୍ଥ ସାରଥୀ ନାୟକ ୩ଟି ଉଇକେଟ ନେଇଥିଲେ । ଦ୍ୱିତୀୟ ଇନିଙ୍ଗ୍‌ସରେ ରେଡ ଦଳ ବ୍ୟାଟିଂ କରି ୪୩.୧ ଓଭରରେ ୪ ଉଇକେଟ ହରାଇ ୩୦୬ରନ ସଂଗ୍ରହ କରି ମ୍ୟାଚକୁ ୬ ଉଇକେଟରେ ଜିତିଥିଲା । ଦଳର ଅବିନାଶ ସିଂହ ୧୪୪, ପାର୍ଥସାରଥୀ ନାୟକ ୫୮ ଓ ଆକାଶ ମହାପାତ୍ର ୩୪ ରନ କରିଥିଲେ । ଗ୍ରୀନ ପକ୍ଷରୁ ଗୌରବ କୁମାର ବାରିକ ୨ଟି ଓ କୁନ୍ଦନ କୁମାର ଗୋଟିଏ ଉଇକେଟ ନେଇଥିଲେ । ଅବିନାଶ ସିଂହଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ବିବେଚିତ କରାଯାଇଥିଲା । କଲେଜ ପଡ଼ିଆରେ ସତ୍ୟବ୍ରତ ଜେନା ଓ ସାର୍ଥକ ବିଶ୍ୱାଳ ଅମ୍ପାୟାର ଥିବା ବେଳେ ସସ୍ମିତା ସାହୁ ଓ ଅସିତ ଦାସ ସ୍କୋରର ଥିଲେ । ସେହିଭଳି ରେଲୱେ ଗ୍ରାଉଣ୍ଡରେ ଲଲାଟ କେଶରୀ ନନ୍ଦ ଓ ଦେବବ୍ରତ ଦାସ ଅମ୍ପାୟାର ଥିବା ବେଳେ ପ୍ରଦିପ୍ତ କୁମାର ନାୟକ ଓ ବି. ମୋହନ ରାଓ ସ୍କୋରର ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.