ଓଡ଼ିଶା

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୯ମୃତ ଓ ୬ଆହତ

ପାରଳାଖେମୁଣ୍ଡି, ୧୪ା୨(ଓଡିଆ ପୁଅ/ ପ୍ରଶାନ୍ତ କୁମାର ନାୟକ)- ଗଜପତି ଜିଲ୍ଲା କାଶିନଗର ବ୍ଳକର ପାର୍ତଡା ପଞ୍ଚାୟତର ତଳ ପାର୍ତଡା ଗ୍ରାମ ଉପର ମୁଣ୍ଡରେ ଥିବା ଘାଟିରାସ୍ତାରେ ଏକ ଇଟା ବୋଝେଇ ଟିପର ଓଡି- ୨୦- ୬୧୧୮ଗାଡି ଦୁର୍ଘଟଣାଗସ୍ତ ହୋଇ ଘଟଣାସ୍ଥଳରେ ହିଁ ୫ଜଣ ମୃତ୍ୟୁବରଣ କରିଥିଲେ। ଖବରପାଇଁ ଘଟଣାସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଅନ୍ୟ ୧୦ଜଣ ଆହତଙ୍କୁ ପାରଳାଖେମୁଣ୍ଡି ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଉକ୍ତ ୧୦ଆହତଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ଚିକିତ୍ସାଳୟ ଠାରେ ୨ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ୨ଗୁରୁତରଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର ସମୟରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ଏହିପରି ମୋଟ ୯ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୬ଜଣ ଏବେ ଚିକିତ୍ସାଧିନ ଅବସ୍ଥାରେ ରହିଥିବାର ସୂଚନା ମିଳିଛି। ଖବରପାଇଁ ଘଟଣାସ୍ଥଳରେ ପାରଳାଖେମୁଣ୍ଡି ବିଧାୟକ କେ.ସୁରିୟା ରାଓ, ଗୁମ୍ମା ବିଡିଓ ସୁବାଦାର ପ୍ରଧାନ ପ୍ରମୁଖ ପହଞ୍ଚି ସେଠାରୁ ଆହତମାନଙ୍କୁ ଚିକିତ୍ସାଳୟ ପଠାଇବା ବ୍ୟବସ୍ଥା କରିଥିଲେ। ପ୍ରଶାସନ ପକ୍ଷରୁ ମୃତକମାନଙ୍କୁ ହରିଶଚନ୍ଦ୍ର ଯୋଜନାରେ ଶବ ସକ୍ରାର ପାଇଁ ଆର୍ଥିକ ସହାୟତା ଯୋଗାଇବାର ବ୍ୟବସ୍ଥା ହୋଇଥିବା ବେଳେ ଆହତମାନଙ୍କୁ ରେଡକ୍ରସ ପାଣ୍ଠିରୁ ସହାୟତା ରାଶି ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲାପାଳ ଧୃବରାଜ ପାଣ୍ଡେ, ଉପଜିଲାପାଳ ରଞ୍ଜନ ବିଶ୍ୱାଳ, ପୋଲିସ ଏସଡିପିଓ ଠାକୁର ପ୍ରସାଦ ପାତ୍ର ପ୍ରମୁଖ ଜିଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ଉପସ୍ଥିତ ରହି ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରୁଥିବାର ଦେଖିବାକୁ ମିଳିଛି। ଏସମ୍ପର୍କରେ ପାରଳାଖେମୁଣ୍ଡି ଥାନାରେ ୩୨/୧୮ ନଂରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲୁ ଜାରି ରହିଥିବା ପାରଳାଖେମୁଣ୍ଡି ଥାନା ଅଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି। ତେବେ ଗାଡିଟି ଭାରସାମ୍ୟ ହରାଇ ଉକ୍ତ ରାସ୍ତାରୁ ପ୍ରାୟ ୫୦ ଫୁଟ ଘାଟି ତଳକୁ ଖସିଯିବାରୁ ଏହିପରି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଗାଡି ଡାଲା ଉପରେ ବସିଥିବା ୧୫ଜଣ ଶ୍ରମିକଙ୍କ ମଧ୍ୟରୁ ଜିନେଶ ଭୁୟାଁଙ୍କ ଘର ଗୁମ୍ମା ବ୍ଳକ ସେରଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ଅନ୍ୟ ସମସ୍ତେ ଗୁମ୍ମା ବ୍ଳକ ଅନ୍ତର୍ଗତ ଅନୁକୁମ୍ବା ଗ୍ରାମର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ୪ଜଣ ମହିଳା ରହିଥିବାବେଳେ ଅନ୍ୟ ସମସ୍ତେ ପୁରୁଷ ବୋଲି ଜଣାପଡିଛି। ମୃତକମାନେ ହେଲେ ମିଲିକା ଗମାଙ୍ଗ(ମହିଳା), ସିତା ଗମାଙ୍ଗ(ମହିଳା), ଏସପନି ଗମାଙ୍ଗ(ମହିଳା), ଗାସିନି ଗମାଙ୍ଗ(ମହିଳା), ଜିନେଶ ଭୁୟାଁ(ପୁରୁଷ), ମିଇଷ୍ଟନ ଙୁୟାଁ(ପୁରୁଷ), ଏସନି ଗମାଙ୍ଗ(ପୁରୁଷ)। ସେହିପରି ବ୍ରହ୍ମପୁର ସ୍ଥାନାନ୍ତର ସମୟରେ ଅଭିଜାନ ଭୁୟାଁ(ପୁରୁଷ), ସୁଜନ ଗମାଙ୍ଗ(ପୁରୁଷ)ଙ୍କର ମୃତ୍ୟୁ ଘଟିଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top