ଜିଲ୍ଲା ପରିକ୍ରମା

ଭଦ୍ରକ : ସ୍ୱାଧୀନତା ସଂଗ୍ରାମୀ ମୁକ୍ତିକାନ୍ତ ଗୋସ୍ୱାମୀଙ୍କ ଶ୍ରାଦ୍ଧବାର୍ଷିକୀ

ଭଦ୍ରକ, ୧୬ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ)  : ଏହି ଜିଲାର ଧାମନଗର ବ୍ଲକ ଧୂଷୁରୀ ପଞ୍ଚାୟତ  ଅନ୍ତର୍ଗତ ସୂର୍ଯ୍ୟପୁର ଗ୍ରାମର ଆଦର୍ଶ ଶିକ୍ଷକ ସ୍ୱାଧୀନତା ସଂଗ୍ରାମୀ ତଥା ସୂର୍ଯ୍ୟପୁର ଗ୍ରାମର ପ୍ରତିଷ୍ଠିତ ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଜୀଉ ଠାକୁରଙ୍କ ମହନ୍ତ ମୁକ୍ତିକାନ୍ତ ଗୋସ୍ୱାମୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମ  ସୂର୍ଯ୍ୟପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଥମେ ଏ ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ସ୍ୱାଧୀନତା ସଂଗ୍ରାମୀଙ୍କ ଗହଣରେ ଭଦ୍ରକ- ଆଖଣ୍ଡଳମଣୀ ରାସ୍ତାର ସୂର୍ଯ୍ୟପୁର ଛକରେ ସ୍ୱର୍ଗତ ଗୋସ୍ୱାମୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ପରେ ଶ୍ରୀ ଶ୍ରୀ ରାଧାଗୋବିନ୍ଦ ଜୀଉ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସ୍ମୁତିଚାରଣ ସଭାରେ ସ୍ୱାଧୀନତା ସଂଗ୍ରାମୀ ତଥା ମହନ୍ତ ରାମହରି ଗୋସ୍ୱାମୀଙ୍କ ଅଧ୍ୟକ୍ଷତାରେ ପୂର୍ବତନ ମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ, ଆର୍ଯ୍ୟ ସମାଜ ଓଡିଶା ସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସ୍ୱାଧୀନତା ସଂଗ୍ରାମୀ ଗୌରିଶ୍ୟାମ ଗୋସ୍ୱାମୀ, ଡ. ବାସୁଦେବ ସାହୁ , ଡ. ରାମଚନ୍ଦ୍ର  ପଣ୍ଡା, ସମାଜସେବୀ ନାରଣ ଚନ୍ଦ୍ର ପାଢୀ, ଶିକ୍ଷାବିତ୍ ବାବାଜୀ ଚରଣ ପଣ୍ଡା, ନୃସିଂହ ଚରଣ ନାୟକ, ନରେନ୍ଦ୍ର ଗୋସ୍ୱାମୀ, ପ୍ରଧାନଶିକ୍ଷକ ଅକ୍ଷୟ ହୋତା, ହେମନ୍ତ କୁମାର ସୂତାର, ରମାକାନ୍ତ ପରିଡା, ପ୍ରାଧ୍ୟାପକ ରବୀନ୍ଦ୍ର କୁମାର ବେହୁରିଆ, ଅକ୍ଷୟ କୁମାର ଗୋସ୍ୱାମୀ, ସାନ୍ତନୁ କୁମାର ରାଉତ, ବାସୁଦେବ ସାମଲ, ବୃନ୍ଦାବନ ବାରିକ, ପ୍ରଦୀପ୍ତ କିଶୋର ଦାସ, ପରମାନନ୍ଦ ନାୟକ ସମେତ ସ୍ୱାଧୀନତା ସଂଗ୍ରାମୀ ଓ ଅନ୍ୟାନ୍ୟ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ଗୋସ୍ୱାମୀଙ୍କ ସ୍ମୁତିଚାରଣ କରିବା ସହ ତାଙ୍କର ବିଭିନ୍ନ କାର୍ଯ୍ୟାବଳୀର ପ୍ରଶଂସା କରିଥିଲେ । ସଭାରେ ଅତିଥିଙ୍କ ଦ୍ୱାରା ମୁକ୍ତାୟନ ସ୍ମରଣୀକା ଉନ୍ମୋଚନ କରାଯିବା ସହ ସୂର୍ଯ୍ୟପୁର ନୋଡାଲ ସ୍କୁଲର ଛାତ୍ରୀଙ୍କ ଦ୍ୱାରା ଗୁରୁବନ୍ଦନା କାର୍ଯ୍ୟକ୍ରମ ସଂପାଦିତ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top