Home ଜିଲ୍ଲା ପରିକ୍ରମା ସର୍ବଭାରତୀୟ ଶ୍ରମିକ ନେତା ପ୍ରତାପ ପଣ୍ଡାଙ୍କ ଶ୍ରାଦ୍ଧ ବାର୍ଷିକୀ, ମାଗଣା ମଧୁମେହ ପରୀକ୍ଷା ଓ ରକ୍ତଦାନ...

ସର୍ବଭାରତୀୟ ଶ୍ରମିକ ନେତା ପ୍ରତାପ ପଣ୍ଡାଙ୍କ ଶ୍ରାଦ୍ଧ ବାର୍ଷିକୀ, ମାଗଣା ମଧୁମେହ ପରୀକ୍ଷା ଓ ରକ୍ତଦାନ ଶିବିର ଆୟୋଜିତ

19

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭାରତୀୟ ମଜଦୁର ସଂଘର ପୂର୍ବତନ ରାଜ୍ୟ କାର୍ଯ୍ୟକାରୀ ସଭାପତି, ଅଖିଳ ଭାରତୀୟ ଖଣି ମଜଦୁର ମହାସଂଘର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ମଜଦୁର ସଂଘର ସର୍ବ ଭାରତୀୟ ନେତା ସ୍ୱର୍ଗତ ପ୍ରତାପ ପଣ୍ଡାଙ୍କ ୧୦ମ ଶ୍ରାଦ୍ଧ ବାର୍ଷିକୀ କରୋନା କଟକଣାରେ ନିରାଡମ୍ବର ଭାବେ ପାଳନ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇ କେବଳ ତାଙ୍କ ଜନ୍ମମାଟି ବିଷ୍ଣୁପୁର ଛକ ଠାରେ ସ୍ଥାପିତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ମାଗଣା ମଧୁମେହ ପରୀକ୍ଷଣ ଓ ରକ୍ତଦାନ ଶିବିର କେନାଲ ଚକ ସ୍ଥିତ ରାଜୀବ ଭବନ ପରିସରରେ ଆୟୋଜନ କରାଯାଇଥିଲ । ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ପୃଥ୍ୱୀରାଜ ପଣ୍ଡା ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ । ପରେ ଏକ ସଭା ମାଧ୍ୟମରେ ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ଏଥିରେ ରାଜ୍ୟ ଉପସାଧାରଣ ସମ୍ପାଦକ ଶାନ୍ତନୁ ମହାପାତ୍ର, ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ମୁକ୍ତିକାନ୍ତ ସାହୁ, ଶିକ୍ଷକ ବିଜୟ ମିଶ୍ର, ସଂଗଠନ ସମ୍ପାଦକ ପରେଶନାଥ ଧଳ, ବିକାଶ ସାମଲ, ସୁଧାକର ମହାପାତ୍ର, ବିଜୟ ଖିଲାର, ରାମଚନ୍ଦ୍ର ରାଉତ, ବଦ୍ରି ପଣ୍ଡା, ସ୍ୱାଧୀନତା ସଂଗ୍ରାମୀ ଶ୍ୟାମସୁନ୍ଦର ବେହେରା, ରତନ ପାଣି, ଅମୂଲ୍ୟ ନାୟକ ସମିତି ସଭ୍ୟ ଚନ୍ଦ୍ରଶେଖର ଜେନା, ସରପଞ୍ଚ ତପସ୍ୱିନୀ ବେହେରା, ଜଳମଣ୍ଡୁଆ ପଞ୍ଚାୟତର ସମିତି ସଭ୍ୟ ତାନିମା ରାଉତ, ଶିକ୍ଷକ ପ୍ରଫୁଲ୍ଲ ନାୟକ, ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକର୍ତ୍ତା, ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘ ଭଦ୍ରକ ଜିଲ୍ଲା କାର୍ଯ୍ୟକର୍ତ୍ତା, ଅରୁଣୋଦୟ ଖିଲାର, କାର୍ତ୍ତିକ ପାତ୍ର, ଭିକାରୀ ସେଠୀ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପଞ୍ଚାନନ ରାଉତ, ଜିଲ୍ଲାର ଆଶା, ଅଙ୍ଗନୱାଡି ସଂଘର କର୍ମକର୍ତ୍ତା ଏବଂ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରତାପ ପଣ୍ଡା ସ୍ମୃତି ସଂସଦର ସଭାପତି ପୂର୍ଣ୍ଣଚନ୍ଦ୍ର ଖିଲାର, ସମ୍ପାଦକ ଡାକ୍ତର ରବୀନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ । ରକ୍ତଦାନ ଶିବରରେ ମୋଟ ୪୪ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.