Home ଜିଲ୍ଲା ପରିକ୍ରମା କୁଜଙ୍ଗ ତହସିଲ ବସୁନ୍ଧରା ଯୋଜନା ଜମି ଜାଲିଆତି ମାମଲା, ଭିଜିଲାନ୍ସ ଜାଲରେ ତିହିଡି ତହସିଲଦାର ରମେଶ...

କୁଜଙ୍ଗ ତହସିଲ ବସୁନ୍ଧରା ଯୋଜନା ଜମି ଜାଲିଆତି ମାମଲା, ଭିଜିଲାନ୍ସ ଜାଲରେ ତିହିଡି ତହସିଲଦାର ରମେଶ ପଣ୍ଡା

47

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା କେନ୍ଦ୍ରାପଡା ଜିଲା କୁଜଙ୍ଗ ତହସିଲର ବସୁନ୍ଧରା ଯୋଜନାର ଜମି ଜାଲିଆତି ମାମଲାରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇପଡିଛନ୍ତି । ଏନେଇ ଆଜି ସକାଳେ କଟକ ଭିଜିଲାନ୍ସ ବିଭାଗର ଗୋଟିଏ ଟିମ୍ ତହସିଲଦାର ଶ୍ରୀ ପଣ୍ଡାଙ୍କ ସିମୁଳିଆ ବ୍ଲକ୍ ପାନବରଜ ଗ୍ରାମରେ ପହଞ୍ôଚ ଥିବାବେଳେ ଅନ୍ୟ ଏକ ଟିମ୍ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟାଳୟ ତଥା ବିଚାର କକ୍ଷକୁ ନଜର ରଖି ନଖୋଲିବା ପାଇଁ କର୍ମଚାରୀଙ୍କୁ କହିଥିଲେ । ପୂର୍ବାହ୍ନ ପ୍ରାୟ ୧୦ ଟା ସମୟରେ ଭିଜିଲାନ୍ସ ଟିମ୍ ତହସିଲଦାର ଶ୍ରୀ ପଣ୍ଡାଙ୍କୁ ନେଇ ତହସିଲରେ ପହଞ୍ôଚବା ପରେ ଦୀର୍ଘ ପ୍ରାୟ ୩ ଘଣ୍ଟା ଧରି ଜୋ କରାଯିବା ସହିତ କାଗଜପତ୍ରର ଯାଞ୍ଚ କରାଯାଇ ତହସିଲଦାର ଶ୍ରୀ ପଣ୍ଡାଙ୍କୁ ଭିଭିଲାନ୍ସ ଟିମ୍ କଟକ ଭିଜିଲାନ୍ସ ବିଭାଗକୁ ନେଇଯାଇଥିଲେ । ସୂଚନା ଅନୁଯାୟୀ ଜଣାପଡିଛି ଯେ ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା କୁଜଙ୍ଗ ତହସିଲଦାର ଥିବାବେଳେ ବସୁନ୍ଧରା ଯୋଜନାରେ ସରକାରଙ୍କ କିଛି ମୂଲ୍ୟବାନ ଜମିକୁ ଆଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା ।

ଏ ସଂପର୍କରେ ସେତେବେଳେ ସେଠାରେ ଥିବା ତହସିଲଦାର ଓ ବର୍ତ୍ତମାନ ତିହିଡି ତହସିଲଦାର ଶ୍ରୀ ପଣ୍ଡା, ଜଗତସିଂହପୁର ଅବସରପ୍ରାପ୍ତ ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଝିମନୀ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସନ୍ତୋଷ କୁମାର ମଲ୍ଲିକ, ପାରାଦ୍ୱୀପ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ନରେନ୍ଦ୍ର କୁମାର ଲେଙ୍କା, କୁଂଜଙ୍ଗ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ସୁବାଷ ଚନ୍ଦ୍ର ଦାସ, ପଣ୍ଡୁଆ ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ଜ୍ୟୋତିଭୂଷର ବାରିକଙ୍କ ନାମରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଏହି ଅଭିଯୋଗକୁ ଭିତ୍ତିକରି ଭିଜିଲାନ୍ସ ବିଭାଗ ତଦନ୍ତ କରୁଥିଲେ । ୨୦୨୧ ଅଗଷ୍ଟ ୨୨ ତାରିଖର ଭିଜିଲାନ୍ସ ବିଭାଗ କେଶ୍ ନଂ ୪ ରେ ଦଫା ୧୩ (୨) ଆର/ଡବ୍ଲ୍ୟୁ ୧୩ (୧) (ଏ) ପିସି ଏଏମଡି ଆକ୍ଟ ୨୦୧୮ ସହିତ ୪୬୬/୪୦୯/୧୨୦ (ବି) ଆଇପିସିରେ ମାମଲା ରୁଜୁକରି ଜଣେ ଅତିରିକ୍ତ ଏସ୍‌ପି, ୧୧ ଜଣ ଡିଏସ୍‌ପି ଓ ୬ ଜଣ ଇନ୍ସିପେକ୍ଟରଙ୍କୁ ନେଇ ଗଠିତ ୯ଟି ଟିମ୍ ଏକାବେଳେ ଭୁବନେଶ୍ୱର, କଟକ, ଭଦ୍ରକ ଓ ଜଗତସିଂହପୁର ଭଳି ୯ଟି ସ୍ଥାନରେ ଚଢାଉ କରି ତଦନ୍ତ ପ୍ରକ୍ରିୟାକୁ ଆଗକୁ ନେଇଛନ୍ତି । ତିହିଡି ତହସିଲରେ ଡିଏସ୍‌ପି ଏସ୍‌କେ ସାମଲ ଓ ପିକେ ପ୍ରଧାନ, ଇନ୍ସିପେକ୍ଟର ସରିନ ଅକତରଙ୍କ ସମେତ ୧୦ ଜଣିଆ ଟିମ୍ ଚଢାଉ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.