ନିଃସ୍ୱାର୍ଥପର ସମାଜ ସେବାର ଅନ୍ୟନାମ ରୋଟାରୀ, ରୋଟାରୀ କ୍ଲବ ଭଦ୍ରକର ଅଧିଷ୍ଠାନ ଉତ୍ସବ

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) – ଆନ୍ତର୍ଜାତୀୟ ରୋଟାରୀ ସେବା ସଂଗଠନର ରୋଟାରୀ ଡଷ୍ଟ୍ରିକ୍ଟ ୩୨୬୨ ଅନ୍ତର୍ଗତ ଭଦ୍ରକ ରୋଟାରୀ କ୍ଲବର ୪୭ତମ ଅଧିଷ୍ଠାନ ଉତ୍ସବ ଚେୟାରମ୍ୟାନ ଇଂ ପ୍ରତାପ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଭଦ୍ରକ ସହିଦ ସ୍ମୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭଦ୍ରକ ଆରକ୍ଷୀ ଅଧିକ୍ଷକ ବି.ଗଙ୍ଗାଧର ଯୋଗ ଦେଇ ରୋଟାରୀ ଅନ୍ତର୍ଜାତୀୟ ସଂଗଠନ ନିଃସ୍ୱାର୍ଥପର ସେବାର ଅନ୍ୟନାମ ବୋଲି ତାଙ୍କ ବକ୍ତବ୍ୟରେ କହିଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ ଯୋଗ ଦେଇ ରୋଟାରୀ ସଂଗଠନର ସମାଜ ସେବା ଅଧାରିତ କାର୍ଯ୍ୟକ୍ରମ ଓ ବିଭିନ୍ନ ବିଦ୍ୟାଳୟରେ ରୋଟାରୀ କ୍ଲବ ଦ୍ୱାରା କରାଯାଉଥିବା କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ। ପ୍ରତିଷ୍ଠିତ ଚଳଚିତ୍ର ତାରକା ତଥା ଓଡିଶା ଚଳଚିତ୍ର ଉନ୍ନୟନ ନିଗମର ଚେୟାରମୟାନ ସତ୍ୟବ୍ରତ ତ୍ରିପାଠୀ(କୁନା ତ୍ରିପାଠୀ) ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ରୋଟାରୀର ଅଭିିମୁଖ୍ୟ ଓ ଓଡିଆ ଭାଷା, ସଂସ୍କୃତିର ସୁରକ୍ଷା ଉପରେ ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ରୋଟାରୀ କ୍ଲବ ଭଦ୍ରକର ପୁର୍ବତନ ସଭାପତି ଇଂ ଅମ୍ବିକା ବଲ୍ଲଭ ସ୍ୱାଇଁ ସଭାକାର୍ଯ୍ୟ ଆରମ୍ଭ କରିବା ପରେ ସଂପାଦକ ଇନ୍ଦ୍ରଜିତ ସାହୁ ବିବରଣୀ ପାଠ କରିଥିଲେ।ଏହାପରେ କ୍ଲବର ନୂତନ ସଭାପତି ଅଜିତ ଦାସ ଓ ସଂପାଦକ ମନୋଜ ସାହୁଙ୍କୁ କ୍ଲବର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ଦାସ ପଦ ଓ ମର୍ଯ୍ୟାଦା ସହ ଅଧିଷ୍ଠିତ କରିଥିଲେ। ସଭାପତି ଅଜିତ ଦାସ ତାଙ୍କ ବକ୍ତବ୍ୟରେ ସମସ୍ତ ସଭ୍ୟଙ୍କ ସହେଯାଗ କାମନା କରି ସମଗ୍ର ରାଜ୍ୟରେ କ୍ଲବକୁ ଶୀର୍ଷ ସ୍ତାନରେ ଅଧିଷ୍ଠିତ କରିବାକୁ କାର୍ଯ୍ୟକରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ।ଏହି ଅବସରରେ ସରକାରୀ ବାଳିକା ହାଇସ୍କୁଲର ମେଧାବୀ ଛାତ୍ରୀ ଶୁଭସ୍ମିତା ସାହୁ ଓ ଜିଲ୍ଲା ସ୍କୁଲ ଭଦ୍ରକର ମେଧାବୀଛାତ୍ର ପଙ୍କଜ କୁମାର ରାଉତଙ୍କୁ ରୋଟାରୀଆନ ପ୍ରଭାସ ମହାନ୍ତିଙ୍କ ପରିଚାଳନାରେ ପୁରସ୍କୃତ କରାଯାଇଥିଲା।ନୂତନ ସଭ୍ୟା ଭାବରେ ରିଚିସ୍ମିତା ମହାନ୍ତିଙ୍କୁ କ୍ଲବର ସଦସ୍ୟ ଭାବରେ ରୋଟାରିଆନ ବିଜୟ ସାହୁ ଅଧିଷ୍ଠିତ କରିଥାଲେ ଓ ସଭ୍ୟ ନାସିର ବକ୍ସ ନୂତନ ସଭ୍ୟାଙ୍କର ପରିଚୟ ପ୍ରଦାନ କରିଥିଲେ।ଏହି ଅବସରରେ ରୋଟାରୀ ଫଉଣ୍ଡେସନକୁ ଅର୍ଥଦାନ କରିତିବା ସଭ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। କ୍ଲବ ପତ୍ରିକା ଭଦ୍ରକ ହୁଇଲ ଓ ପୁରଷ୍କାର ପତ୍ରିକା ସଂପାଦକ ପ୍ରଣବ ସାହୁ ଓ ପ୍ରମୋଦ ଜେନାଙ୍କ ପରିଚାଳନାରେ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ରୋଟାରିଆନ ଜୟନ୍ତ ବାରିକ ଓ ବୈରାଗି ଧଳ ମଂଚ ପରିଚାଳନାରେ ସହେଯାଗ କରିଥିଲେ।ଊକ୍ତ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ଶତାଧିକ ରୋଟାରୀଆନଙ୍କ ସମେତ, ଲାୟନ୍ସ କ୍ଲବ, ଇନର ହୁଇଲ୍ କ୍ଲବ ଓ ଭଦ୍ରକର ବହୁ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ। ସର୍ଜେନ୍ଟ ଆଟ୍ ଆର୍ମସ ଶାନ୍ତି ସ୍ୱରୁପ ମିଶ୍ର ସଭାର ଊପସ୍ଥାନ ୪୨୬ ଘୋଷଣା କରିବା ପରେ ରୋଟାରୀଆନ ତପସ୍ୱିନି ଦାଶ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉତ୍ସବ ଇନଷ୍ଟିଚ୍ୟୁଟ ଅଫ କ୍ରିଏଟିଭ୍ ଆର୍ଟର ଶିଳ୍ପୀ ମାନେ ମନମୁଗ୍ଧକର ନୃତ୍ୟ ପରିବେଷଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ରୋଟାରୀକ୍ଲବ ଭଦ୍ରକର ସମସ୍ତ ସଭ୍ୟ/ସଭ୍ୟା ସହେଯାଗ କରିଥିଲେ।

Leave a Reply

Your email address will not be published. Required fields are marked *