Home ଜିଲ୍ଲା ପରିକ୍ରମା ବିଶ୍ୱ ସଂସ୍କୃତ ଦିବସ ପାଳିତ

ବିଶ୍ୱ ସଂସ୍କୃତ ଦିବସ ପାଳିତ

17

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିଖିଳୋତ୍କଳ ସଂସ୍କୃତ ଶିକ୍ଷକ ମହାସଂଘ ଆନୁକୁଲ୍ୟରେ ଭଦ୍ରକ ଗବସାହି ସ୍ଥିତ ଦୁର୍ଗାମଣ୍ଡପ ଠାରେ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇ ଯାଇଛି । ପ୍ରଥମେ ବେଦପାଠ ପରେ ପଣ୍ଡିତ ସୁରେନ୍ଦ୍ର କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ସଭାକାର୍ଯ୍ୟ କରାଯାଇଥିଲା । ପଣ୍ଡିତ ଗୌରୀଶଙ୍କର ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂଗଠକ ଦୈତାରୀ ଦିକ୍ଷିତଙ୍କ ଆୟୋଜନରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ନିଖିଳୋତ୍କଳ ସଂସ୍କୃତ ଶିକ୍ଷକ ମହାସଂଘର ସାଧାରଣ ସମ୍ପାଦକ ଡ. କୁମାର ଚନ୍ଦ୍ର ମିଶ୍ର ଯୋଗ ଦେଇ ସଂସ୍କୃତ ଭାଷାର ପ୍ରଚାର ପ୍ରସାର ଦିଗରେ ସରକାରୀ ଉଦାସୀନତାକୁ ନେଇ କ୍ଷୋଭ ପ୍ରକଟ ସହ ସମସ୍ତେ ମିଳିତ ଭାବେ ଏହାର ପ୍ରଚାର ପ୍ରସାର ପାଇଁ ଚେଷ୍ଟା କରିବାକୁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ମହାସଂଘର ସଂଗଠନ ସମ୍ପାଦକ ପଣ୍ଡିତ ସୁକାନ୍ତ କୁମାର କର ଯୋଗ ଦେଇ ସଂସ୍କୃତ ଭାଷା ସର୍ବପ୍ରାଚୀନ ଭାଷା । ଯାହାର ଆଦର ସମଗ୍ର ବିଶ୍ୱରେ ରହିଛି । ତେବେ ଏହାର ପ୍ରଚଳନ ଅନ୍ୟରାଜ୍ୟମାନଙ୍କ ତୁଳନାରେ ଓଡିଶାରେ ଅତ୍ୟନ୍ତ ଗୌଣ । ଏପରି ସଂସ୍କୃତ ଶିକ୍ଷକମାନଙ୍କୁ ଉପଯୁକ୍ତ ମାନ୍ୟତା ମଧ୍ୟ ଦିଆଯାଉ ନାହିଁ । ଏଥିଲାଗି ସମୂହ ପ୍ରଚେଷ୍ଟାର ଆବଶ୍ୟକତା ରହିଛି ବୋଲି ମତ ପ୍ରକଟ କରିଥିଲେ । ପଣ୍ଡିତ ଦିକ୍ଷିତ ପ୍ରାରମ୍ଭରେ ସଭାର ଆଭିମୂଖ୍ୟ ଉପସ୍ଥାପନ କରିଥିବା ବେଳେ ବିଶ୍ୱ ରଂଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଜିଲ୍ଲାର ବହୁ ସଂସ୍କୃତ ଶକ୍ଷକ ଶିକ୍ଷୟିତ୍ର ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.