Home ଜିଲ୍ଲା ପରିକ୍ରମା ଜାତୀୟ ରାଜପଥରେ ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ

ଜାତୀୟ ରାଜପଥରେ ଜଳିଗଲା ସିମେଣ୍ଟ ବୋଝେଇ ଟ୍ରକ

47

ଭଦ୍ରକ, ୨୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନ ୩ଟା ସମୟରେ ୧୬ ନଂ ଜାତୀୟ ରାଜପଥ ଧାମନଗର ଛକ ଓଭରବ୍ରିଜ ଉପରେ ଓଡି୦୪-ଏମ-୪୧୭୯ ନମ୍ବର ଏକ ସିମେଂଟ ବୋଝେଇ ଟ୍ରକ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଯାନ୍ତ୍ରିକ ତୃଟି ଘଟିଥିଲା । ଟ୍ରକ ଡାଇଭର ଗାଡି ଅଟକାଇ ମରାମତି କରୁଥିବା ସମୟରେ ହଠାତ୍ କେବିନ୍ ଭିତରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳିଯାଇଥିଲା । ଏହି ଅଗ୍ନିକାଣ୍ଡ ଫଳରେ ଟ୍ରକଟିର ଆଗପଟ ବହୁ ମାତ୍ରାରେ ଜଳିଯାଇଥିବା ଜଣାଯାଇଛି । ଖବରପାଇ ନିକଟସ୍ତ ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର୍ରର କର୍ମଚାରୀ ମାନେ ପାଣି ପକାଇ ଗାଡିଟି ସମ୍ପୂର୍ଣ୍ଣ ଜଳିବାରୁ ରକ୍ଷା କରିଥିଲେ । ତେବେ ଗାଡିରେ ଲୋଡ ହୋଇଥିବା ସିମେଂଟ ସୁରକ୍ଷିତ ଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.