ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ନାବାଳିକା ମୃତ୍ୟୁ ମାମଲାରେ ଜଣେ ଗିରଫ

ଭଦ୍ରକ, ୮ା୭ (ଓଡ଼ିଆ ପୁଅ/ପ୍ରମୋଦ ରାୟ): ଚିକିତ୍ସା ଅବହେଳା ଯୋଗୁ ଗତ ମଙ୍ଗଳବାର ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଧାମନଗର ଅଞ୍ଚଳ ଚୁଡାକୁଟି ଦଇପୁର ଦେବସ୍ମିତା ମଲ୍ଲିକଙ୍କ ମୃତ୍ୟୁ ପରେ ଘଟିଥିବା ଗଣ୍ଡଗୋଳ ମାମଲାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ବନ୍ଧଗାଁ ଗ୍ରାମର ପ୍ରକାଶ ସାମଲ। ଗଣ୍ଡଗୋଳକୁ ନେଇ ଡାକ୍ତରଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗରେ ପ୍ରକାଶକୁ ଗିରଫ କରାଯାଇଥିବା ଜଣା ପଡିଛି। ଚିକିତ୍ସାଳୟରେ ଡାକ୍ତର ଓ କର୍ମଚାରୀଙ୍କ ଅବହେଳା କାରଣରୁ ମୃତ୍ୟୁ ଘଟିଥିଲେ ଏବଂ ଏ ନେଇ ବେଳେ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଡାକ୍ତରଙ୍କ ଅଭିଯୋଗରେ ଜଣଙ୍କୁ ଗିରଫ କରାଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *