Home ଜିଲ୍ଲା ପରିକ୍ରମା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥରାଶି ପ୍ରଦାନ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଅର୍ଥରାଶି ପ୍ରଦାନ

71

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘ ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ସଭାପତି ପଦ୍ମନ କୁମାର ରାୟ, ଉପସଭାପତି ଶଚୀକାନ୍ତ ପଣ୍ଡା, ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର, ସହସମ୍ପାଦକ ବଭୂତି ଭୂଷଣ ସେନାପତି, କୋଷାଧ୍ୟକ୍ଷ ବିଜୟ କୁମାର ସେନାପତି, ଉପଦେଷ୍ଟା ନିହାର ଦାସ, ପର୍ଶୁରାମ ଦ୍ୱିବେଦୀ, ଏସ୍‌.ଏମ୍‌. ଫାରୁକ, କାର୍ଯ୍ୟକାରୀ ସଦସ୍ୟ ଶଶୀକାନ୍ତ ପାଢୀ, ମହେଶ ପ୍ରସାଦ ଦାସ, ଗଦାଧର ପଣ୍ଡା, ଅଜୟ କୁମାର ପାଢୀ, ଶଙ୍କର୍ଷଣ ସାହୁ, ଜଗବନ୍ଧୁ ମହାନ୍ତି, ହରେକୃଷ୍ଣ ମହାକୁଡ ପ୍ରମୁଖ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି କୋବିଡ଼-୧୯ କରୋନା ମୁକାବିଲା ପାଇଁ ୧୧ ହଜାର ଟଙ୍କାର ଅର୍ଥରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ସଂଘର ବୈଠକ ଆହ୍ୱାନ କରି ଜିଲ୍ଲାର ୭ଗୋଟି ବ୍ଲକର ବରିଷ୍ଠ ନାଗରିକ ସଭ୍ୟମାନଙ୍କ ନାମ ପଞ୍ଜିକୃତ କରି ଯଥା ଶୀଘ୍ର ନିଜ ନିଜ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସଂଘର ସମ୍ପାଦକଙ୍କ ଜରିଆରେ ପଇଠ କରିବା ପାଇଁ ଜିଲ୍ଲା ମହାସଂଘର ସାଧାରଣ ସମ୍ପାଦକ ଅନୁରୋଧ କରିଛନ୍ତି । ସର୍ବଶେଷରେ ବରିଷ୍ଠ ସଭ୍ୟ ତଥା ଚରମ୍ପା ବରିଷ୍ଠ ନାଗରିକ ସଂଘର ସହସମ୍ପାଦକ ଅର୍ଜୁନ ଚରଣ ଚୌଧୁରୀ ମୃତ୍ୟୁ ବରଣ କରିଥିବାରୁ ତାଙ୍କ ଅମରଆତ୍ମାର ସଦ୍‌ଗତି ନିମନ୍ତେ ଶୋକପ୍ରକଟ ପୂର୍ବକ ନିରବ ପ୍ରାର୍ଥନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.