Home ଜିଲ୍ଲା ପରିକ୍ରମା ଭଦ୍ରକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଲିଥିନ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପଲିଥିନ ମୁକ୍ତ ସଚେତନତା କାର୍ଯ୍ୟକ୍ରମ

78

ଭଦ୍ରକ, ୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପବିତ୍ର ଗୁରୁଦିବସ ସପ୍ତାହ ଅବସରରେ ଭଦ୍ରକ ସରକାରୀ ବାଳିକା ହାଇସ୍କୁଲ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସି.ଏଚ୍‌. ବିଜୟଲକ୍ଷ୍ମୀଙ୍କ ନେତୃତ୍ୱରେ ପଲିଥିନ ମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ପୁର୍ବାହ୍ଣରେ ଇକୋ କ୍ଲବ ଇନଚାର୍ଜ ରାଜକିଶୋର ଚୌଧୁରୀଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷା କାର୍ମଚାରୀ ସର୍ବପ୍ରଥମେ ବିଦ୍ୟାଳୟ ପରିସରକୁ ପରିଷ୍କାର କରିଥିଲେ । ଏହାପରେ ସହରକୁ ପଲିଥିନ ମୁକ୍ତ କରିବା ନିମନ୍ତେ ଜନ ସାଧାରଣଙ୍କୁ ଓ ଦୋକାନି ମାନଙ୍କୁ ସଚେତନ କରିବା ପାଇଁ ସରକାରଙ୍କ କୋଭିଡ ନିୟମ ଓ ସାମାଜିକ ଦୂରତା ଅବଲମ୍ବନ କରି ବ୍ୟାନର ଧରି ସହରର ନୁଆବଜାର ଓ କଚେରି ବଜାର ପରିକ୍ରମା କରିଥିଲେ । ଭଦ୍ରକ ସହରର ଜନ ସାଧାରଣ ଓ ଦୋକାନି ମାନେ ପଲିଥିନ ବ୍ୟବହାରର ଖରାପ ପ୍ରଭାବ ଜାଣିବା ପରେ ସେଥିରୁ ନିବୃତ ରହିବାକୁ ପ୍ରତିଶୃତି ଦେଇଥିଲେ ।ବିଦ୍ୟାଳୟର ଏହି କାର୍ଯ୍ୟକ୍ରମ ସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହି କାର୍ଯକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ ସହେଯାଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.