ଅପରାଧ

ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଗାଡି ସହ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଅବକାରୀ ସବଇନିସପେକ୍ଟର ଆହତ, ତିନି ଗଞ୍ଜେଇ ଚାଲାଣକାରୀ ଗିରଫ

ମାଲକାନଗିରି, ୯ା୧(ଓଡିଆ ପୁଅ ) ଆଜି ମାଲକାନଗିରି ଜିଲ୍ଲା ଅବକାରି ବିଭାଗ କୁ ଏକ ବଡଧରଣର ସଫଳତା ମିଳିଛି। ଦୁଇଟି ଘଟଣାରେ 5 କ୍ବିଣ୍ଟାଲ 31କେଜି ଗଞ୍ଜେଇ ଓ ଗାଡି ଜବତ ହେବାସହିତ 3ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରାଯାଇଛି,  ଅଭିନବ ଉପାୟରେ ଠାକୁରପୁର୍ଣ୍ଣ ବ୍ରହ୍ମ ଶ୍ରୀ ଶ୍ରୀ ଗୁରୁଚାନ୍ଦ ଠାକୁର ଲେଖା ଯାଇଥିବା ଗାଡିରେ ଚୋରା ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଜିଲ୍ଲା ଅବକାରି ବିଭାଗ ହାବୁଡରେ ପଡି ଜଣେ ଗିରଫ ହେବା ସହିତ ୪ କ୍ୱିଟାଂଲ 27କେଜି ଗଞ୍ଜେଇ ଓ ଗାଡି ଜବତ ହୋଇଛି। ଅନ୍ୟ ଏକ ସ୍ଥାନରେ ଗଞ୍ଜେଇ ଚାଲାଣ କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ୧ କ୍ବିଣ୍ଟା ଗଞ୍ଜେଇ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ସକାଳେ ମାଲକାନଗିରି ଜିଲ୍ଲା ଅବକାରି ଅଧିକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରି ଇନିସପେକ୍ଟର ବିମ୍ବାଧର ପଣ୍ଡା, ସବ ଇନିସପେକ୍ଟର ପ୍ରମୋଦ କୁମାର ବାଣୁଆ, ସୁଶାନ୍ତ କୁମାର ପ୍ରଧାନ, ଦିଲ୍ଲିପ କୁମାର ରଥ, ଜଗା ରାଓ, ରାମଚନ୍ଦ୍ର ହନ୍ତାଳ, ଜେମ୍ସ, .ଦିନେଶ, ପ୍ରଦୋଷ ପ୍ରମୁଖ ଅବକାରୀ ବିଭାଗ କର୍ମଚାରି ମାନେ ବାଲିମେଳା ଗୋବିନ୍ଦ ପାଲ୍ଲି ରାସ୍ତାର କୁଡୁମୁଲୁଗୁମ୍ମା ବ୍ଲକସ୍ଥ ଆପନାମାଳା ରାସ୍ତାରେ ଜଗିରହିଥିଲେ। ସେହି ରାସ୍ତା ଦେଇ ଚିତ୍ରକୋଣ୍ଡା ଡାଇକ୨ ଅଚଂଳରୁ ଏକ ପିକ୍ଅପ୍ ଭ୍ୟାନ ଦୃତ ଗତିରେ ପଳାଉଥିବା ବେଳେ ତାକୁ ଗୋଡାଇ ଥିଲେ। ସେହି ଗାଡିଟି ଅବକାରି ବିଭାଗ କର୍ମଚାରି ଯାଉଥିବା ଗାଡିକୁ ଧକ୍କା ଦେଇ ଦୃତଗତିରେ ଖସିପଳାଇବାକୁ ଚାହୁଁଥିବା ବେଳେ କୌଶଳ କ୍ରମେ ଗାଡିଟିକୁ ଗୋଡାଇ ଧରିଥିଲେ। ସେ ଗାଡି ଧକ୍କାରେ ଆଗରେ ବସିଥିବା ଅବକାରି ସବଇନିସପେକ୍ଟର ସୁଶାନ୍ତ କୁମାର ନାୟକଙ୍କ ମୁଣ୍ଡରେ ଆଘାତ ଲାଗି ସେ ଅଳ୍ପକେ ବଡଧରଣର ଦୁର୍ଘଟଣାରୁ ବର୍ତି ଯାଇଥିଲେ। ଉକ୍ତ ପିକଅପ ଭ୍ୟାନ (ଗାଡି ନମ୍ବର.ଓଆର୦୨, ବିଟି ୯୨୫୧) ଗାଡିଟିକୁ ଖାନତଲାସି କରିବାରୁ ଉକ୍ତ ଗାଡି ରେ ଅଭିନବ ଉପାୟରେ ଡାଲା ଉପରକୁ ଗଞ୍ଜେଇ ବସ୍ତାରଖି ଯାଇଥିଲା। ଗାଡି ଡାଲାଟିକୁ ଖୋଲିବାରୁ ସେଥିରୁ ପ୍ରାୟ ୨୦ ଟି ବସ୍ତାରେ ଗଞ୍ଜେଇ ପ୍ୟାକେଟ ବୋଝେଇ ହୋଇ ରହିଥିଲା। ଅବକାରି ବିଭାଗ ଉକ୍ତ ଗଞ୍ଜେଇ ପ୍ୟାକେଟ ଗୁଡିକୁ ଖୋଲି ଓଜନ କରିଥିଲେ,  ସେଥିରୁ ମିଳିଥିବା ୪ କ୍ୱିଟାଂଲ ୨୭ କେଜି ଉନ୍ନତ ମାନର ଗଞ୍ଜେଇ ଯାହାର କି ବଜାର ଦର ପ୍ରାୟ ୨୧ ଲକ୍ଷଟଙ୍କାରୁ ଉର୍ଦ୍ଧ୍ୱହେବ। ଏହି ଗଞ୍ଜେଇ ଗୁଡିକୁ ଚିତ୍ରକୋଣ୍ଡା ଡାଇକ୨ ଗ୍ରାମରୁ ବୋଝେଇ କରି ପଦ୍ମଗରି କୁ ନେଇ ସେଠାରୁ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଯୋଜନା କରୁଥିବାର ଜଣାପଡିଛି। ଗାଡିଠି ଧକ୍କା ଦେବାପରେ ଦାନ୍ତୁ ଗୁଡାଗ୍ରାମର ଡ୍ରାଇଭର ବୁଟି ଖରା ଗାଡିରୁ ଓହ୍ଲାଇ କୁହୁଡିର ଅନ୍ଧାର ମଧ୍ୟରେ ଜଙ୍ଗଲରେ ଦୌଡିପଳାଇ ଫେରାର ହୋଇ ଯାଇଥିବା ବେଳେ ଗାଡିରେ ବସିଥିବା ଚିତ୍ରକୋଣ୍ଡା କୋପାଗୁଡା ଗ୍ରାମର ରବି ଖେମୁଡୁକୁ ଅବକାରି ବିଭାଗ ପକ୍ଷରୁ ଗିରଫ କରାଯାଇଛି।

ଠିକ ସେହିପରି ଓରକେଲ ଥାନାସ୍ଥ କୋଣ୍ଡେଲ ଗ୍ରାମରେ କିଛି ଲୋକ ଗଞ୍ଜେଇ ଚୋରା ଚାଲଣ କରିବା ପାଇଁ ପ୍ରସ୍ତୁତୁ ହେଉ ଥିବାର ଖବର ପାଇ ସେଠାକୁ ଜିଲ୍ଲା ଅବକାରି ବିଭାଗ ଅଧିକାରୀ ଓ କର୍ମଚାରିମାନେ ପହଁଚି ଚଢାଉ କରିଥିଲେ। ସେଠାରୁ ଏକ କ୍ୱିଟାଂଲ୪କେଜି ଗଞ୍ଜେଇ ଜବତ କରା ଯାଇ ଏମଭି ୩୮ ଗ୍ରାମର ପ୍ରହଲାଦ ଦାସ, ମାଥିଲି ଦୋରାଗୁଡା ଗ୍ରାମର ହାତିରାମ ଖେମୁଡୁ ଙ୍କୁ ଗିରଫ କରା ଯାଇଥିବା ବେଳେ ମୁଖ୍ୟ ଗଞ୍ଜେଇ ବେପାରି ସୁଜିତ ମଣ୍ଡଳ ଫେରାର ହୋଇ ଯାଇଥିଲେ। ଜବତ ସମସ୍ଥ ଗଞ୍ଜେଇ ଗୁଡିକୁ ମାଜିଷ୍ଟ୍ରେଟ ଅତିରିକ୍ତ ତହସିଲଦାର ଦୁର୍ଯ୍ୟୋଧନସାହୁ ଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ମୋଟ ୫କ୍ୱିଟାଂଲ ୩୧କେଜି ଗଞ୍ଜେଇ ଜବତ ହୋଇଛି ଯାହାର ମୂଲ୍ୟ ପ୍ରାୟ ୨୭ ଲକ୍ଷ ଟଙ୍କାର ହେବ ବୋଲି ଜିଲ୍ଲା ଅବକାରୀ ବିଭାଗ ସୁତ୍ରରୁ ଜଣାପଡିଛି,  ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା ଚୋରା ଗଞ୍ଜେଇ ବେପାରିଙ୍କ ଭୁସ୍ୱର୍ଗ ପାଲଟିଛି। ଚିତ୍ରକୋଣ୍ଡା, ମାଥିଲି, କାଲିମେଳା, ଖଇରପୁଟ, ମାଲକାନଗିରି ଥାନା ସ୍ଥ ଦୁର୍ଗମ ମାଓ ପ୍ରବଣ ଅଚଂଳରେ ଶତାଧିକ ହେକ୍ଟର ଜମିରେ ଚୋରା ଗଞ୍ଜେଇ ଚାଷ ହୋଇଥାଏ, ଏହି ସବୁଅଚଂଳ ମାଓ ପ୍ରବଣ ଓ ବଣଜଙ୍ଗଲ ପାହାଡିଆ ଦୁର୍ଗମ ଅଚଂଳ ହୋଇଥିବାରୁ ଅବକାରୀ ବିଭାଗ ଓ ପୁଲିସ ସେଠାରେ ପହଁଚିବା କଷ୍ଟକର ହୋଇପଡିଥାଏ, ଏହାରି ସୁଯୋଗରେ ଚୋରାଗଞ୍ଜେଇ ମାଫିଆମାନେ ଖୋଲମ ଖୋଲା ଭାବେ ଅନ୍ୟରାଜ୍ୟକୁ ଚୋରାରେ ଗଞ୍ଜେଇ ଚାଲାଣ କରି ବେଶ୍ ଲାଭବାନ ହୋଇଥାନ୍ତି।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top