Home ଓଡ଼ିଶା ମାଲକାନଗିରି ଜିଲ୍ଲା ଭାଜପା ନୂତନ ସଭାପତି ଙ୍କୁ ସମ୍ବୋର୍ଦ୍ଦନା ଓ ମିଶ୍ରଣ ପବ ର୍

ମାଲକାନଗିରି ଜିଲ୍ଲା ଭାଜପା ନୂତନ ସଭାପତି ଙ୍କୁ ସମ୍ବୋର୍ଦ୍ଦନା ଓ ମିଶ୍ରଣ ପବ ର୍

36

ମାଲକାନଗିରି,୨୮ା୧୦ (ଓଡିଆ ପୁଅ) ରାଜ୍ୟସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ମାଲକାନଗିରି ଜିଲ୍ଲା ଭାଜପା ଦଳର ନୂତନ ସଭାପତି ଭାବେ ନିମାଇଁ ଚନ୍ଦ୍ର ପାଲଙ୍କୁ ମନୋନୀତ କରାଯାଇଛି । ନୂତନ ଜିଲ୍ଲା ସଭାପତି ନିମାଇ ଚନ୍ଦ୍ର ପାଲ ଙ୍କୁ ଆଜି ଭାଜପା ପକ୍ଷରୁ ଭବ୍ୟ ସମ୍ବୋର୍ଧନା ଦିଆ ଯିବାସହ ମିଶ୍ରଣ ପବ ର୍ ଅନୁଷ୍ଟିତ ହୋଇ ଯାଇଛି । ଆଜି ମଧ୍ୟହ୍ନରେ ଭାଜପା ଦଳ ପକ୍ଷରୁ ସହର ପ୍ରବେଶ ଦ୍ୱାର ଠାରେ ଥିବା ଭୈରବ ମନ୍ଦୀରରେ ପୁଜା ଅର୍ଚାନା କରାଯାଇ ସେଠାରୁ ଏକ ବିରାଟ ସୋଭାଯାତ୍ରାରେ ମାଲକାନଗରି ବ୍ଲକ ପଡିଆ ଠାରେ କର୍ମୀ ଓ ନେତା ମାନେ ପହଁଚିଥିଲେ । ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ପୁବ ର୍ତନ ସାଂସଦ ପର୍ଶୁରାମ ମାଝୀ,ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ,କଳାହାଣ୍ଡି ପୁବ ର୍ତନ ବିଧାୟକ ରବିନାରାୟଣ ନାୟକ,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମୀ,କାଳିରାମ ମାଝୀ,ରବି ନରାୟଣ ନାୟକ,ରମେଶ ସାହୁ,ଗୁରୁଚରଣ ମହାନ୍ତି,ୁମେଶ ଖୋସଲା, ଶ୍ୟମଲ ସୁନାନୀ, ପ୍ରମୁଖ ଭାଜପେ ନେତା ମାନେ ଉପସ୍ଥିତ ରହି ନୁତନ ଜିଲ୍ଲା ସଭାପତି ନିମାଇ ପାଲ ଙ୍କୁ ପୁସ୍ପଗୋଚ୍ଛ ଦେଇ ସମ୍ବୋର୍ଦ୍ଦନା ଜଣାଇଥିଲେ । ଏହି ଅବସରେ ଆସନ୍ତା ପଚାଂୟତ ନିର୍ବାଚନରେ ଭାଜପା ଦଳ ଯେପରି ସଂଖ୍ୟାଗରିଷ୍ଟତା ହାସଲ କରିବ ସେନେଇ ଆଲୋଚନା ହେବା ସହିତ ସଙ୍ଗଠନକୁ ସୁଦୃଢ୍ କରିବା ପାଇଁ ନିସ୍ପତି ନିଆ ଯାଇଥିଲା । ଏହି କାର୍ଯ୍ୟକ୍ରମେ ବିଜେଡି ଓ କଂଗ୍ରେସ ଦଳର ଅନେକ ନେତା ଓ କର୍ମୀ ମାନେ ଭାଜପା ଦଳରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.