ଜିଲ୍ଲା ପରିକ୍ରମା

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ନୟାଗଡ଼, ୨୯ା୧୦ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ): ନୟାଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ୨୦୧୮ ପାଳିତ ହୋଇଯାଇଛି। ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଡ.ପ୍ରମୋଦ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଦିବସରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ଏନ୍ ତିରୁମାଳା ନାୟକ, ଅତିରିକ୍ତ ଜିଲ୍ଳାପାଳ, ଉପଜିଲ୍ଲାପାଳ ଜିତେନ୍ଦ୍ର କୁମାର ସାହୁ, ପରିବହନ ଅଧିକାରୀ ପ୍ରତାପ ପ୍ରୀତିମୟ ପ୍ରମୁଖ ଯୋଗଦେଇଥିଲେ। ୧୯୯୯ ମସିହା ଅକ୍ଟୋବରରେ ଓଡ଼ିଶାରେ ହୋଇଥିବା ମହାବାତ୍ୟାର ସ୍ମୁତି ରୋମନ୍ଥନ କରିବା ସହିତ, ବିଭିନ୍ନ ସମୟରେ ଓଡ଼ିଶାରେ ଦାଉ ସାଧିଥିବା ଫାଇଲିନ୍, ହୁଡ଼ୁହୁଡ଼ି, ତିତିଲି ଆଦି ପ୍ରାକୃତିକ ବିପର୍ଯ୍ୟୟର ଭୟାବହତା ଓ ଏହାର ପ୍ରତିକାର ଉପରେ ଆଲୋଚନା କରାଯାଇଥିଲା। ତେବେ ପ୍ରାକୃତିକ ବିପର୍ଯ୍ୟୟକୁ କିପରି ପ୍ରଶମନ କରାଯାଇପାରିବ ତା’ଉପରେ ଏହି ପ୍ରସ୍ତୁତି ବୈଠକରେ ଗୁରୁତ୍ୱ ଦିଆଯାଇଥିବାବେଳେ ପରିବେଶ ସନ୍ତୁଳନ ଉପରେ ଜନ ସଚେତନତାର ଆବଶ୍ୟକତା ଅଧିକ ରହିଥିବା ଅତିଥିମାନେ କହିଥିଲେ। ପ୍ରାକୃତିକ ବିପର୍ଯ୍ୟୟ କେତେବେଳେ ଆସେ ଓ କେତେବେଳେ ଯାଏ ତାହା କହିକି ଆସେନି କି ଯାଏନି। କିନ୍ତୁ ଆମେ ତାହାର ମୁକାବିଲା କରିବାପାଇଁ ପ୍ରସ୍ତୁତ ହେବାକୁ ପଡ଼େ। ବିପର୍ଯ୍ୟୟକୁ ସାମନା୍ କରିବାକୁ ହେଲେ ଆମକୁ ଆଗୁଆ ସତର୍କ ଓ ସଚେତନତା ହେବାର ଆବଶ୍ୟକତା ରହିଛିÿ। ଟିକିଏ ଅସାବଧନତା ହେଲେ କେତେ ଯେ ଧନ ଜୀବନ କ୍ଷୟ କ୍ଷତି ହୁଏ ତାହା ଆକଳନ କରିବା କଷ୍ଟ ହୋଇପଡ଼େ ବୋଲି ଅତିଥିମାନେ କହିଥିଲେ। ତେବେ ବିପର୍ଯ୍ୟୟର ସାମନା କରିବା ବହୁ କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ଆଗକୁ ନବାହାରି ଅନ୍ୟକୁ ଦୋଷଦେବା ସବୁଠୁ ବଡ଼ ବିପର୍ଯ୍ୟୟ। ତେଣୁ ବିପର୍ଯ୍ୟୟବେଳେ କାତର ନହୋଇ ତାହାର କିପରି ଯଥାସମ୍ଭବ ମୁବାବଲା କରାଯାଇପାରିବ ସେଥିପ୍ରତି ସାହାସ ଓ ଧୈର୍ଯ୍ୟର ଆବଶ୍ୟକତା ରହିଛି ଏବଂ ଏହାର ମୁକାବଲା କରିବା ପାଇଁ ଅଧିକ ମାତ୍ରାରେ ବାର୍ତ୍ତା ସମସ୍ତଙ୍କ ପାଖରେ ପହଂଚିବା ଆବଶ୍ୟକତା ବୋଲି ଜିଲାପାଳ ଏନ୍ ତିରୁମାଳା ନାୟକ କହିଥିଲେ। ଏହି ପରିପ୍ରେକ୍ଷିରେ ପରିବହନ ଅଧିକାରୀ ପ୍ରତାପ ପ୍ରିତୀମୟ ୧୯୯୯ ମହାବାତ୍ୟା ସମୟରେ ଓଡ଼ିଶାରେ ଘଟିଥିବା ଭୟାଭୟତା ଉପରେ ନିଜର ଅଭିଜ୍ଞତା ବଖାଣିଥିଲେ। ଏବଂ ବିପର୍ଯ୍ୟୟକୁ ସାମନା୍ କରିବାକୁ ହେଲେ ସଚେତନତା ହେଲେ କିଛି ପରିମାଣରେ ଧନ ଜୀବନ ରକ୍ଷା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏଥିପାଇଁ ଗଣମାଧ୍ୟମର ଭୂମିକାକୁ ପ୍ରଶଂସା କରିଥିଲେ। ଏଥିରେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ ପ୍ରାକୃତିକ ବିପର୍ଯ୍ୟୟ ଓ କୃତ୍ରିମ ବିପର୍ଯ୍ୟୟର ବିଭେଦ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଏଥିପାଇଁ ନିଜେ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବହୁ ନାଗରିକ, ବୁଦ୍ଧିଜୀବୀ ଓ ଜିଲ୍ଲାର ବହୁ ସାମ୍ବାଦିକ ଉପସ୍ଥିତ ହୋଇଥିଲେ। ବିପର୍ଯ୍ୟୟ ପ୍ରଶମନ ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ। ଏଥିରେ ବିପର୍ଯ୍ୟୟ ପ୍ରଶମନ ସମ୍ବଦ୍ଧରେ ବିତର୍କ କରାଯାଇ କୃତି କୃତିପ୍ରତିଯୋଗୀମାନଙ୍କୁ ପୁରଷ୍କୃତ କରାଯାଇଥିଲା। ବିପର୍ଯ୍ୟୟ ପ୍ରଶମନ ଉପରେ ଛାତ୍ରଅଛାତ୍ରୀମାନଙ୍କ ଭିତରେ ଶକ୍ତି ପ୍ରସାଦ ରଣା, ସ୍ୱାଗତିକା ମିଶ୍ର ଓ ଆଶିଷ କୁମାର ଶର୍ମା ନିଜର ଚମକ୍ରାର ବକ୍ରୃତା ପ୍ରଦାନ କରିଥିଲେ। ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରଷ୍କୃତ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top