Home ଜିଲ୍ଲା ପରିକ୍ରମା ସହ ପ୍ରତିରୀତ୍ତିକ ଚିତ୍ତରଂଜନ ଦାସଙ୍କ ବିୟୋଗରେ ଶୋକ

ସହ ପ୍ରତିରୀତ୍ତିକ ଚିତ୍ତରଂଜନ ଦାସଙ୍କ ବିୟୋଗରେ ଶୋକ

28

ଭଦ୍ରକ, ୨୯ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଥିବା ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ର ମନ୍ଦିର (ସତ୍‌ସଙ୍ଗ ବିହାର) ର ସହ ପ୍ରତିରୀତ୍ତିକ ଚିତ୍ତରଂଜନ ଦାସ(୬୧)ଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ଏଠାରେ ସୂଚନାଯୋଗ୍ୟ ବାଲେଶ୍ୱର ଜିଲା ସିମୁଳିଆ ନିବାସୀ ସ୍ୱର୍ଗତଃ ଦାସ ଭଦ୍ରକ ସତ୍‌ସଙ୍ଗ ବିହାରରେ ଦୀର୍ଘ ତିନି ଦଶନ୍ଧି ଧରି ଠାକୁରଙ୍କର ସେବା କରିଆସୁଥିଲେ । ସେ ତାଙ୍କର ପତ୍ନୀ ଓ ଏକମାତ୍ର ପୁତ୍ରଙ୍କ ସହ ମନ୍ଦିର ପରିସରରେ ରହିଆସୁଥିବାବେଳେ ନିଜର ଭାତୃଭାବ, ସ୍ନେହ, ଶ୍ରଦ୍ଧାରେ ସମସ୍ତ ସତ୍‌ସଙ୍ଗୀଙ୍କୁ ନିଜର ଭଲପାଇବାରେ ବାନ୍ଧିରଖିପାରିଥିଲେ । ସେ ଠାକୁରଙ୍କର ଜଣେ ନିଷ୍ଠାପର ସେବକ, ନିୟତ କର୍ମୀ ଓ ଧର୍ମ ପ୍ରଚାରକ ଭାବେ କେବଳ ଭଦ୍ରକ ନୁହେଁ ଅବିଭକ୍ତ ବାଲେଶ୍ୱର ଜିଲା ସହ ସମଗ୍ର ଓଡ଼ିଶାରେ ପରିଚିତ ଥିଲେ । ଗତ କିଛିଦିନ ଧରି ସେ କିଡ୍‌ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲୋସିସ୍ ମାଧ୍ୟମରେ ଚିକିତ୍ସିତ ହେଉଥିବାବେଳେ ଗତକାଲି ହଠାତ୍ ଗୁରୁତର ହୋଇପଡିଥିଲେ । ତାଙ୍କୁ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲକୁ ନିଆଯାଇ ଚିକିତ୍ସା କରାଯାଉଥିବାବେଳେ ବିୟୋଗ ଘଟିଛି । ତାଙ୍କର ଏହି ଦେହାନ୍ତରେ ଭଦ୍ରକ ସତସଙ୍ଗ ବିହାର ପକ୍ଷରୁ ଗୌରାଙ୍ଗ ଚନ୍ଦ୍ର ପୃଷ୍ଟି, ନନ୍ଦଦୁଲାଲ ଦାସ, ପ୍ରଦୀପ କୁମାର ଲେଙ୍କା, ସୁଧାଂଶୁ ମହାପାତ୍ର, ଦଶରଥ ସାହୁ, ସୁକାନ୍ତ ବେହେରା, ତପନ ମହାକୁଳ ପ୍ରମୁଖ ସମସ୍ତ ସତସଙ୍ଗୀ ଗଭୀର ଶୋକବ୍ୟକ୍ତ ସହ ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଠାକୁରଙ୍କ ନିକଟରେ ନୀରବ ପ୍ରାର୍ଥନା କରିଛନ୍ତି । ଆଜି କଟକ ଠାରେ ତାଙ୍କର ମର ଶରୀରକୁ ସଂସ୍କାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.