ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ‘ସ୍ୱଚ୍ଛାଗ୍ରହ’ କାର୍ଯ୍ୟକ୍ରମ ସୃଷ୍ଟି କରିଛି ସ୍ୱଚ୍ଛତା ସଂସ୍କୃତି

ଭଦ୍ରକ, ୮ା୧ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ‘ସ୍ୱଚ୍ଛାଗ୍ରହ’ ହେଉଛି ଏକ ଶିକ୍ଷା ଭିତିକ ବ୍ୟବହାରିକ ପରିବର୍ତ୍ତନ କାର୍ଯ୍ୟକ୍ରମ, ଯାହା ଆଦାନୀ ଫାଉଣ୍ଡେସନ ପକ୍ଷରୁ ଶୁଭାରମ୍ଭ କରାଯାଇଛି। ସ୍ୱଚ୍ଛାଗ୍ରହ ସ୍ୱାଧୀନତା ସଂଗ୍ରାମ ସମୟରେ ଗାନ୍ଧିଜୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କାର୍ଯ୍ୟକ୍ରମ ‘ସତ୍ୟାଗହ’ରୁ ଅନୁପ୍ରେରିତ ହୋଇଛି, ଯାହାକି ଅସୀମ ଧୈର୍ଯ୍ୟ, ଦୃଢତା ମାଧ୍ୟମରେ କାର୍ଯ୍ୟକ୍ରମକୁ ଆଗେଇନେବାରେ ସାହାଯ୍ୟ କରିଥାଏ ଏବଂ ଭାରତୀୟ ମନ, ଗରିମାଏବଂ ଆତ୍ମ ସମ୍ମାନକୁ ଅନୁପ୍ରେରିତ କରିଥାଏ। ଏହାର ଉଦ୍ଦେଶ୍ୟ ପରିଷ୍କାର ପରିଚ୍ଛନ୍ନତା ପ୍ରତିଲୋକଙ୍କୁ ଆକର୍ଷିତ କରି ସଚେତନ କରାଇବାଏବଂଭାରତର ସ୍ୱାଧୀନତା ଆନ୍ଦୋଳନ ସମକ୍ଷ ପରିବର୍ତ୍ତନ କରିବା, ଯେଉଁଠାରେ ଲୋକମାନେ ‘ସ୍ୱଚ୍ଛତାର ସଂସ୍କୃତି ସୃଷ୍ଟିକରିବା’ ଦିଗରେ ନିଜକୁ ସାମିଲ କରିପାରିବେ। ଏହି କାର୍ଯ୍ୟକ୍ରମ ଭଦ୍ରକ ଜିଲା, ଦୋସିଙ୍ଗା ପଂଚାୟତରେ ଆରମ୍ଭ କରାଯାଇଛି, ଯେଉଁଥିରେ ୩୨ଟି ବିଦ୍ୟାଳୟର ଶିକ୍ଷକମାନେ ଭଦ୍ରକ ଜିଲା ଶିକ୍ଷା ବିଭାଗର ସହଯୋଗରେ ସ୍ୱଚ୍ଛତା ପ୍ରେରକ ପ୍ରଶିକ୍ଷଣରେ ଭାଗ ନେଇଥିଲେ। ପ୍ରଧାନ ଶିକ୍ଷକ ଏବଂ ଅନ୍ୟାନ୍ୟ ଶିକ୍ଷକମାନଙ୍କର ସ୍ୱଚ୍ଛାଗ୍ରହ ତାଲିମ କର୍ମଶାଳା ସମ୍ପର୍କିିତଏହି କାର୍ଯ୍ୟକ୍ରମକୁ ଆଦାନୀ ଫାଉଣ୍ଡେସନର ପ୍ରକଳ୍ପ ସଂଯୋଜକ ଜିଗ୍ନ୍ନେସ ଆର୍. ବିଭାନ୍ଦିକଏବଂସୁକୁମାର ଜେନା, ପ୍ରଧାନଶିକ୍ଷକ, ଦୋସିଙ୍ଗା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଦୋସିଙ୍ଗା ଉଚ୍ଚ ବିଦ୍ୟାଳୟରେ ଆରମ୍ଭ କରାଯାଇଥିଲା। ଆଦାନୀ ଫାଉଣ୍ଡେସନ-ଧାମରା ୟୁନିଟସିଏସ୍ଆର ୍ମୁଖ୍ୟ ସୁଭାସ ରାଏ କହିଛନ୍ତି ଯେ, ଏହି ସ୍ୱଚ୍ଛାଗ୍ରହ କାର୍ଯର୍୍ୟକ୍ରମ ପୂଣ୍ଣ ର୍ଭାବେ ‘ସ୍ୱଚ୍ଛଭାରତ ଅଭିଯାନ’ ସହିତ ଅନୁବନ୍ଧିତ ରହିଛି। ଏହି ପରି ଯୋଜନା ମାଧ୍ୟମରେ ଭାରତର ଆଗାମୀ ପିଢୀମଧ୍ୟରେ ‘ସ୍ୱଚ୍ଛତାର ସଂସ୍କୃତି ସୃଷ୍ଟିକରିବା’ ହେଉଛିଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ। ସ୍ୱଚ୍ଛାଗ୍ରହ କାର୍ଯ୍ୟକ୍ରମ ଶିକ୍ଷକ (ସ୍ୱଚ୍ଛତାପ୍ରେରକ) ଏବଂ ଛାତ୍ର (ସ୍ୱଚ୍ଛାଗ୍ରହ ଦଳର ସଦସ୍ୟ)ମାନଙ୍କ ମାଧ୍ୟମରେ ଆରମ୍ଭ କରାଯିବ ଏବଂ ସମସ୍ତ ବିଦ୍ୟାଳୟ ପାଇ ଁଏହା ଖୋଲାରହିବ।୬ଷ୍ଠ ଶ୍ରେଣୀରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯିବଏବଂ ଅନ୍ୟାନ୍ୟ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇ ପାରିବ। ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ପାଇବା ଦିଗରେ ମୁଖ୍ୟ ଭୂମିକା ତୁଲାଇବେ। ଆବର୍ଜନା ବିହୀନ ଚଳଣି ତଥା ବ୍ୟବହାରର ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ, ୧୬ଟି ରାଜ୍ୟଏବଂ ୨୭୦୦ ବିଦ୍ୟାଳୟରେ ସ୍ୱଚ୍ଛତା ସଂସ୍କୃତି ନିର୍ମାଣକରିବା ପାଇଁ ଆଦାନୀ ଫାଉଣ୍ଡେସନ ପକ୍ଷରୁଏହା ହେଉଛି ଏକ ପ୍ରୟାସ। ୩୫ ହଜାର ସ୍ୱଚ୍ଛାଗ୍ରହୀଏବଂ ୨୩ ଶହ ସ୍ୱଚ୍ଛାଗ୍ରହୀ ପ୍ରେରକଙ୍କୁ ନେଇ ଫାଉଣ୍ଡେସନ ପ୍ରତି ମାସରେ ୭୦ ହଜାର ଛାତ୍ରମାନଙ୍କ ନିକଟରେ ପହଂଚି ପାରିଛି। ବର୍ତ୍ତମାନ ସୁଦ୍ଧାଏହି ଅଭିଯାନ ୨୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ନିକଟରେ ପହଂଚିପାରିଛି। ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ୪ଟି ବିଷୟ ଉପରେ ପର୍ଯ୍ୟବେସିତ, ଯେପରିକି ଆବର୍ଜନା ପରିଚାଳନା ଏବଂ ଆବର୍ଜନା ଢାଙ୍କିବା, ସ୍ୱଚ୍ଛତା ଏବଂ ବ୍ୟକ୍ତିଗତ ସ୍ୱଚ୍ଛତା ଶୌଚାଳୟ ଶିଷ୍ଟତା ଏବଂ ବ୍ୟକ୍ତିଗତ ଉପଯୋଗ।

Leave a Reply

Your email address will not be published. Required fields are marked *