ଜିଲ୍ଲା ପରିକ୍ରମା

ଅଗ୍ନିକାଣ୍ଡରେ ୩ ବଖରା ଭସ୍ମିଭୂତ

ଖଇରା / ବାଲେଶ୍ୱର, ୧୩ /୧ (ନରେନ୍ଦ୍ର ପ୍ରସାଦ ବେହରୋ) ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ବର୍ତ୍ତନା ପଂଚାୟତ ଅର୍ନ୍ତଗତ ଆନ୍ଦୋଳା ଗ୍ରାମରେ ଅଚାନକ ଅଗ୍ନିକାଣ୍ଡ ଘଟି ୩ ବଖରା ଜଳିଯାଇଥିଲା। ଏହି ଅଗ୍ନିକାଣ୍ଡରେ ଗ୍ରାମର ପହଲି ଦାସଙ୍କ ୧ବଖରା, ଟିମା ଦାସଙ୍କ ୧ ବଖରା ଓ ଚଗୁଲୁ ଦାସଙ୍କ ୧ ବଖରା ସହିତ ମୋଟ ୩ ବଖରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଅଗ୍ନିକାଣ୍ଡଦେଖି ଗ୍ରାମବାସୀମାନେ ସଂଗେସଂଗେ ଉଦ୍ଧାର କାର୍ଯ୍ୟରେ ଲାଗିପଡିବା ସହିତ ଖଇରା ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ। ବର୍ତ୍ତନା ଭାରପ୍ରାପ୍ତ ଆରଆଇ ଶରତ ସେଠୀ ଘଟଣା ସ୍ଥଳ ପରିଦର୍ଶନ କରି ବିପନ୍ନ ପରିବାରକୁ ପଲିଥିନ୍ ପ୍ରଦାନ ସହିତ ଚୁଡା ଓ ଗୁଡ ଦେଇଥିଲେ। ସରକାରୀ ସାହାଯ୍ୟ ପାଇଁ ସାଧାରଣରେ ଦାବି ହୋଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top