Home ଜିଲ୍ଲା ପରିକ୍ରମା ରଜରେ ଆମ୍ବ ପାଇଁ ସ୍ତ୍ରୀକୁ ପିଟି ହତ୍ୟା କଲା ମଦୁଆ ସ୍ୱାମୀ

ରଜରେ ଆମ୍ବ ପାଇଁ ସ୍ତ୍ରୀକୁ ପିଟି ହତ୍ୟା କଲା ମଦୁଆ ସ୍ୱାମୀ

178

ଭଦ୍ରକ, ୧୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମାନ୍ୟ ଆମ୍ବ ଖାଇବାକୁ କେନ୍ଦ୍ର କରି ଜଣେ ନିଶାସକ୍ତ ସ୍ୱାମୀ ଶେଷରେ ଶେଷରଜ ଦିନ ନିଜର ପତ୍ନୀକୁ ପିଟି ପିଟି ହତ୍ୟା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଜିଲାର ଧାମନଗର ଥାନା ଅଧୀନସ୍ଥ ଜଳମଣ୍ଡୁଆ ପଂଚାୟତର ଜେନାସାହିରେ କାର୍ତ୍ତିକ ଜେନାର ଘର । ୩ଟି ସନ୍ତାନ ସହ ପତ୍ନୀ ସସ୍ମିତାକୁ ନେଇ କାର୍ତ୍ତିକଙ୍କ ସଂସାର । ସ୍ୱାମୀ କାର୍ତ୍ତିକ ଦ୍ୱିତୀୟ ରଜରେ ନିଜର କେତେକ ସାଙ୍ଗଙ୍କ ସହ ମଦ ପିଇ ଘରକୁ ନିଶାସକ୍ତ ଅବସ୍ଥାରେ ଫେରିଥିଲେ । ଏବଂ ସ୍ତ୍ରୀଙ୍କୁ ରଜ ପାଇଁ ଆଣିଥିବା ଆମ୍ବ ଖାଇବାକୁ ମାଗିଥିଲେ । କିନ୍ତୁ ସେତବେଳକୁ ଘରେ ଥିବା ଆମ୍ବକୁ ୩ଟି ପିଲା ଖାଇ ଶେଷ କରିଦେଇଥିଲେ । ୩ଟି ଛୋଟ ଛୋଟ ପିଲା କଣ ଜାଣିଥିଲା ଆମ୍ବ ଗୁଡିକ ଖାଇଦେବା ପରେ ନିଶାସକ୍ତ ଅବସ୍ଥାରେ ପିତା ଶେଷରେ ତାଙ୍କର ମା’କୁ ପିଟି ପିଟି ହତ୍ୟା କରିବେ ବୋଲି । ଘରକୁ ଫେରିଥିବା କାର୍ତ୍ତିକ ନିଶାରେ ଚୁର ହୋଇ ଆମ୍ବ ଖାଇବାକୁ ମାଗିଥିଲା । କିନ୍ତୁ ସସ୍ମିତା ପିଲାମାନେ ଆମ୍ବ ଖାଇଦେଇଥିବାର କହିବା ପରେ ଆରମ୍ଭ ହୋଇଗଲା ମହାଭାରତ । କାର୍ତ୍ତିକ ରାଗରେ ଏକ କାଠ ଫାଳିଆରେ ପତ୍ନୀ ସସ୍ମିତାକୁ ପିଟି ପିଟି ହତ୍ୟା କରିଥିଲା । ମାଡମାରି ମନ ଶାନ୍ତ ହୋଇନଥିଲା । କାଠଫାଳିଆ ଛାଡି ଏକ ବାଉଁଶ ଠେଙ୍ଗାରେ ମଧ୍ୟ ସେ ସସ୍ମିତାକୁ ପିଟିବାରେ ଲାଗିଥିଲା । ବିଳମ୍ବିତ ରାତିରେ ନିଶା ଉତୁରିବା ପରେ ନିଜେ ସ୍ତ୍ରୀକୁ ଏକ ଅଟୋରେ ଆଣି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ôଚଥିଲା କାର୍ତ୍ତିକ । କିନ୍ତୁ ଡାକ୍ତରମାନେ ମୃତ ଘୋଷଣା କରିଥିଲେ । ଡାକ୍ତରଖାନାରେ ଖବର ପାଇ ଭଦ୍ରକ ପୁଲିସ୍ କାର୍ତ୍ତିକଙ୍କୁ ଅଟକ ରଖି ପରବର୍ତ୍ତୀ ସମୟରେ ଧାମନଗର ଥାନାକୁ ହସ୍ତାନ୍ତର କରିଥିବାର ସୂଚନା ମିଳିଛି । କାର୍ତ୍ତିକ ପୁଲିସ୍ ନିକଟରେ ହତ୍ୟାକାଣ୍ଡର ସମସ୍ତ ଘଟଣା କହିବା ପରେ ତାହା ବିରୁଦ୍ଧରେ ଏକ ନରହତ୍ୟା ମାମଲା ରୁଜୁ ହୋଇ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.