Home ଅପରାଧ ଅପହୃତା ଯୁବତୀ ଉଦ୍ଧାର ଅପହରଣକାରୀ ଯୁବକ ଗିରଫ

ଅପହୃତା ଯୁବତୀ ଉଦ୍ଧାର ଅପହରଣକାରୀ ଯୁବକ ଗିରଫ

172

କେନ୍ଦ୍ରାପଡା ୧୬/୬ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଜନୈକ ଅପହୃତା ଯୁବତୀ ଉଦ୍ଧାର ହୋଇଥିବା ବେଳେ ଅପହରଣକାରୀ ଯୁବକ ଗିରଫ ହୋଇଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ ଟାଉନ ଥାନା ଅନ୍ତର୍ଗତ ଚାଟରାପାଟଣା ଗ୍ରାମର ଜଣେ ଝିଅ ଗତ ୨୦୧୮ମସିହାରେ ଅପହରଣ ହୋଇଥିବା ଅଭିଯୋଗ ଥାନାରେ ଅଭିଯୋଗ ହୋଇଥିଲା। ଟାଉନ ଥାନା ପୋଲିସ ସେହି ଅଭିଯୋଗ ଉପରେ ଥାନା କେଶ ନମ୍ବର ୧୫୫/୨୦୧୮ରେ ଏକ ଅପହରଣ ମାମଲା ରୁଜୁକରି ତଦନ୍ତ ଜାରି ରଖିଥିଲା ବେଳେ ଆଜି ଟାଉନ ଥାନା ମହିଳା ସବଇନିସପେକ୍ଟର ପ୍ରଜ୍ଞାଶ୍ରୀ ନାୟକ ନାଗପୁରା ଗ୍ରାମର ପ୍ରମୋଦ ମଳିକଙ୍କ ଘରୁ ଅପହୃତା ଯୁବତୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀ ପ୍ରମୋଦ ମଳିକଙ୍କ ପୁଅ ରାଜେନ୍ଦ୍ର ମଳିକଙ୍କୁ ଗିରଫ କରି ପଚରାଉଚୁରା କରୁଥିବା ଜଣାପଡିଛି। ଉଦ୍ଧାର ଯୁବତୀଙ୍କୁ ସ୍ଥାନୀୟ ମନକରପୁରସ୍ଥିତ ରେସୱା ସ୍ୱାଧାର ଗୃହରେ ରଖାଯାଇଥିବା ସୂଚନା ମିଳିଛି। ଆସନ୍ତାକାଲି ସଂପୃକ୍ତ ଯୁବତୀଙ୍କ ୧୬୪ଧାରାରେ ବୟାନ ରେକର୍ଡ କରାଯିବା ପରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.