Home ଆମ ସଂସ୍କୃତି, କଳା ଓ ଐତିହ୍ୟ ପ୍ରଭୁ ଜଗନ୍ନାଥ ହିଁ ପ୍ରକୃତରେ କଳ୍ପନାତୀତ, ଭାବାତୀତ ଓ ଜ୍ଞାନାତୀତ!

ପ୍ରଭୁ ଜଗନ୍ନାଥ ହିଁ ପ୍ରକୃତରେ କଳ୍ପନାତୀତ, ଭାବାତୀତ ଓ ଜ୍ଞାନାତୀତ!

346

– ଦେବପ୍ରସାଦ ମିଶ୍ର
ଶ୍ରୀମନ୍ଦିରସ୍ଥ ପାତାଳେଶ୍ୱର ମହାଦେବଙ୍କ ମନ୍ଦିର କାନ୍ଥରେ ଶ୍ରୀପୁରୁଷେତ୍ତମଙ୍କ ଉଦ୍ଦେଶ୍ୟରେ ଅର୍ପିତ ଦାନ ଗ୍ରହଣରେ ଯେଉଁ ଶିଳାଲେଖ ବିଦ୍ୟମାନ ରହିଛି ତାହା ୧୨୨୫ ଖ୍ରୀଷ୍ଟାବ୍ଦରେ ଖୋଦିତ ରାଜା ଅନଙ୍ଗ ଭୀମଦେବ ( ତୃତୀୟ ) ଙ୍କ ଅମଳର ବୋଲି ଜଣାଯାଏ। ୧୨୩୬ ମସିହାରେ ଖୋଦିତ ଅନ୍ୟ ଏକ ଦାନ ପତ୍ରର ଶିଳାଲେଖ ଏହି ପାତାଳେଶ୍ୱର ମନ୍ଦିର ଗାତ୍ରରୁ ମିଳିଥାଏ।

ଶ୍ରୀ ପୁରୁଷୋତ୍ତମଙ୍କୁ ଅର୍ପିତ ବ୍ୟକ୍ତିଗତ ସମ୍ପତ୍ତି ଦାନ ଗ୍ରହଣର ଏହି ଶିଳାଲେଖ ଏକ ସ୍ୱୀକାରୋକ୍ତି। ଅନଙ୍ଗ ଭୀମଦେବ (ତୃତୀୟ) ଙ୍କ କନ୍ୟା ଚନ୍ଦ୍ରିକା ଭୁବନେଶ୍ୱରରେ ପ୍ରଭୁ ପୁରୁଷୋତ୍ତମଙ୍କ ପାଇଁ ଯେଉଁ ମନ୍ଦିର ନିର୍ମାଣ କରାଇଥିଲେ, କାଳକ୍ରମେ ତାହା ଅନନ୍ତ ବାସୁଦେବ ମନ୍ଦିର ନାମରେ ବିଦିତ ହେଲା ଓ ଏଥିରେ ବାଳକୃଷ୍ଣ ସୁଭଦ୍ରା, ଭଗବତ ବାସୁଦେବ ପ୍ରତିମା ପୂଜା ପାଇଲେ। ଏହି ଅନୁଶାସନଟି ୧୨୭୮ ଖ୍ରୀଷ୍ଟାବ୍ଦରେ ମନ୍ଦିରରୁ ସ୍ଥାନାନ୍ତରିତ ହୋଇଯାଇଥିଲା ବୋଲି ଐତିହାସିକ ମାନେ ମତ ଦିଅନ୍ତି। Epignaphiea Indiea vol XIII P/153 )

ଶିକାକୋଲସ୍ଥ ଶ୍ରୀକୁର୍ମ ମନ୍ଦିର ଗାତ୍ରରେ ୧୩୧୦ ମସିହାର ଯେଉଁ ଶିଳାଲେଖ ରହିଛି, ସେଥିରେ ଶ୍ରୀ ପୁରୁଷୋତ୍ତମଙ୍କ ବଦଳରେ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଜଣେ ସାମନ୍ତ ରାଜାଙ୍କର ଦାନ ଗ୍ରହଣର ବୃତ୍ତାନ୍ତ ରହିଛି। ଏହା ଅନଙ୍ଗ ଭୀମଦେବ ( ତୃତୀୟ ) ଙ୍କ ନାତି ଭାନୁଦେବ ( ଦ୍ୱିତୀୟ ) ଙ୍କ ଅମଳର। ୧୩୧୩ ମସିହାର ଅନ୍ୟ ଏକ ଅନୁଶାସନରେ ଶ୍ରୀ ପୁରୁଷୋତ୍ତମ ଶ୍ରୀ ଜଗନ୍ନାଥରେ ପରିଣତ ହେଲେଣି। ନୀଳାଚଳ ନାଥ ଶ୍ରୀ ଜଗନ୍ନାଥ ଦେବରାଜ ଆଖ୍ୟା ବହନ କରି ଗଙ୍ଗ ରାଜବଂଶର ରାଜରାଜେଶ୍ୱର ଭାବରେ ପୂଜା ପାଇଲେଣି। କଳିଙ୍ଗ ତଥା ଶ୍ରୀକ୍ଷେତ୍ରର ଅତି ନିକଟବର୍ତ୍ତୀ ଦେଶ ବର୍ମା ବା ମିଆଁମାର ସହିତ ଆମର ପ୍ରାଚୀନ ସମ୍ପର୍କ କିପରି ନିବିଡ ଥିଲା ତାହା ନିମ୍ନ ଲିଖିତ ଘଟଣା ପ୍ରବାହରୁ ଜଣାପଡେ। ପୂର୍ବେ ପୁରୀ ଓ ଗୋପାଳପୁରରୁ ନିୟମିତ ·ଉଳ ବୋଝେଇ ଜାହାଜ ରେଙ୍ଗୁନ ଯାତାୟତ କରୁଥିଲା। ବିଶେଷତଃ ଏହି ଅଞ୍ଚଳର ଲୋକେ ବହୁ ସଂଖ୍ୟାରେ ରେଙ୍ଗୁନ ଯାଇ ବର୍ମାର ଘଞ୍ଚ ଅରଣ୍ୟ ସଫା କରି ପଡିଆ ଜମିକୁ ଉଠିଆ କରିଥିଲେ। ସେଠାରେ ଧାନ ·ଷୋପଯୋଗୀ ଜମି ସୃଷ୍ଟିକରି ବର୍ମା କୁ ଶସ୍ୟଶାମଳା କରିବା ଓଡିଆ ଲୋକଙ୍କର କୀର୍ତ୍ତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ବିଶେଷତଃ ବର୍ମାରେ ଜଳ ଯୋଗାଣ ବ୍ୟବସ୍ଥା, ବର୍ମା ପେଟ୍ରୋଲିୟମ ସରବରାହ ସଂସ୍ଥା ଓଡିଆ କୁଲିମାନଙ୍କ ଦ୍ୱାରା ହିଁ ସମ୍ଭବପର ହୋଇଥିଲା। କିନ୍ତୁ ପ·ଶ ଷାଠିଏ ବର୍ଷ ତଳେ ଏହି ରେଙ୍ଗୁନ ଯାତ୍ରୀମାନେ ବିଦେଶି ନାଗରିକ ଭାବରେ ଗଣ୍ୟ ହୋଇ ରିକ୍ତ ହସ୍ତରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ। ବର୍ମାର ଅଧିବାସୀମାନେ ପ୍ରଧାନତଃ ହୀନଯାନ ବୌଦ୍ଧପନ୍ଥୀ ଥିଲେ। ତା ପୁର୍ବରୁ ବ୍ରାହ୍ମଣ୍ୟ ଧର୍ମର ପ୍ରସାର ବହୁ ଭାବରେ ବର୍ମାରେ କାଳକ୍ରମେ ସମ୍ଭବ ହୋଇଥିଲା। ବର୍ମା ଭାଷା ପିଉ ସହିତ ସଂସ୍କୃତ ଭାଷା ମଧ୍ୟ ପ୍ରଚଳିତ ଭାଷା ଥିଲା। ମର୍ଗୁଇ, ମାଜା ଓ ଆରାକାନ ଅଞ୍ଚଳରୁ ଆବିଷ୍କୃତ ଦେବଦେବୀ ଯଥା – ବିଷ୍ଣୁ, ଗରୁଡ, ବ୍ରହ୍ମା, ଗଣେଶ, ହନୁମାନ, ସୂର୍ଯ୍ୟ ଓ ଦୁର୍ଗା ଆଦି ମୂର୍ତ୍ତି ଏହାର ସୂଚନା ଦିଏ। ସବୁଠାରୁ ବେଶୀ କୌତୁହଳର ବିଷୟ ଏହି ଯେ ବର୍ମାର ଯେଉଁ ପ୍ରାଚୀନ ପିଉ ରାଜବଂଶ, ତାହା ଶ୍ରିକ୍ଷେତ୍ର ରାଜବଂଶ ଭାବରେ ଅଭିହିତ। The Cnthrie of South East Asic by Regarald Le my P/49। ଥଟୁନ୍ ଅଞ୍ଚଳ ଏହି ରାଜବଂଶର ଏକ କେନ୍ଦ୍ରସ୍ଥଳୀ ଥିଲା। ଅନ୍ୟ ଏକ କେନ୍ଦ୍ରସ୍ଥଳୀ ଥିଲା ପେଗୁ ଅଞ୍ଚଳ। ପେଗୁ ଥିଲା ସମୁଦ୍ର ତଟବର୍ତ୍ତୀ ବନ୍ଦର ଭିର୍ତ୍ତୀକ ଏକ ଜନପଦ। କାରଣସେଠାରେ ଏବେ ପ୍ରାଚୀନ ଜାହାଜ ମାନଙ୍କର ଅବଶେଷ ଓ ଭଗ୍ନାଂଶ ସବୁ ମିଳୁଛି। ସମୁଦ୍ର ତଟର ମୂର୍ତ୍ତିକା କ୍ଷୟ ହୋଇ କାଳକ୍ରମେ ତାହା ବିଲୁପ୍ତ ହେବାରେ ଲାଗିଲା। ଏକାଦଶ ଶତାବ୍ଦୀ ବେଳକୁ ପେଗୁ ବନ୍ଦର ସଂପୂର୍ଣ୍ଣ ଭାବରେ ଲୋପ ପାଇଯାଇ ଷୋହଳ ଶହ ମସିହା ବେଳକୁ ଏହା ଏକ ଦ୍ୱୀପାଞ୍ଚଳରେ ପରିଣତ ହେଲା ଓ ରେଙ୍ଗୁନ ବନ୍ଦର ଗଢି ଉଠିଲା। କାଳକ୍ରମେ ପେଗୁ ନଦୀର ଅସ୍ତିତ୍ୱ ଗର୍ଭରେ ଲୀନ ହୋଇଗଲା। ପେଗୁର ପ୍ରାଚୀନ ନାମ ଥିଲା ଉଷା। The Cnthrie of South East Asic by Regarald Le my P/49 û ଏହା ଓଡିଶା ଶବ୍ଦର ଅପଭ୍ରଂଶ ବୋଲି ଗବେଷକ ଓ ଇତିହାସବିତ୍ ମାନେ ମତ ଦିଅନ୍ତି।

ଏତଦ୍ ଭିନ୍ନ ନଟ୍ ଲୁଙ୍ଗ୍ ଗ୍ୟାଙ୍ଗ୍ (Nat Hlaung Gyanng) ନାମକ ଏକ ଜରାଜୀର୍ଣ୍ଣ ବିଷ୍ଣୁ ମନ୍ଦିରରେ ଯେଉଁ ଦଶାବତାର ମୂର୍ତ୍ତି ଦୃଷ୍ଟ ଗୋଚର ହୁଏ, ଏହା ଦ୍ୱାଦଶ ଶତାବ୍ଦୀ ପ୍ରାରମ୍ଭର ବୋଲି ଗବେଷକମାନେ ମତ ଦିଅନ୍ତି। ଦଶାବତାର ମଧ୍ୟରେ ଏହାର ନବମ ବିଗ୍ରହ ଧ୍ୟାନୀ ବୁଦ୍ଧମୂର୍ତ୍ତି ( It is de dicated to Vishnu and is decorated with ten stone figures of his ten avatars the Budha being the ninth ( The Culture of South East Asia by Reginald Le may P/50-54 ) । ଏହା ଶ୍ରୀମନ୍ଦିରର ଗରୁଡସ୍ତମ୍ଭ ନିକଟରେ ଥିବା ଦଶାବତାର ମୂର୍ତ୍ତିରେ ଥିବା ନବମ ବିଗ୍ରହ ଭଳି ଶ୍ରୀ ଜଗନ୍ନାଥ ମୂର୍ତ୍ତି ନୁହନ୍ତି, ଧ୍ୟାନୀ ବୁଦ୍ଧ। ବୁଦ୍ଧଙ୍କୁ ନ୍ୟୁନ କରିବା ପାଇଁ ବୈଷ୍ଣବ ଗୋଷ୍ଠୀର ଏହା ଏକ ହୀନ ପ୍ରଚେଷ୍ଟା ବୋଲି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଇଂରେଜମାନେ ୧୮୦୩ ରେ ଓଡିଶା ଦାଖଲ କରିସାରିଲା ପରେ ୧୮୦୬ ମସିହା ମେ ମାସ ପହିଲାର ଏ ଘଟଣା। ପୁରୀ ଶଙ୍କରା·ର୍ଯ୍ୟଙ୍କ ଶିଷ୍ୟ ରାମଶଙ୍କର ଭାରତୀ ଖ୍ରୀଷ୍ଟାନ ସରକାରଙ୍କୁ ଦରଖାସ୍ତ କରି ଜଣାଇଲେ କି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ରତ୍ନସିଂହାସନରେ ସଂଲଗ୍ନ ଏକ ଭୈରବୀ ମୂର୍ତ୍ତିକୁ ବୈଷ୍ଣବ ବୈରାଗୀମାନେ ମରହଟ୍ଟା ଶାସନ ଅମଳରେ ଅପସାରଣ କରିଦେଇ ଅଛନ୍ତି। ଏହା ରତ୍ନସିଂହାସନରେ ସ୍ଥାପନ ହେବା ଦରକାର। ୧୮୦୬ ମସିହାରେ ଜଗନ୍ନାଥ ମନ୍ଦିର ପରି·ଳନା କମିଟିର ଚତୁର୍ଥଧାରା ଅନୁଯାୟୀ ଏହା ଏକ ପଣ୍ଡିତ ସଭା ଦ୍ୱାରା ପରି·ଳିତ ହେଉଥିଲା। ସରକାରଙ୍କ ଦ୍ୱାରା ମନୋନୀତ ପଣ୍ଡିତମାନେ ଏହାର ସଭ୍ୟ ଥିଲେ। ହଣ୍ଟର ସାହେବ ସେତେବେଳେ ଥାନ୍ତି ଯାତ୍ରୀ ଟିକସ ଆଦାୟର କଲେକ୍ଟର। ରେଭନିୟୁରକମିଶନର ସର୍ବମୟ କର୍ତ୍ତା। ୧୮୦୭ ଠାରୁ ୧୮୬୭ ଯାଏଁ ଏ ସମ୍ବନ୍ଧରେ କିଛି ନିଷ୍ପତ୍ତି ଗ୍ରହଣ ହୋଇପାରିଲା ନାହିଁ। ହିନ୍ଦୁ ଧର୍ମ ବ୍ୟାପାରରେ ଖ୍ରୀଷ୍ଟାନ ସରକାର ହସ୍ତକ୍ଷପ କଲେ ନାହିଁ।। ୧୮୬୭ ମସିହାରେ ଜଗବଂଧୁ ମହାପାତ୍ର ଓ ଦାଶରଥି ପ୍ରହରାଜ ନାମକ ଦୁଇଜଣ ବ୍ରାହ୍ମଣ ପଣ୍ଡିତ ଏ ସମ୍ବନ୍ଧରେ ମତାମତ ସଂଗ୍ରହ ପାଇଁ ମୁର୍ଶିଦାବାଦ ପଣ୍ଡିତ ଗଙ୍ଗାଧର କବିରାଜଙ୍କୁ ପତ୍ର ଦେଲେ। ପଣ୍ଡିତ ମହାଶୟ ମୁର୍ଶିଦାବାଦରୁ ଜଣାଇଲେ ଯେ ବୈରାଗୀମାନଙ୍କ ଦ୍ୱାରା ଏହା ନଷ୍ଟ ହୋଇଯାଇଥିବାରୁ ଶିବଙ୍କର ଲୀଳା ମୂର୍ତ୍ତି ପରିବର୍ତ୍ତେ ଭୈରବୀ ଚିତ୍ର ସଂଲଗ୍ନ କଲେ ମଧ୍ୟ ଚଳିବ। କିନ୍ତୁ ସେ ପ୍ରଶ୍ନ କଲେ ଭୈରବୀ ଚିତ୍ର ସହ ଜଗନ୍ନାଥଙ୍କ ସେବା ପୂଜାର ସଂପର୍କ କଣ ? ସେ ପ୍ରଶ୍ନ ଏ ଯାଏଁ ଅମୀମାଂସିତ ରହିଛି। History of jagannath Temple his nintenth Centiry by Prabhat Minkdy P/74 û । ହିନ୍ଦୁଧର୍ମ ବ୍ୟାପାରରେ ଖ୍ରୀଷ୍ଟାନ ସରକାର ତ ହସ୍ତକ୍ଷେପ କଲେ ନାହିଁ କିନ୍ତୁ ଅନ୍ୟ ସଂପ୍ରଦାୟର ଲୋକେ କାଳେ ଜଗନ୍ନାଥ ମନ୍ଦିରକୁ ତାଙ୍କ ସଂପ୍ରଦାୟର ବୋଲି ଦାବି କରିବେ ସେଥିପାଇଁ ଭୈରବ ବିଗ୍ରହକୁ ମୂଳସ୍ଥଳୀରୁ ବିଚ୍ଛିନ୍ନ କରି ସମୁଦ୍ରରେ ନିକ୍ଷେପ କରିଥିଲେ ସେହି ଅସହିଷ୍ଣୁ ବୈଷ୍ଣବ ଗୋଷ୍ଠୀ ମରହଟ୍ଟା ଶାସନ ଅମଳରେ ଏହା ସମ୍ଭବ ହୋଇଥିଲା।ସେହିପରି ଅନ୍ୟ ଏକ ପ୍ରଚେଷ୍ଟା ହେଲା ଶ୍ରୀ ମନ୍ଦିର ଅଁଳା ବେଢାରେ ରାମାନଦୀ ଚିତ୍ରାଙ୍କନ। ମହନ୍ତ ମହାରାଜ ଏମାର ମଠ ଏଥିନିମନ୍ତେ ମନ୍ଦିରକୁ ଅତୀତରେ ଅର୍ଥଦାନ କରିଥିଲେ। ପୁରୀର ଜଗନ୍ନାଥ ମନ୍ଦିର ଯେ କି ବିଷ୍ଣୁ ମନ୍ଦିର ଏଥିରେ ତ ଦ୍ୱିମତ ନାହିଁ। ସେଥିପାଇଁ ତ ଜଗନ୍ନାଥ ପ୍ରତିମାର ଗର୍ଭରେ ବୁଦ୍ଧଦେବ ଦାନ୍ତ ରହିଛି ବୋଲି ମତପୋଷଣ କରାଯାଏ ଏବଂ ବୁଦ୍ଧଙ୍କୁ ହିନ୍ଦୁ ଧର୍ମର ଏକ ଅବତାର ବୋଲି ଧରିନିଆ ଯାଇଛି। ଭାରତ ବର୍ଷର ଅନ୍ୟ ସ୍ଥଳୀଠାରୁ ଆମର ଏଠାରେ ପ୍ରଭେଦ ଏତିକି ଯେ, ଏକାଦଶ ଶତାବ୍ଦୀ ବେଳକୁ ବୌଦ୍ଧ ଧର୍ମ ଭାରତବର୍ଷରୁ ସର୍ବୋତମ ଭାବେ ଲୋପ ପାଇ ଯାଇଥିଲେ ହେଁ ଓଡିଶାରେ ଷୋଡଶ ଖ୍ରୀଷ୍ଟାବ୍ଦ ଯାଏ ଏହା ଉଜ୍ଜିବିତ ଥିଲା। ତାହା ଏବେ ବି ଉଜ୍ଜିବିତ ହୋଇ ରହିଛି। ସର୍ବୋପରି ଶ୍ରୀ ମନ୍ଦିରରେ ମହାପ୍ରସାଦ ଭୋଗର ଯେଉଁ ପରମ୍ପରା ରହିଛି ଓ ଜାତି ଧର୍ମ ବର୍ଣ୍ଣ ନିବିଶେଷରେ ସମବେତ ଭୋଜନର ଯେଉଁ ଆୟୋଜନ ତାହା ବୌଦ୍ଧ ଧର୍ମ ସଂଘିୟ ବ୍ୟବସ୍ଥାର ଅନୁରୂପ।

ପ୍ରଭୁଙ୍କ ଗୁଣକୀର୍ତ୍ତନ କରିବା ପାଇଁ ଆଠକାଳି ବାରମାସି ଋତୁ ଭେଦରେ ଗୋଟିକ ପରେ ଗୋଟିଏ ଯାତ୍ରା ମହୋତ୍ସବ ନୃତ୍ୟ ଗୀତର ଆସର ଓ ପୂଜାପାର୍ବଣ ଆଦି ବର୍ଷସାରା ଯେପରି ଲାଗି ରହିଥାଏ ତାହା ନୀଳାଚଳ ଧାମ ଅଧିବାସୀଙ୍କ ଧର୍ମ ଧାରଣା ଥିଲା ଏକ ପ୍ରଧାନ ଅଙ୍ଗ। ସେଥିପାଇଁ ମନ୍ଦିର ଚତୁପାଶ୍ୱର୍ରେ ଏକ ବିସ୍ତୃତ ଅଞ୍ଚଳକୁ ପୂର୍ବେ ଯାତ୍ରା ଦାଣ୍ଡ ବୋଲି କୁହାଯାଉଥିଲା। ସେହି ଯାତ୍ରା ଦାଣ୍ଡ ଶବ୍ଦଟି ଉଚ୍ଚାରଣ କଲେ ଏବେ ମଧ୍ୟ ରୋମାଞ୍ଚ ସୃଷ୍ଟି ହୁଏ। ଯାତ୍ରାଦାଣ୍ଡ ଜନାକୀର୍ଣ୍ଣ ହେଲେ ଲୋକଙ୍କ ମନରେ ଯେଉଁ ଆନନ୍ଦ ଉଲ୍ଲାସ, ସେ ଅନୁଭୁତି ଆଉ ନାହିଁ। ଏହି ଯାତ୍ରାଦାଣ୍ଡ ବଳଗଣ୍ଡି ପାଶ୍ୱର୍ବର୍ତ୍ତି ମାଜଣା ମଣ୍ଡପ ଠାରୁ ଚୁଡଙ୍ଗ ସାହି ମାର୍କଣ୍ଡ ପୁଷ୍କରିଣୀ ମନ୍ଦିର ପଶ୍ଚିମପଟର ଭଗବତୀ କୋଟ, ଶ୍ୱେତଗଙ୍ଗା ନିକଟବର୍ତ୍ତୀ ବାଲିସାହିସ୍ଥ୍ର ଭୃଗୁ ବା ଉଗ୍ରସେନ ଆଶ୍ରମ, ଏପଟେ ଯମ୍ବେଶ୍ୱର ମହାଦେବଙ୍କ ମନ୍ଦିର ପାଣ୍ଡୁ ବା କଣ୍ଡୁ ଆଶ୍ରମ ଯାଏ ତା ଆର ପଟେ ଦୋଳ ମଣ୍ଡପ ସାହିସ୍ଥ ଅଙ୍ଗିରା ଆଶ୍ରମ ଯାଏ ପରିବ୍ୟାପ୍ତ ଥିଲା। ବଡଦାଣ୍ଡ ଏବେ ଯେପରି ସିଂହଦ୍ୱାରଠାରୁ ଗୁଣ୍ଡି· ମନ୍ଦିର ଲମ୍ବିଚି ପୂର୍ବେ ଏହା ସେପରି ନଥିଲା। ବଳଗଣ୍ଡି ଠାରୁ ବଡଶଙ୍ଖ ଯାଏ ନଈନାଳରେ ପରିପୂର୍ଣ୍ଣ ଥିଲା ଶରଧାବାଲି ଯାଏ। ପୁରୁଷୋତ୍ତମ ଗ୍ରାମ ପୁରୁଷୋତ୍ତମ କଟକରେ ପରିଣତ ହେଲା ପରେ ଏହି କଟକର ପେଣ୍ଠସ୍ଥଳୀ କଟକୀପେଣ୍ଠ କାଳକ୍ରମେ ଶ୍ମଶାନରେ ପରିଣତ ହେଲା ଓ ଏହା ନିକଟସ୍ଥ ସାହିର ନାମକରଣ କରାଗଲା ହାଡଗଡିଆ ସାହି। ଭାନୁଦେବଙ୍କ ସମୟରେ ଅଠରନଳା ଘାଟରେ ପୋଲ ହେଲା ପରେ ଏହାର ପୂର୍ବ ନାମ ହରିଣୀ ଘାଟ ଲୋପ ପାଇଲା ଯେଉଁ ନଈ ମାଟିଆ ନଈ ମଧୁପୁର ନଈ ଓ ଅଠରନଳା ନଈର ନାମ ଧାରଣ କରିଥିଲା ତା ଉପରେ ପୋଲ ବନ୍ଧା ହେଲା ପରେ ସେ ପଟରୁ ନୀଳାଚଳ ଧାମକୁ ରାସ୍ତା ଖୋଲିଗଲା ଓ ମଙ୍ଗଳା ଘାଟର ପ୍ରାଧାନ୍ୟ କ୍ରମେ ଲପ ପାଇଲା। ପୂର୍ବେ ସେପଟେ ଥିଲା ଦକ୍ଷିଣାଞ୍ଚଳକୁ ଥିଲା ସିଧାସଳଖ ରାସ୍ତା। କୋଣାର୍କ ରାସ୍ତାରେ ପୁରୁଷୋତ୍ତମ କଟକର ଜାଗା ଆଖାଡା ସଂଖ୍ୟା ଥିଲା ସର୍ବାଧିକ ବାଇଶ ମେଳକୁ କୁଣ୍ଢାଇ ବେଣ୍ଟ ସାହି ପରିବ୍ୟାପ୍ତ ଥିଲା ଗୋପ ଛଇତନା ଯାଏ। ଅନୁପ୍ରବେଶକାରୀମାନେ କାଳେ ଏହି ରାସ୍ତାରେ ନଗରରେ ପ୍ରବେଶ କରିଯିବେ ସେଥେପାଇଁ ଜାଗାମେଳ ସାହାଯ୍ୟରେ କଡା ନିରାପତ୍ତା ରକ୍ଷା କରାଯାଉଥିଲା। ସେ ସବୁ ଏବେ ଲୁପ୍ତ ପ୍ରାୟ। ଜଗନ୍ନାଥ ଉପାସନାରେ ଧାର୍ମିକ ଦିଗ ଅପେକ୍ଷା ମାର୍ମିକ ଅବବୋଧର ପ୍ରାଧାନ୍ୟ ସର୍ବାଧିକ। ସେଥି ପାଇଁ ସେ ଜୀବନ୍ତ ଦେବତା ଭାବରେ ଖ୍ୟାତ ଯିଏ ତାଙ୍କୁ ଯେଉଁ ଭାବରେ ଡାକେ ସେ ତାକୁ ଦେଖା ଦିଅନ୍ତି ସେହି ରୂପରେ। ଏହି ଉକ୍ତିର ଐତିହାସିକ ସତ୍ୟତା ସହିତ ଏହି ଅନୁଭୂତି ଉପାଖ୍ୟାନ ଓ କିମ୍ବଦନ୍ତି ଆକାରରେ ରହିଛି।ଜୀବଜଗତ ସୃଷ୍ଟି ହେଲା ଦିନୁ ପ୍ରଭୁ ଏଠାରେ ରହି ଆସିଛନ୍ତି ବୋଲି ପୁରୁଷୋତ୍ତମ ଗ୍ରାମ ଅଧିବାସୀମାନଙ୍କର ଏହା ଏ ବଦ୍ଧମୂଳ ଧାରଣା।

ଏହି ଜଗନ୍ନାଥ ହେଉଛନ୍ତି ଋକ୍ବେଦ ବର୍ଣ୍ଣିତ ସମୁଦ୍ର ଗର୍ଭରେ ଭାସମାନ ଏକ ବିରାଟ କାଷ୍ଠଖଣ୍ଡ, ଏ ପୁଣି ହେଉଛନ୍ତି ଗୀତାର ପୁରୁଷୋତ୍ତମ। ୟାଙ୍କ ଆସ୍ଥାନ ହେଲା ମହାଭାରତ ବନପର୍ବରେ ବର୍ଣ୍ଣିତ କଳିଙ୍ଗ ଉପକୂଳର ଏକ ବେଦୀ, ଏହି ବେଦୀ ହେଲା ପ୍ରଭୁଙ୍କ ରତ୍ନବେଦୀ, ଏ ହେଉଛନ୍ତି ବଜ୍ରଦାନୀ ଇନ୍ଦ୍ରଭୂତିଙ୍କ ବର୍ଣ୍ଣିତ ଜ୍ଞାନସିଦ୍ଧି ର ଜଗନ୍ନାଥ ବୁଦ୍ଧ ସର୍ବ ବୁଦ୍ଧମୟଂ ସିଦ୍ଧି ବ୍ୟାପିନଂ ଗଗନୋପମମ୍ ସ୍ନାନବେଦୀ ଉପରେ ହାତୀ ବେଶ ଧାରଣ କରିଥିବା ବିନାୟକ ପନ୍ଥୀଙ୍କର ମହାବିନାୟକ ତନ୍ତ୍ରକୁ ବିନାଶ କରି ପ୍ରଭୁଙ୍କର ଗଜଉଦ୍ଧାରଣ ବେଶ, ଏ ପୁଣି ଶୈବ ଉପାସକ ମାନଙ୍କର ମହାଭୈରବ, ଭୈରବୀ ମନ୍ତ୍ରରେ ୟାଙ୍କୁ ପୂଜା କରାଯାଏ, ପ୍ରଭୁଙ୍କ ରତ୍ନବେଦୀରେ ଏ କେଉଁ ଆଦିମ କାଳରୁ ଭୈରବ ବିଗ୍ରହ ରହିଆସିଥିଲା ଓ ଅସହିଷ୍ଣୁ ବୈଷ୍ଣବ ଗୋଷ୍ଠୀ ତାକୁ ଭାଙ୍ଗି ରୁଜି ନଷ୍ଟ କରି ଦେଇଥିଲେ ଓ ସିଏ ପୁଣି ପରମ ବୈଷ୍ଣବ ନାମରେ ଖ୍ୟାତ, ଜଗନ୍ନାଥ ଧାମ ହେଲା ବିଶ୍ୱବିଦିତ ଶକ୍ତିପୀଠ ଓ ତନ୍ତ୍ରପୀଠ, ଜଗନ୍ନାଥଙ୍କୁ ପୁଣି ଧରିନିଆଯାଏ – ସେ ସ୍ୱୟଂ ରାମଚନ୍ଦ୍ର।

ସତ୍ୟବାଦୀର ବନ ବିଦ୍ୟାଳୟରେ ପାଠପଢା ପୂର୍ବରୁ ଯେଉଁ ବାଣୀ ଆରାଧନା ନାମରେ ପ୍ରାର୍ଥନା ସଭା ହୁଏ ତହିଁରେ ପଞ୍ଚଶଖାର ଅନ୍ୟତମ ସାରଥି ପଣ୍ଡିତ ନୀଳକଣ୍ଠ, ଆ·ର୍ଯ୍ୟ ହରିହର ଜଗନ୍ନାଥ ତତ୍ତ୍ୱ ଉପରେ ଯେଉଁ ଭାଷଣ ଶିକ୍ଷାର୍ଥୀଙ୍କୁ ଦିଅନ୍ତି ତହିଁରେ ଏହାକୁ ହିଁ ପ୍ରାଧାନ୍ୟ ଦେଇଥାନ୍ତି ପରବର୍ତ୍ତୀ ଅବସ୍ଥାରେ ବହୁ ସାହିତ୍ୟିକ ଗବେଷକ ଏହାକୁ ପ୍ରାଧାନ୍ୟ ଦେଇ ଅନେକ ଗବେଷଣା ମୂଳକ ଲେଖା ରଚନା କରିଛନ୍ତି ପୁରୀ ବାସେଳୀସାହିର ଗବେଷକ ସାହିତ୍ୟିକ ବଳରାମ ପଟ୍ଟନାୟକ ଅନାଦି ଅନନ୍ତ ନାମକ ପୁସ୍ତକରେ ଜଗନ୍ନାଥ ସଂସ୍କୃତି ଉପରେ ଯେଉଁ ପୁସ୍ତକ ରଚନା କରିଥିଲେ ତହିଁରେ ଏପରି ଲେଖାମାନ ସ୍ଥାନିତ ହୋଇଥିଲା ଯାହା ବହୁ ଜଗନ୍ନାଥ ସଂସ୍କୃତି ଗବେଷକଙ୍କୁ ସାହାଯ୍ୟ କରେ।

ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ କଲୋନୀ, ତୁଳସୀପୁର, କଟକ-୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.