Home Coronavirus Outbreak ଭାରତରେ ଲଗାତର କମୁଛି ସକ୍ରିୟ କରୋନା ମାମଲା – ତୃତୀୟ ଦିନ ପାଇଁ ସକ୍ରିୟ ମାମଲା...

ଭାରତରେ ଲଗାତର କମୁଛି ସକ୍ରିୟ କରୋନା ମାମଲା – ତୃତୀୟ ଦିନ ପାଇଁ ସକ୍ରିୟ ମାମଲା ୮ ଲକ୍ଷରୁ କମ – ଲଗାତର ଚତୁର୍ଥ ଦିନ ପାଇଁ ଜାତୀୟ ପଜିଟିଭିଟି ହାର ୮%ରୁ କମ

64

ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) କୋଭିଡ-୧୯ ବିରୋଧୀ ଲଢ଼େଇରେ ଭାରତ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଜାତୀୟ ପଜିଟିଭିଟି ହାର ୮% ତଳକୁ ହ୍ରାସ ପାଇଛି। ଲଗାତର ଚତୁର୍ଥ ଦିନ ପାଇଁ ଏହି ଧାରା ଜାରି ରହିଛି। ପଜିଟିଭିଟି ହାର ଏବେ ୭.୯୪% ରହିଛି ଏବଂ ଏହା ନିରନ୍ତର ଭାବେ କମିବାରେ ଲାଗିଛି।

ଦେଶସାରା ବ୍ୟାପକ ଟେଷ୍ଟିଙ୍ଗ ରଣନୀତି ଆପଣାଇବା ଯୋଗୁ ଏହା ସମ୍ଭବ ହୋଇଛି। ଇତିମଧ୍ୟରେ ଦେଶରେ ମୋଟ କରୋନା ଟେଷ୍ଟିଙ୍ଗ ୯.୫ କୋଟି ଅତିକ୍ରମ କରିଛି।

ଉପଲବ୍ଧ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି ଯେ ଟେଷ୍ଟିଙ୍ଗ ମାତ୍ରା ଲଗାତର ଭାବେ ବୃଦ୍ଧି ପାଉଥିବାରୁ ପଜିଟିଭିଟି ହାର ହ୍ରାସ ହେବାରେ ଏହା ବିଶେଷ ସହାୟକ ହେଉଛି। ନିରନ୍ତର ଭାବେ ପଜିଟିଭିଟି ହାର ହ୍ରାସ ପାଉଥିବାରୁ ସଂକ୍ରମଣ ବ୍ୟାପିବା ହାର ଫଳପ୍ରଦ ଭାବେ ନିୟନ୍ତ୍ରଣକୁ ଆସୁଥିବା ପ୍ରତୀୟମାନ ହେଉଛି।

ପ୍ରାୟ ସମସ୍ତ ଅଞ୍ଚଳରେ ଅଧିକ ଟେଷ୍ଟିଙ୍ଗ କରାଯିବା ଦ୍ୱାରା ପଜିଟିଭ ମାମଲାଗୁଡ଼ିକୁ ଆଗୁଆ ଚିହ୍ନଟ କରାଯାଇ ପାରୁଛି, ନିରୀକ୍ଷଣ ଏବଂ କଣ୍ଟାକ୍ଟ ଟ୍ରେସିଙ୍ଗ ଯୋଗୁ ସ୍ଥିତିର ମୁକାବିଲା କରାଯାଇ ପାରୁଛି। ଏମିତି କି ସାଂଘାତିକ ମାମଲାଗୁଡ଼ିକ କ୍ଷେତ୍ରରେ ଠିକଣା ସମୟରେ ଉପଯୁକ୍ତ ଚିକିତ୍ସା ସେବା ଉଭୟ ଘରେ ଏବଂ ଡାକ୍ତରଖାନାରେ ଉପଲବ୍ଧ କରାଯାଉଛି। ଏହିସବୁ ସାମଗ୍ରିକ ପଦକ୍ଷେପ ଦ୍ୱାରା ଦେଶରେ କରୋନା ମୃତ୍ୟୁ ହାର ହ୍ରାସ ପାଉଛି।

ଅକ୍ଟୋବର ତୃତୀୟ ସପ୍ତାହ ପାଇଁ ଦେଶରେ ହାରାହାରି ଦୈନିକ ପଜିଟିଭିଟି ହାର ୬.୧୩% ରହିଛି। କେନ୍ଦ୍ର ସରକାରଙ୍କ ସଫଳ ଟେଷ୍ଟିଙ୍ଗ, ଟ୍ରାକିଙ୍ଗ, ଟ୍ରେସିଙ୍ଗ, ଚିକିତ୍ସା ଏବଂ ପ୍ରଯୁକ୍ତି ରଣନୀତିକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଉପଯୁକ୍ତ ଭାବେ ପାଳନ କରୁଥିବାରୁ କରୋନା ସ୍ଥିତି ଏଭଳି ଶିଥିଳ ପଡ଼ିଛି।

ସକ୍ରିୟ ମାମଲା ଲଗାତର ଭାବେ ହ୍ରାସ ପାଉଥିବାର ଧାରା ନେଇ ଭାରତ ଏବେ ରିପୋର୍ଟ ଦେଇଚାଲିଛି। ଦେଢ଼ ମାସ ପରେ ଲଗାତର ତୃତୀୟ ଦିନ ପାଇଁ ସକ୍ରିୟ ମାମଲା ୮ ଲକ୍ଷ ତଳେ ରହିଛି ଏବଂ ଏହା ହ୍ରାସ ପାଇବାରେ ଲାଗିଛି।

ଭାରତର ସକ୍ରିୟ କରୋନା ମାମଲା ଆଜି ଦିନରେ ୭, ୭୨, ୦୫୫ ରହିଛି।

ବର୍ତ୍ତମାନ ଦେଶର ସର୍ବମୋଟ ପଜିଟିଭ ମାମଲାର ସକ୍ରିୟ ମାମଲା ପରିମାଣ ପ୍ରାୟ ୧୦.୨୩% ରହିଛି।

ମୋଟ ଆରୋଗ୍ୟ ମାମଲା ୬୬ ଲକ୍ଷ (୬୬, ୬୩, ୬୦୮)ରୁ ଅଧିକ ରହିଛି ଏବଂ ସକ୍ରିୟ ମାମଲା ସଂଖ୍ୟା ତୁଳନାରେ ଏହା ବୃଦ୍ଧି ପାଉଛି।

ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୬, ୩୯୯ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରି ଡିସଚାର୍ଜ ହୋଇଛନ୍ତି, ଯେବେ କି ୫୫, ୭୨୨ ନୂଆ ରୋଗୀ ଚିହ୍ନଟ କରାଯାଇଛି। ଜାତୀୟ ସୁସ୍ଥ ହାର ୮୮.୨୬%କୁ ବୃଦ୍ଧି ପାଇଛି।

ନୂଆ ଆରୋଗ୍ୟ ମାମଲାର ୭୯% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଯଥା ମହାରାଷ୍ଟ୍ର, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ଓଡ଼ିଶା ଏବଂ ଛତିଶଗଡ଼ରେ ରହିଛି। ମହାରାଷ୍ଟ୍ରରେ ଦିନକରେ ଏକାକି ସର୍ବାଧିକ ୧୧, ୦୦୦ରୁ ଅଧିକ ରୋଗୀ ଆରୋଗ୍ୟ ଲାଭ କରିଥିବା ବେଳେ ଏହା ପଛକୁ ଥିବା କେରଳ ଏବଂ କର୍ଣ୍ଣାଟକରେ ୮, ୦୦୦ରୁ ଅଧିକ ଲେଖାଏ ରୋଗୀ ସୁସ୍ଥ ହୋଇଛନ୍ତି।

ଗତ ୨୪ ଘଣ୍ଟାରେ ୫୫, ୭୨୨ ନୂଆ ମାମଲା ରେକର୍ଡ କରାଯାଇଛି।

ତନ୍ମଧ୍ୟରୁ ୮୧% ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି। ସର୍ବାଧିକ ନୂଆ ରୋଗୀ ସୃଷ୍ଟିରେ ମହାରାଷ୍ଟ୍ର ପୁଣି ଆଗରେ ରହିଛି। ଏଠାରେ ଦିନକରେ ୯, ୦୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ଥିବା କେରଳ ଓ କର୍ଣ୍ଣାଟକରେ ୭, ୦୦୦ରୁ ଅଧିକ ଲେଖାଏ ରୋଗୀ ସାମ୍ନାକୁ ଆସିଛନ୍ତି।

ଗତ ୨୪ଘଣ୍ଟାରେ ୫୭୯ ରୋଗୀଙ୍କ ମୃତ୍ୟୁ ଘଟିଛି। ୯୦ ଦିନ ପରେ ପ୍ରଥମ ଥର ପାଇଁ ଦୈନିକ କରୋନା ମୃତ୍ୟୁ ସଂଖ୍ୟା ୬୦୦ରୁ କମ ରହିଛି। ଏଥିରୁ ପାଖାପାଖି ୮୩% ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛି।

୨୪ ଘଣ୍ଟାରେ ରେକର୍ଡ ହୋଇଥିବା କରୋନା ମୃତ୍ୟୁର ୨୫%ରୁ ଅଧିକ ମହାରାଷ୍ଟ୍ର (୧୫୦)ରୁ ଆସିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.