Home ଓଡ଼ିଶା ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ଜଣେ ଚୀନ ସୈନିକ ଭାରତୀୟ ସେନା ଦ୍ଵାରା ଅଟକ

ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ଜଣେ ଚୀନ ସୈନିକ ଭାରତୀୟ ସେନା ଦ୍ଵାରା ଅଟକ

162

ନୂଆ ଦିଲ୍ଲୀ ୧୯-୧୦ (ଓଡ଼ିଆ ପୁଅ) କର୍ପୋରେଲ ୱାଙ୍ଗ ୟା ଲୋଙ୍ଗ ନାମକ ଜଣେ ପିଏଲଏ ସୈନିକ ଆଜି ଅର୍ଥାତ ୧୯ ଅକ୍ଟୋବର ୨୦୨୦ରେ ପୂର୍ବ ଲଦାଖର ଡେମଚୋକ ସେକ୍ଟରରେ ନିୟନ୍ତ୍ରଣ ରେଖା ପାର ହେବା ପରେ ଗିରଫ ହୋଇଛନ୍ତି।

ଅତ୍ୟଧିକ ଉଚ୍ଚତା ଏବଂ କଠିନ ଜଳବାୟୁ ପରିସ୍ଥିତିରୁ ରକ୍ଷା କରିବା ପାଇଁ ପିଏଲଏ ସୈନିକଙ୍କୁ ଅମ୍ଳଜାନ, ଖାଦ୍ୟ ଏବଂ ଶୀତ ପୋଷାକ ସହିତ ଚିକିତ୍ସା ସହାୟତା ପ୍ରଦାନ କରାଯାଇଛି।

ନିଖୋଜ ସୈନିକଙ୍କ ସୂଚନା ସମ୍ପର୍କରେ ପିଏଲଏ ପକ୍ଷରୁ ଦିଆଯାଇଥିବା ଏକ ଅନୁରୋଧକୁ ମଧ୍ୟ ଗ୍ରହଣ କରାଯାଇଛି।

ପ୍ରୋଟୋକଲ ଅନୁଯାୟୀ, ପ୍ରକ୍ରିୟା ସମାପ୍ତ ହେବା ପରେ ସେହି ସୈନିକଙ୍କୁ ଚୁସୁଲ – ମୋଲଡୋ ବୈଠକ ସ୍ଥାନରେ ଚୀନ ଅଧିକାରୀଙ୍କୁ ଫେରାଇ ଦିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.