Home କଳାହାଣ୍ଡି କଳାହାଣ୍ଡିର କୋକସରା ତଥା  ଲଡୁଗାଁ ଅଂଚଳ ପ୍ରଦୂଷଣର ଗନ୍ତାଘର, ଜନଜୀବନ ଅସ୍ତବ୍ୟସ୍ତ

କଳାହାଣ୍ଡିର କୋକସରା ତଥା  ଲଡୁଗାଁ ଅଂଚଳ ପ୍ରଦୂଷଣର ଗନ୍ତାଘର, ଜନଜୀବନ ଅସ୍ତବ୍ୟସ୍ତ

41

କଳାହାଣ୍ଡି ତା.୧୧.୦୪.୨୦୨୧ (ଓଡିଆପୁଅ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅର୍ନ୍ତତ ଲଡୁଗାଁ ର୍ପଦୂଷଣର ଗନ୍ତାଘର ପାଳଟିଛି । ଲଡୁଗାଁ ପଂଚାୟତର ଲଡୁଗାଁ ଗ୍ରାମ ବ୍ୟବସାୟୀକ ପେଣ୍ଠସ୍ଥଳ ହୋଇଥିବା ବେଳେ ସେଠାରେ ପ୍ରାୟ ପନ୍ଦର ହଜାର ରୁ ଅଧିକ ଜନ ବସତି ରହିଛି । ଏତଦ ବ୍ୟତୀତ ପ୍ରତ୍ୟହ ସେଠାକୁ ଆଖପାଖ ଅଂଚଳର ପ୍ରାୟ ଦୁଇ/ତିନି ହଜାର ଲୋକେ ବ୍ୟବସାୟ କାର୍ଯ୍ୟରେ ଆସିଥାନ୍ତି । ଜନଗହଳିପୂର୍ଣ୍ଣ ଲଡୁଗାଁ  ଯଦିଓ ଗ୍ରାମପଂଚାୟତ ମୂଖ୍ୟାଳୟ ତଥାପି ଏହା ଛୋଟ ସହରାଂଚଳରୁ କମ ନୁହେଁ  । ଲଡୁଗାଁ ର ଚାରିପଟେ ୧୦ ରୁ ଉର୍ଦ୍ଧ୍ୱ ରାଇସ ମିଲ ସ୍ଥାପିତ ହୋଇଥିବା ବେଳେ ଏହାର ଧୂଆଁ ଗ୍ରାମସାରା ବିସ୍ତାରିତ ହୋଇ କଳା ବାଦଲର ଭ୍ରମ ସୃଷ୍ଟିକରେ । ଏପରିକି ଘରେ ଦ୍ୱାରେ କଳା ଆସ୍ତରଣ ଜମିଯାଉଥିବା ବେଳେ ଗଛପତ୍ର ମାନଙ୍କରେ ମଧ୍ୟ କଳା ଛାଇଯାଏ । ରାଇସ ମିଲ ମାନଙ୍କରୁ ନିର୍ଗତ ପାଣି ଦୁର୍ଗନ୍ଧ ହୋଇ ଆଖପାଖ ଅଂଚଳ ଦୂଷିତ କରୁଥିବା ବେଳେ ରୋଗପୋକ ବୃଦ୍ଧି କରୁଥିବା ଜଣାପଡିଛି । ନିକଟ ଅତୀତରେ ରାଇସ ମିଲ ମାନଙ୍କର ପୂତିଗନ୍ଧମୟ ପାଣି ଜମା ହୋଇ ଲଡୁଗାଁ ଅଂଚଳରେ ଡେଙ୍ଗୁ ଜ୍ୱର ଭଲି ମାରାତ୍ମକ ରୋ ବ୍ୟାପିଯାଇଥିଲା । ରାଇଚ ମିଲ ମାନଙ୍କରୁ ବାହାରୁ ଥିବା ରାଖଡ ରାସ୍ତା ପାଶ୍ୱର୍ରେ ପକାଇ ଦିଆଯାଉଥିବା ବେଳେ ଯାତାୟତ ସମୟରେ ଲୋକେ ହଇରାଣ ହରକତ ହେଉଥିବା ପରିଲକ୍ଷିତ ହେଉଛି । ପବନରେ ଉଡି ଏହି ରାଖଡ ରାସ୍ତାରେ ଯାଉଥିବା ଲୋକଙ୍କ ଆଖିରେ ପଡିଲେ ଆଖି ଖରାପ ହୋଇଯାଉଥିବା ମଧ୍ୟ ଅନେକ ଅଭିଯୋଗ କରୁଛନ୍ତି । ରାଇସମିଲ ରୁ ନିର୍ଗତ ପାଣି ନିକଟସ୍ଥ ପୋଖରୀ, ଗାଡିଆ ରେ ମିଶି ଲୋକଙ୍କୁ  ବିଭିନ୍ନ ଚର୍ମ ରୋଗ ହେଉଥିବା ବେଳେ ଗାଈ ଗୋରୁ ତଥା ଅନ୍ୟାନ୍ୟ ପଶୁପକ୍ଷୀ ମଧ୍ୟ ବିଭିନ୍ନ ରୋଗ ର ଶୀକାର ହେଉଥିବା ଅଭିଯୋଗ ହେଉଛି । ଦୀର୍ଘ ବର୍ଷ ବର୍ଷ ଧରି ଏଭଲି ଭାବେ ପାଣି ପବନ ପ୍ରଦୂଷିତ ହେଉଥିବା ଏହି ଲଡୁଗାଁ ଅଂଚଳ ବାସୀ ଅଭିଯୋଗ କରୁଥିବା ବେଳେ ରାଇସମିଲ ମାଲିକ ମାନେ ଶୀତତାପ ନିୟନ୍ତ୍ରଣ ଘରେ ରହୁଥିବା ଏବଂ ନଳ କୂପ ତଥା ଆକ୍ୱା ପାଣି ବ୍ୟବହାର ହେତୁ ସାଧାରଣ ଲୋକ ଅନୁଭବ କରୁଥିବା ସମସ୍ୟା ଜାଣି ପାରୁନଥିବା ବେଳେ ସାଧାରଣ ଲୋକଙ୍କୁ ମରଣ ମୁହଁକୁ ଜାଣିଶୁଣି ଠେଲୁଥିବା ଅଭିଯୋଗ ହେଉଛି । ରାଜ୍ୟ ପ୍ରଦୂଷଣ ବୋର୍ଡ ପକ୍ଷରୁ ଜଳ ବିଷୋଧନ ପ୍ରକଳ୍ପ (ଇଟିପି) ବାଧ୍ୟତା ମୂଲକ କରାଯାଉଥିବା ବେଳେ ଲଡୁଗାଁରେ ରାଇସମିଲ ମାଲିକ ମାନେ ସେଥିପ୍ରତି ଗୁରୁତ୍ୱ  ଦେଉନଥିବା ଜଣାପଡିଛି ।
ଏପରିକି ମୋଟେର ଠାରୁ କୋକସରା ରାସ୍ତା ଉପରେ ଥିବା ଡଙ୍ଗରୀଗୁଡାସ୍ଥିତ ବୈଷ୍ଣୋଦେବୀ ରାଇସମିଲ ରୁ ନିର୍ଗତ ପାଣି ଏନଏଚ୨୬ ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଜମି ରେ ଦୂଷିତ ପାଣିର ଏକ ବଡ ପୋଖରୀର ଭ୍ରମ ସୃଷ୍ଟି କରୁଥିବା ବେଳେ ଏହାର ପାଶ୍ୱର୍ରେ ରାଖଡ ପକାଇଦିଆଯାଉଥିବା ହେତୁ ଜାତୀୟ ରାଜପଥରେ ଯାଉଥିବା ଲୋକେ ବିଶେଷ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି ।ଏହି ରାଇସମିଲରେ  ରାଜ୍ୟ ପ୍ରଦୂଷଣ ବୋର୍ଡ ଅନୁସାରେ ଜଳ ବିଷୋଧନ ପ୍ରକଳ୍ପ (ଇଟିପି) ନଥିବା ଜଣାପଡିଛି ।
ଅନେକ ରାଇସମିଲ ମାଲିକମାନେ ପ୍ରଭାବଶାଳି ରାଜନୈତିକ ଛତ୍ରଛାୟା ତଳେ ରହୁଥିବା ହେତୁ ସାଧାରଣ ଲୋକଙ୍କୁ ହେୟ ଦୃଷ୍ଟିରେ ଦେଖୁଥିବା ଅଭିଯୋଗ ହେଉଛି । ଅନ୍ୟପକ୍ଷରେ ଅନ୍ୟ ସାଧାରଣ ଲୋକେ ହଇରାଣ ହରକତ ହେଲେ ସେମାନଙ୍କ ଯାଏଆସେ କେତେ ବୋଲି ବିଚାର କରୁଥିବା ଏହି ରାଇସମିଲ ଗୁଡିକର ପ୍ରଦୂଷଣ ବ୍ୟବସ୍ଥା ଗୁଡିକ ସଂପର୍କରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.