Home ଓଡ଼ିଶା ରାଜ୍ୟରେ ୧୦୧ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ – ମୁଖ୍ୟମନ୍ତ୍ରୀ

ରାଜ୍ୟରେ ୧୦୧ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ – ମୁଖ୍ୟମନ୍ତ୍ରୀ

114

ଭୁବନେଶ୍ବର, ୨୯.୧.୨୦ (ଓଡ଼ିଆ ପୁଅ) ରାଜ୍ୟର ୩୦ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉର୍ଷ କେନ୍ଦ୍ର ଭାବରେ ବିକଶିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଦ୍ୟାଳୟ ମାନଙ୍କରେ ପ୍ରଥମ ଶ୍ରେଣୀରୁ English medium Section ଖୋଲାଯିବ। ଏହି ବିଦ୍ୟାଳୟ ଗୁଡିକର Soft Infrastructureର ଆବଶ୍ୟକତା ପୂରଣ ପାଇଁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ।

ରାଜ୍ୟର ସବୁ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ Spoken English ଶିକ୍ଷା ଦିଆଯିବ। ଛାତ୍ରଛାତ୍ରୀ ମାନଙ୍କର ଆଧାର ସିଡିଂ ସୁନିଶ୍ଚିତ କରାଯିବ। ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ସର୍ବତ୍ର ଆବଶ୍ୟକତା ଭିତ୍ତିରେ ଶିକ୍ଷକମାନଙ୍କୁ ମୁତୟନ କରାଯିବ।

ରାଜ୍ୟରେ ସରକାରୀ ବିଦ୍ୟାଳୟ ମାନଙ୍କରେ ଗୁଣାତ୍ମକ ଶିକ୍ଷା ଦାନ ସୁନିଶ୍ଚିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ଵ ଦେଇ ଆସୁଛନ୍ତି। ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ଲକ୍ଷ୍ୟ ନେଇ ରାଜ୍ୟ ସରକାର ବିଦ୍ୟାଳୟମାନଙ୍କର ପରାଚାଳନା ବ୍ୟବସ୍ଥା ଉନ୍ନତ କରିବା, ଶିକ୍ଷାଦାନରେ ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିତ୍ଵ ବିକାଶ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

୨୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ମିଶାଇ ଦେବା ଏବଂ ପିଲାମାନଙ୍କୁ ସେହି ସରକାରୀ ସ୍କୁଲରେ ଭର୍ତ୍ତି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରାଥମିକ/ ଉଚ୍ଚ ପ୍ରାଥମିକ/ଉଚ୍ଚ ବିଦ୍ୟାଳୟ ଗୁଡିକୁ ଯଥାକ୍ରମେ ୧ କିଲୋମିଟର/୨ କିଲୋମିଟର/୩ କିଲୋମିଟର ପରିସର ମଧ୍ୟରେ ଥିବା ସରକାରୀ ବିଦ୍ୟାଳୟରେ ମିଶାଇ ଦିଆଯିବ। ଏହାଦ୍ଵାରା ଶିକ୍ଷକ ଅଭାବଜନିତ ସମସ୍ୟା ଏବଂ ଶିକ୍ଷାଦାନ ପାଇଁ ଅନ୍ୟାନ୍ୟ ସୁବିଧା ସୁଯୋଗର ଅଭାବ ରହିବ ନାହିଁ। ଏ କ୍ଷେତ୍ରରେ ଅନ୍ୟ ସ୍କୁଲକୁ ସ୍ଥାନାନ୍ତରିତ ହେବାକୁ ଥିବା ପିଲା ମାନଙ୍କୁ RTE Act ଅନୁଯାୟୀ Escort allowance ଦିଆଯିବ। ସେହିପରି ସ୍ଥାନାନ୍ତର ଭତ୍ତା ଭାବରେ ସର୍ବାଧିକ ୫୦୦୦ ଟଙ୍କା ଦିଆଯିବ।

ସରକାରୀ ବିଦ୍ୟାଳୟ ନିକଟରେ ଥିବା Block Grant/ Aided/Newly Aided School ଗୁଡିକୁ ମିଶାଇ ଦିଆଯିବା ସହିତ ଚାଲୁ ନ ଥିବା ବ୍ଲଗ୍ରାଣ୍ଟ ସ୍କୁଲ ଗୁଡିକୁ ବନ୍ଦ କରିଦେବା ଏବଂ ଆବଶ୍ୟକତା ଭିତ୍ତିରେ ବ୍ଲକ ଗ୍ରାଣ୍ଟ ଓ ସରକାରୀ ଶିକ୍ଷକଙ୍କୁ ଡେପୁଟେସନ ଭିତ୍ତରେ ମୁତୟନ କରିବା ପାଇଁ ନୀତି ପ୍ରଣୟନ କରାଯିବ।

ଫନି ପ୍ରଭାବିତ ୫ଟି ଜିଲ୍ଲାର କ୍ଷତିଗ୍ରସ୍ତ ବ୍ଲଗ୍ରାଣ୍ଟ ସ୍କୁଲରେ ଯଦି ଅଧିକ ପିଲା ପାଠ ପଢୁଥାନ୍ତି ଏବଂ ନିକଟରେ କୌଣସି ସରକାରୀ ବିଦ୍ୟାଳୟ ନ ଥାଏ, ତେବେ ଏ କ୍ଷେତ୍ରରେ ସେହି ବ୍ଲକଗ୍ରାଣ୍ଟ ସ୍କୁଲ ଗୁଡିକର ମରାମତି, ରକ୍ଷଣାବେକ୍ଷଣ ଓ ପୁନଃନିର୍ମାଣ ପାଇଁ ପାଣ୍ଠି ଯୋଗାଇ ଦିଆଯିବ। ଯଦି ନିକଟରେ ସରକାରୀ ସ୍କୁଲ ଥାଏ ଏବଂ ବ୍ଲକଗ୍ରାଣ୍ଟ ସ୍କୁଲରେ କମ୍ ପିଲା ଥାଆନ୍ତି, ତେବେ ସେ କ୍ଷେତ୍ରରେ ସେହି ବ୍ଲକଗ୍ରାଣ୍ଟ ସ୍କୁଲକୁ ସରକାରୀ ସ୍କୁଲରେ ମିଶାଇ ଦିଆଯିବ।

ସ୍କୁଲ ଓ ଗଣଶିକ୍ଷା ବିଭାଗରେ ମୋ ସରକାର କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବ। ଏଥିପାଇଁ ଅଭିଭାବକ ମାନଙ୍କର ଫୋନ୍ ନମ୍ବରକୁ ଡିଜିଟାଇଜଡ୍ କରାଯିବ। ୫-ଟି କାର୍ଯ୍ୟକ୍ରମ ଅନୁଯାୟୀ ଛାତ୍ରଛାତ୍ରୀମାନେ ଯେପରି ତାଙ୍କର ସବୁ ସାର୍ଟିଫିକେଟ ଅନ୍ ଲାଇନରେ ପାଇପାରିବେ, ସେଥିପାଇଁ ସଂପୃକ୍ତ କର୍ତ୍ତୃପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକ ତାଲିମ ପ୍ରତିଷ୍ଠାନରେ ଉଚ୍ଚଶିକ୍ଷା ବିଭାଗରୁ ଅଧ୍ୟାପକ ନିଯୁକ୍ତି ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.