Home ଓଡ଼ିଶା ଇଷ୍ଟକୋଷ୍ଟ ରେଲୱ ଏଆରଏମଙ୍କ ଉପସ୍ତିତିରେ ଷ୍ଟେସନମାଷ୍ଟର ସାମ୍ବାଦିକଙ୍କୁ କଲେ ଦୁବ୍ୟବହାର

ଇଷ୍ଟକୋଷ୍ଟ ରେଲୱ ଏଆରଏମଙ୍କ ଉପସ୍ତିତିରେ ଷ୍ଟେସନମାଷ୍ଟର ସାମ୍ବାଦିକଙ୍କୁ କଲେ ଦୁବ୍ୟବହାର

99

ଭୁବନେଶ୍ୱର୨୯ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଆଜି ଅପରାହ୍ନରେ ଯାଜପୁରଜିଲ୍ଲାର ବୈତରଣୀ ରୋଡ ରେଲୱ ଷ୍ଟେସନକୁ ଇଷ୍ଟକୋଷ୍ଟ ରେଲୱର ଆଡିସନାଲ ରେଲୱ ମେନେଜର(ଏଆରଏମ) ଗାରିମା ତିୱାରୀ ଭଦ୍ରକ ଅଚାନକ ପରିଦର୍ଶରେ ପହଞ୍ଚିବା ଦେଖିବାକୁ ମିଳିଥିଲା । ଫେବୃଆରୀ ମାସରେ ଇଷ୍ଟକୋଷ୍ଟ ରେଲୱର ଜେନେରାଲ ମେନେଜର(ଜିଏମ)ଙ୍କ ବୈତରଣୀ ରୋଡ ରେଲୱ ଷ୍ଟେସନ ଗ୍ରସ୍ତ ଥିବାରୁ ଷ୍ଟେସନରେ ସବୁ ଠିକ୍ ଠାକ ଅଛିକି ନାହିଁ ତାହାକୁ ତଦାରଖ କରିବାକୁ ଆଜି ଆଡିସନାଲ ରେଲୱ ମେନେଜର(ଏଆରଏମ) ଏହି ହଠାତ୍ ଗ୍ରସ୍ତ ହୋଇଥିବା ଜଣାପଡିଥିଲା ।

 

ଏଆରଏମଙ୍କ ଗ୍ରସ୍ତ ଥିବାରୁ ସ୍ଥାନୀୟ ଜନସାଧାରଣ ତଥା ଦୈନିକ ଟ୍ରେନରେ ଯାତାୟତ କରୁଥିବା ପାସେଞ୍ଚରଙ୍କ ମୈାଳିକ ସୁବିଧା ସୁଯୋଗକୁ ଦୃଷ୍ଟିଗୋଚର କରାଇବାକୁ ସ୍ଥନୀୟ ବାସିନ୍ଦା ତଥା ସାମ୍ବାଦିକ  ଏଆରଏମ ଙ୍କ ସ୍ୟୁକୃତ୍ତି ପାଇ ନିଜର ପରିଚୟ ଦେବାବେେଳେ ବୈତରଣୀ ରୋଡ ରେଲୱ ଷ୍ଟେସନ ମାଷ୍ଟର(ବଡବାବୁ) ପ୍ରଦିପ କୁମାର କର ଦୁରବ୍ୟବହାର କରି ଏଆରଏମ ଙ୍କ ଉପସ୍ଥିତିରେ ଉକ୍ତ ସ୍ଥାନରୁ ସାମ୍ବାଦିକଙ୍କୁ ବିଦାକରି ଦେଇଥିଲା ବେଳେ ଏଆରଏମ ଏହାକୁ ବିରୋଧ କରି ସାମ୍ବାଦିକଙ୍କୁ ଅପେକ୍ଷା କରିବାକୁ କହିଥିଲେ । କିଛି ସମୟ ପରେ ଏଆରଏମ ଶ୍ରୀମତୀତିୱାରୀ ସାମ୍ବାଦିକଙ୍କୁ ଡକାଇ କଣ ସମସ୍ୟା ହୋଇଛି ପଚାରି ବୁଝିଥିଲେ ବୈତରଣୀ ରୋଡ ଷ୍ଟେସନରେ ଯାତ୍ରୀମାନଙ୍କ ପାଇଁ ଆକୁଆଗାଡ ପାନୀୟ ଜଳ,ସୈାଚାଳୟ ପାସେଞ୍ଚରସେଡ, ଆପ୍ରୋଜ୍ ରୋଡ ଓ ଷ୍ଟେସନର କିଛି କର୍ମଚାରୀ ଯାତ୍ରୀ ମାନଙ୍କୁ କରୁଥିବା ଅଭଦ୍ରୋଚିତ ବ୍ୟବହାର ଏବଂ ଆଜିର ବ୍ୟବହାରରେ ଏଆରଏମ ଦିଃଖ ପ୍ରକାଶ କରିବା ସହ ସମସ୍ତ ଦାବି ଗୁଡିକୁ ଯଥାଶିଘ୍ର ପୁରଣ କରାଯିବ ବୋଲି ପ୍ରତିସୃତି ଦେଇଥିଲେ ।

ସୁଚନା ଯୋଗ୍ୟ- ବୈତରଣୀ ରୋଡ ରେଲୱ ଷ୍ଟେସନ ମାଷ୍ଟର(ବଡବାବୁ) ପ୍ରଦିପ କୁମାର କର ଗତ କାଲି ବରୁଣ୍ଟାଇ ଗାମର ଜଣେ ଯାତ୍ରୀକୁ ବ୍ୟବହାର ଖରାପ କରି ଆପୋସ ସମାଧାନ କରିଥିବା ବେଳେ କେତେକ ଟିସିଙ୍କ ମୁହଁ ବଢାଇ ରେଲୱରେ ଖରାପ କାମ କରୁଥିବା ବିସେସ ସୁତ୍ରରୁ ଜଣାପଡିଛି । ଏହାର ଜ୍ୱଳନ୍ତ ଉଦାହରଣ ଗତ କିଛି ଦିନ ତଳେ ଭଣ୍ଡାରିପୋଖରିର ଜଣେ ଚୋରା ବେପାରୀ ଟ୍ରେନରୁ ଲୁଗପଟା ଚୋରାଇ ନେଇ ଯାଉଥିବା ବେଳେ ପାଣିକୋଇଲି ପୁଲିସ ହାତରେ ଧରାପଡିବା ଓ ମୋଟା ଅଙ୍କ ପୁଲିସକୁ ଦେଇ ଉକ୍ତ ଚୋରା ମାଲଗୁଡିକୁ ନିଜ ପ୍ରତିଷ୍ଟାନକୁ ନେବା ଜ୍ୱଳନ୍ତ ପ୍ରମାଣ ବୋଲି ଆଲୋଚ୍ୟର ବିଷୟ ହୋଇଥିଲା । ସେହିପରି ମଞ୍ଜୁରୀରୋଡ ଷ୍ଟେସନରେ ଷ୍ଟେସନ ମାଷ୍ଟର ଓ ଟିସି ଟ୍ରେନରୁ ଲୁଗାଗାଣ୍ଠି ଚୋରାଇନେଇ ଭଦ୍ରଖ ଆରପିଏଫ ହାତରେ ଧରାପଡି ଜେଲ୍ ଯିବା ଗଣମଧ୍ୟମରେ ପ୍ରକାଶ ପାଇଥିଲା । ଏହିପରି କର୍ମଚାରୀ ମାନଙ୍କ ପାଇଁ ରେଲୱ ବିଭାଗ ବଦନାମ ହେବା ସହ ଯାତାୟତ କରୁଥିବା ଲୋକ ମାନଙ୍କର ଧନ ଜୀବନ ନଷ୍ଟ ହେବା ଆଲୋଚ୍ୟର କରଣ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.