Home ଓଡ଼ିଶା ରଣପୁର ପୋଲିସ୍ କୁ ବଡ ସଫଳତା ପୁଅକୁ ହତ୍ୟା ଅଭିଯୋଗରେ ସାବତ ମା କୁ କୋର୍ଟ...

ରଣପୁର ପୋଲିସ୍ କୁ ବଡ ସଫଳତା ପୁଅକୁ ହତ୍ୟା ଅଭିଯୋଗରେ ସାବତ ମା କୁ କୋର୍ଟ ଚାଲାଣ

59

ନୟାଗଡ/୦୯/୧୧(ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଥାନା ଦର୍ପନାରାୟଣପୁର ଫାଣ୍ଡି ଅନ୍ତର୍ଗତ କାଳିଆଷଣ୍ଢ ସାତଭାୟା ଜଙ୍ଗଲ ରୁ ମିଳିଥିବା ଅର୍ଦ୍ଧଦଗ୍ଧ ଗଳିତ  ଶବ ଉଦ୍ଧାର  ପରେ ପୋଲିସ ଏହା ଏକ  ହତ୍ୟାକାଣ୍ଡ ସନ୍ଦେହ କରି ପୋଲିିସ୍ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା ।  ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ନିଜେ ତଦନ୍ତ ଭାର ନେଇ ତଦନ୍ତ କରୁଥିଲେ  । ଏହି ତଦନ୍ତ ରେ ପୋଲିସ୍ କୁ ବଡ ସଫଳତା ମିଳିଛି ।  ମୃତ ଯୁବକ ବଳଭଦ୍ର ବଳିଆରସିଂହ  ର ସାବତ ମା କୁ ଅଟକରଖି  ପଚରା ଉଚରା ଚାଲିଥିଲା  । ପୋଲିସ୍ ପଚରା ଉଚରା ରୁ ଜାଣିବାକୁ ପାଇଲା  ଯେ ମୃତ ବଳଭଦ୍ର ଙ୍କ ବାପା ଅକ୍ରୁର ପ୍ରଧାନ  ଅବସର ନେବା ସମୟରେ ପ୍ରାୟ ୩୫ଲକ୍ଷ ଟଙ୍କା ଅବସର କାଳୀନ ଅର୍ଥ ପାଇଥିଲେ   ।

ଯେଉଁ ଅର୍ଥକୁ  ମୃତ ବଳଭଦ୍ର ଙ୍କର ସାବତ ମା ପୁଷ୍ପଲତା ଓରଫ୍ ଜମୁନା ପ୍ରଧାନ ହସ୍ତଗତ କରି ନେଇଥିଲେ । ପାଇଥିବା ଅର୍ଥରୁ କିଛି ଅର୍ଥ ଗୃହ ନିର୍ମାଣ କରିଥିବା ବେଳେ ବଳକା ଅର୍ଥକୁ ସାବତ ମା ଜମୁନା  ହସ୍ତଗତ କରିନେଇଥିଲେ  । ଯାହାକୁ ନେଇ ସାବତ ମା ଓ ପୁଅ ବଳଭଦ୍ରଙ୍କ ମଧ୍ୟରେ ଅନେକ ସମୟରେ  ପାଟିତୁଣ୍ଡ ଲାଗି ରହୁଥିଲା  । ଏହି ସମୟରେ ସାବତ ମା ଜମୁନା ଙ୍କ ଭିଣୋଇ ବୋଲଗଡର  ରମେଶ ଓରଫ୍ ବାଟି ପରିଡା ଘରକୁ ଯାତାୟାତ  କରୁିଥିଲେ  । ତେଣୁ ବାଟି ପରିଡା ଓ ଜମୁନାଙ୍କ ସର୍ମ୍ପକ କୁ ସାବତ ପୁଅ ବଳଭଦ୍ର ସନ୍ଦେହ ଚକ୍ଷୁରେ ଦେଖୁଥିଲେ   । କିନ୍ତୁ ବଳଭଦ୍ର ଭୂବନେଶ୍ୱରରେ  ଏକ ସିକ୍ୟୁରିଟି ସଂସ୍ଥାରେ ଚାକିରି  କରିଥିଲେ । ସାବତ ମା ଜମୁନା ଙ୍କୁ ବାରମ୍ବାର ବାପାଙ୍କ ଅବସର କାଳୀନ ଅର୍ଥ ମାଗିଆସୁଥିଲେ । ତେଣୁ ସାବତ ମା ଜମୁନା ନିଜ ଭିଣୋଇ ବାଟି ପରିଡା ଙ୍କ ସହାୟତାରେ  ସାବତ ପୁଅ ବଳଭଦ୍ର କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ଚକ୍ରାନ୍ତ କରିଆସୁଥିଲେ  ।  ଏଥିରେ ବାଟି ପରିଡା ସହାୟତା କରାବା ପାଇଁ ଜମୁନାଙ୍କ ଠାରୁ ଏକ ଲକ୍ଷ ଟଙ୍କା ନେଇଥିଲେ । ଗତ ନଭେମ୍ବର ୪ ତାରିଖ ଦିନ ବଳଭଦ୍ର କୁ ଭୂବନେଶ୍ୱର ରୁ ଘରକୁ ଡକାଇ ନେଇଥିଲେ ଅନ୍ୟତ୍ର ଚାକିରି କରାଇଦେବା କହି ବାଟି ପରିଡା  ବଳଭଦ୍ର କୁ ମଟର ସାଇକେଲ ରେ ବସାଇ ରଣପୁର ଆଡକୁ ଆଣିଥିଲେ । କାଳିଆଷଣ୍ଢ ନିକଟ ସାତଭାୟା ଜଙ୍ଗଲଲରେ ବଳଭଦ୍ର କୁ ମାରି ପ୍ରେଟୋଲ ଢାଳି ଅଧାପୋଡା କରି ଛାଡି ଚାଲିଯାଇଥିଲେ  । ବାଟି ପରିଡା ଫେରାର ଥିବା ବେଳେ ସାବତ ମା ଜମୁନାକୁ ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରିିଥିବା ଜଣାପଡିଛି । ଅଭିଯୁକ୍ତା ଜମୁନା ଙ୍କର ଜାମିନ୍ ଆବେଦନ ଖାରଜ ହେବା ପରେ ଅଭିଯୁକ୍ତାଙ୍କୁ ରଣପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି  । ପୋଲିସ୍‌ର ଏହା ଏକ ବଡ ସଫଳତା ବୋଲି ରଣପୁର ରେ ଆଲୋଚନା ହେଉଛି    ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.