Home ଓଡ଼ିଶା ଯୋଡା ପୌରପାଳିକାରେ କଣ୍ଟ୍ରୋଲ ସାମଗ୍ରୀ ହେରଫେର, ସନ୍ଦେହ ଘେରରେ ଯୋଗାଣ ନିରିକ୍ଷକ ଅଧିକାରୀ, ବାୟୋମେଟ୍ରିକ ମେସିନରେ...

ଯୋଡା ପୌରପାଳିକାରେ କଣ୍ଟ୍ରୋଲ ସାମଗ୍ରୀ ହେରଫେର, ସନ୍ଦେହ ଘେରରେ ଯୋଗାଣ ନିରିକ୍ଷକ ଅଧିକାରୀ, ବାୟୋମେଟ୍ରିକ ମେସିନରେ ବର୍ଷେ ଟିପ ଦେଲେ ଖାଉଟିଙ୍କୁ ମଳୁଛି ନୁଆ ପଡି କାର୍ଡ

576

ଯୋଡା, ୨୪ । ୪ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାର ଲକ୍ ଡାଉନ ପ୍ରକ୍ରିୟା ଜାରି ରଖିଥିବା ବେଳେ ଗରିବ ଲୋକ ଯେପରି ଉପାସରେ ନରୁହେ ସେଥିପାଇଁ ବିଶେଷ ଧ୍ୟାନ ଦେଇ ପଡି କାର୍ଡ ଧାରି ହିତାଧିକାରୀଙ୍କୁ ଏକକାଳିନ ତିନି ମାସର ଖାଦ୍ୟ ସାମଗ୍ରୀ ସହିତ ୧ ହଜାର ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ଏହି ପ୍ରକ୍ରିୟାରେ ଯୋଡା ପୌରପାଳିକାରେ ଥିôବା ୧୧ ହଜାର ୯ଶହ ବାସ ଗୃହ ମଧ୍ୟରୁ ୭ହଜାର ୯ଶହ ୯୨ଟି ପଡି କାର୍ଡ ଧାରି ଉପକୃତ ହେବାକୁ ଥିଲା ବେଳେ ସେଥି ମଧ୍ୟରୁ ୭ ହଜାର ୮ଶହ ୨୩ଟି ହିତାଧିକାରୀ ସେମାନଙ୍କର ରାସନ ସାମଗ୍ରୀ ଏବଂ ପ୍ରଦାନ କରାଯାଉଥିବା ୧ ହଜାର ଟଙ୍କା ଗ୍ରହଣ କରିଛନ୍ତି । ବଳକା ୧୬୯ ଜଣ ହିତାଧିକାରୀଙ୍କର ଖୋଜ ଖବର ନଥିବା ବିଶେଷ ସୂତ୍ରରୁ ଜଣାପଡିଛି । ଏହି ଘଡି ସନ୍ଧି ମୁହୁର୍ତ୍ତରେ ହିତାଧିକାରୀଙ୍କୁ ସମସ୍ତ ସୁବିଧା ଯୋଗାଇଦେବା ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରୟାଶ ଜାରି ରଖିଥିବା ବେଳେ କେତେକ ଅସାଧୁ କଣ୍ଟ୍ରୋଲ ଦୋକାନୀ ଖାଉଟିଙ୍କୁ ଶୋଷଣ କରିବାକୁ ପଛାଉନାହାନ୍ତି । ସ୍ଥାନୀୟ ଯୋଗାଣ ନିରିକ୍ଷକଙ୍କ ସହ ସଲାସୁତରାରେ ଏହି କାର୍ଯ୍ୟ ଚାଲୁରହିଥିବା ଅଭିଯୋଗ ହେଉଥିବା ବେଳେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଏବେ ପଦାକୁ ଆସିଛି । କେତେକ କଣ୍ଟ୍ରୋଲ ଦୋକାନୀ ନୂତନ ପଡି କାର୍ଡ ପାଇଁ ଆବେଦନ କରିଥିବା ଖାଉଟିଙ୍କୁ ବାଇମେଟ୍ରିକ ମେସିନରେ ପ୍ରତି ମାସ ୧୨ ମାସ ପର୍ଯ୍ୟନ୍ତ ଟିପ ଦେଲେ ନୂତନ ପଡି କାର୍ଡ ମିଳିବ ବୋଲି କହି ସେମାନଙ୍କ ଠାରୁ ଗତ ସେପ୍ଟେମ୍ବର ମାସ ଠାରୁ ମେସିନରେ ଟିପ ନେଇ ଚାଲିଛନ୍ତି ଏବଂ ଖାଉଟି ସାମଗ୍ରୀକୁ ଏହି ମାଧ୍ୟମରେ ହଡପ କରି ଚାଲିଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ ଦିଆଯାଉଥିବା ହଜାର ଟଙ୍କା ସହାୟତା ନେବା ବେଳକୁ ପୌରପାଳିକା ପକ୍ଷରୁ ନିଜସ୍ୱ ତତ୍ୱାବଧାନରେ ଏହି ଅର୍ଥ ପ୍ରଦାନ କରାଯାଉଥିବା ବେଳେ ଅନେକଙ୍କର ସେହି ତାଲିକାରେ ନାମ ଥାଇ ମଧ୍ୟ ସେମାନେ ଗତ ସେପ୍ଟେମ୍ବର ମାସ ଠାରୁ ଖାଉଟି ସାମଗ୍ରୀ ପାଉନଥିବା ନଜରକୁ ଆସିଛି । ସେମାନଙ୍କ ମଧ୍ୟରୁ ଜଣେ ହେଲେ ୱାର୍ଡ ନଂ. ୨ ମୁଖାର୍ଜି ହଟିଂର ହିରା ପିଙ୍ଗୁଆ । ତାଙ୍କ କାର୍ଡ ନଂ. ୧୮୧୬୦୭୨୦୦୨୦, କ୍ରମିକ ନଂ. ୩୮ । ତାଙ୍କୁ ପିଏଚ୍‌ଏଚ୍ (ପ୍ରାୟୋରୋଟି ହାଉସ ହୋଲ୍ଟ) ପଡି କାର୍ଡ ମାଧ୍ୟମରେ ଚୟନ କରାଯାଇ ପଡି କାର୍ଡଟି ସମ୍ପୃକ୍ତ ୨ନଂ ୱାର୍ଡର କଣ୍ଟ୍ରୋଲ ଦୋକାନୀଙ୍କୁ ଦିଆଯାଇଥିବା ବେଳେ ଦୋକାନୀ ଗତ ସେପ୍ଟେମ୍ବର ମାସ ଠାରୁ ତାଙ୍କ ଠାରୁ ଟିପ ନେଇ ଏହି କଣ୍ଟ୍ରୋଲ ସାମଗ୍ରୀକୁ ହଡପ କରିଚାଲିଛନ୍ତି । ହଜାରେ ଟଙ୍କା ନେବା ବେଳକୁ ଆଧାର ଲିଙ୍କ ଥିବା ପଡି କାର୍ଡଟିକୁ ଦେଖାଇବା ଆବଶ୍ୟକ ପଡୁଥିବା ବେଳେ ଦୋକାନୀ ଏହି କାର୍ଡଟିକୁ ହଜାରେ ଟଙ୍କା ପୌରପାଳିକାରୁ ଆଣିବାକୁ କହିଥିଲେ । ସେତେବେଳେ ସେ ପଡି କାର୍ଡ ଭାବରେ ଦିଆଯାଇଥିବା ଖାତାଟିରେ ସେପ୍ଟେମ୍ବର ମାସ ଠାରୁ ପ୍ରତି ମାସ ଖାଦ୍ୟ ସାମଗ୍ରୀ ଲେଖାଯାଉଥିବା ଦେଖି ସେ ଏଥିରେ ପ୍ରତିବାଦ କରିଥିଲେ । ଏଥିରେ ସମ୍ପୃ୍‌କ୍ତ କଣ୍ଟ୍ରୋଲ ଦୋକାନୀଙ୍କ ମୁଖାଁ ଖୋଲିଯିବାରୁ କଣ୍ଟ୍ରୋଲ ଦୋକାନୀ ଜଣଙ୍କ ଉକ୍ତ ଖାତାର ପ୍ରଥମ ପୃଷ୍ଠାଟିକୁ ତାଙ୍କରି ସମ୍ମୁଖରେ ଫାଡିଦେଇଥିଲେ । ସେହିପରି ଅନ୍ୟ ଏକ ଘଟଣାରେ କୁମୁଦିନି ପତି ନାମକ ଜଣେ ମହିଳାଙ୍କ ନାମରେ ଥିବା ଜାତୀୟ ଖାଦ୍ୟ ସୁରକ୍ଷା ଅନ୍ତର୍ଭୁକ୍ତ ପଡି କାର୍ଡ ନଂ. ୭୦୯ ଏବଂ କ୍ରମାଙ୍କ ୪୫୧ କାର୍ଡଟିରେ କୁମୁଦିନି ପତିଙ୍କ ମୃତ୍ୟୁ ପରେ ତାଙ୍କର ସ୍ୱାମୀ ପ୍ରାଣକୃଷ୍ଣ ପତି ପଡି କାର୍ଡଟିକୁ ସମର୍ପଣ କରିଦେଇଥିଲେ । ତେବେ ହଜାର ଟଙ୍କା ତାଲିକାରେ ତାଙ୍କ ନାମ ରହିଥିବା ବେଳେ ତାଙ୍କ ସ୍ୱାମୀଙ୍କୁ ଏହି ଟଙ୍କା ଉଠାଇନେବାକୁ କୁହାଯାଇଥିଲା । ସେ ଏକ ବର୍ଷ ତଳେ ଏହି କାର୍ଡଟିକୁ ସମର୍ପଣ କରିଥିବା ବେଳେ ତାଙ୍କ ସ୍ତ୍ରୀଙ୍କ ନାମ ତାଲିକାରେ ଥିବା ଦେଖି ସେ ଚକିତ ହୋଇଥିଲେ ଏବଂ ଏହି ପଡି କାର୍ଡଟିରେ ଖାଦ୍ୟ ସାମଗ୍ରୀ ହଡପ ହେଉଥିବା ଜାଣିବାକୁ ପାଇଥିଲେ । ଏହିପରି ଅନେକ ପଡି କାର୍ଡରେ ହେରଫେର କରାଯାଇଥିବା ନଜରକୁ ଆସିଥିବା ବେଳେ ୭ନଂ ୱାର୍ଡରେ ଥିବା ଏକ ସ୍ୱାୟଂ ସହାୟକ ଗୋଷ୍ଠୀକୁ ଦିଆଯାଇଥିବା ସରକାରୀ ଦୋକାନରେ ଅନେକ ଭୁତ ରାସନ କାର୍ଡ ଥିବା ଜଣାପଡିଛି । ଜାଣିଶୁଣି ଯୋଗାଣ ନିରୀକ୍ଷକଙ୍କ ତତ୍ୱାବଧାନରେ ୭ନଂ ୱାର୍ଡ ଠାରୁ ୧୦ କି.ମି.ରୁ ଉର୍ଦ୍ଧରେ ଥିବା ଖୁଣ୍ଟପାଣି, ବାଂଶପାଣି, ବିଚାକୁଣ୍ଡି ପ୍ରଭୁତି ଅଞ୍ଚଳର ପଡି କାର୍ଡ ଗୁଡିକୁ ଏଠାରେ ଦିଆଯାଇଛି, ଯାହାର ଖାଉଟି ସାମଗ୍ରୀ ସମ୍ପୃକ୍ତ ହିତାଧିକାରୀମାନେ ଉଠାଯାଉନଥିବା ଜଣାପଡିଛି । କେତେକ ନିର୍ଦ୍ଧିଷ୍ଟ କଣ୍ଟ୍ରୋଲ ଦୋକାନ ମାଧ୍ୟମରେ ଏହା କରାଯାଇଥିବା ଜଣାପଡିଥିବା ବେଳେ ଏଥିରେ ଯୋଗାଣ ନିରିକ୍ଷକଙ୍କର କି ଭୁମିକା ରହିଛି ତାହା ତଦନ୍ତ ସାପେକ୍ଷ ବୋଲି ସାଧାରଣରେ ଆଲୋଚନା ହୁଏ । ଏ ସଂକ୍ରାନ୍ତରେ ଯୋଗାଣ ନିରିକ୍ଷକଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ, ଏହା ମୋ ନଜରକୁ ଆସିନଥିବା କହିବା ସହ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ ବୋଲି କହିଥିଲେ । ପୈାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବାରୁ ସେ ସମ୍ପୃକ୍ତ ହିତାଧିକାରୀମାନେ ଲିଖିତ ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.