Home ଅପରାଧ ପୁଅର ଅନ୍ତିମ ସଂସ୍କାର ସାରି ବାପା, ମା କଲେ ଆତ୍ମହତ୍ୟା

ପୁଅର ଅନ୍ତିମ ସଂସ୍କାର ସାରି ବାପା, ମା କଲେ ଆତ୍ମହତ୍ୟା

1337

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜବଲପୁରରେ ଜଣେ ଭାରତୀୟ ଯବାନ ନିଜ ପତ୍ନୀଙ୍କ ସହ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତକ ଯବାନ ଜିତେନ୍ଦ୍ର ସିଂ ଜାମ୍ମୁ କାଶ୍ମୀର ରାଇଫଲରେ ପୋଷ୍ଟିଂ ଥିଲେ। ଅସୁସ୍ଥତା କାରଣରୁ ସେମାନଙ୍କ ୩ ବର୍ଷର ପୁଅର ମୃତ୍ୟୁ ପରେ ତା’ର ଅନ୍ତିମ ସଂସ୍କାର ସାରି ସନ୍ଧ୍ୟାରେ ବାପା, ମା’ ଆତ୍ମହତ୍ୟା କରିଥିଲେ।

ସନ୍ଧ୍ୟା ସମୟରେ ଜିତେନ୍ଦ୍ର ସିଂଙ୍କ ଘର କବାଟ ବନ୍ଦ ହୋଇଥିବାର ଦେଖି ପଡ଼ୋଶୀମାନେ କିଛି ଅଘଟଣର ଆଶଙ୍କା କରି କବାଟ ଭାଙ୍ଗି ଭିତରକୁ ପ୍ରବେଶ କରିବାରେ ଜିତେନ୍ଦ୍ର ସିଂ (୩୪) ଏବଂ ତାଙ୍କ ପତ୍ନୀ ସମରଜିତ ସିଂ (୩୨)ଙ୍କୁ ବେକରେ ରଶି ଲଗାଇ ଝୁଲୁଥିବାର ଦେଖିବାକୁ ପାଇଥିଲେ। ପଡ଼ୋଶୀଙ୍କ ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଡାକ୍ତରଖାନା ଆଣିଥିଲା। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିବା ସହ ବ୍ୟବଚ୍ଛେଦ ପରେ ସମ୍ପର୍କୀୟଙ୍କୁ ସେମାନଙ୍କ ଶବ ହସ୍ତାନ୍ତର କରାଯାଇଥିଲା।

୪ ବର୍ଷ ତଳେ ହରାଇ ଥିଲେ ପ୍ରଥମ ପୁତ୍ର –

ଏହା ପୂର୍ବରୁ ୪ ବର୍ଷ ତଳେ ସେମାନଙ୍କର ଏକ ୪ ବର୍ଷର ପୁଅର ଅସୁସ୍ଥତା କାରଣରୁ ମୃତ୍ୟୁ ଘଟିଥିଲା। ତେଣୁ ମାନସିକ ଭାରସାମ୍ୟ ହରାଇ ଉଭୟ ପତି, ପତ୍ନୀ ଜୀବନର ଶେଷ ବାଟ ଆତ୍ମହତ୍ୟା କରିବାକୁ ଚରମ ନିଷ୍ପତି ନେଇଥିଲେ। ଆତ୍ମହତ୍ୟା କରିଥିବା ଘଟଣା ସ୍ଥଳରେ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା। ଆମେ ଦୁହେଁ ନିଜ ନିଜ ଇଚ୍ଛାରେ ଏହି ପଦକ୍ଷେପ ନେଉଛୁ ଏବଂ ଏଥିରେ କାହାରି ଦୋଷ ନାହିଁ ବୋଲି ସେଥିରେ ଲେଖାଥିଲା। -ଦେବଦତ୍ତ ରଥ

କୋଭିଡ-19 ସଂକ୍ରାନ୍ତରେ ସଦ୍ୟତମ ସୂଚନା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.