Home ଓଡ଼ିଶା ମାହାଙ୍ଗା କୁଳମଣି ବରାଳ ଓ ଦିବ୍ୟସିଂଙ୍ଗ ବରାଳଙ୍କ ପ୍ରଥମ ବାର୍ଷିକ ସ୍ମୃତିଚାରଣ ସଭା

ମାହାଙ୍ଗା କୁଳମଣି ବରାଳ ଓ ଦିବ୍ୟସିଂଙ୍ଗ ବରାଳଙ୍କ ପ୍ରଥମ ବାର୍ଷିକ ସ୍ମୃତିଚାରଣ ସଭା

50

କଟକ, ୬/୧ (ଓଡ଼ିଆ ପୁଅ/ ଅଭୟ ଜେନା) ବହୁ ଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗାର ନୃତାଙ୍ଗ ଡବଲ ମର୍ଡର ଘଟଣାର ମୃତକ ବିଜେଡି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପ୍ରଥମ ବାର୍ଷିକ ସ୍ମୃତି ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭରଚୁଆଲ ମାଧ୍ୟମରେ ଯୋଗଦେଇଥିଲେ। ତାଙ୍କ ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ସମ୍ପାଦକ ଗୋଲଖ ମହାପାତ୍ର, କଟକ ଜିଲ୍ଲା ସଭାପତି ପ୍ରକାଶ ବେହେରା, ରାଜ୍ୟ ମହିଳା ସ୍ୱଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଯୋଗଦେଇଥିଲେ। ପ୍ରଥମେ ନୃତାଙ୍ଗ ଗାଁ ଆରମ୍ଭରେ କୁଳମଣୀଙ୍କର ପୂର୍ଣାଵୟବ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇଥଲା। ପରେ ପରେ କୁଳମଣି ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ଏକ ସ୍ମୃତି ସଭାରେ ଅତିଥିମାନେ ଯୋଗଦେଇଥିଲେ। ଏହି ଅବସରରେ ସଂସଦ ପକ୍ଷରୁ ସ୍ମୃତି ସ୍ମରଣୀକା ଉନ୍ମୋଚନ ହେବା ସହ ଅଞ୍ଚଳର କୃତି ଛାତ୍ରାଛତ୍ରୀଙ୍କୁ କୁଳମଣି ମେଧା ସମ୍ମାନ ପ୍ରଦାନ କରାଯାଇଥିଲା। ଗତ ବର୍ଷ ଜାନୁୟାରୀ ମାସ ୨ତାରିଖ ଦିନ ଉଭୟ କୁଳମଣି ଓ ଦିବ୍ୟସିଂହ ଙ୍କୁ ହତ୍ୟା କରାଯାଇଥିଲା।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.