Home Top News ଭାରତ ୨୦୨୦-୨୧ ମଧ୍ୟରେ ୧୧, ୪୯, ୩୪୧ ମେଟ୍ରିକ୍ ଟନ୍ ସାମୁଦ୍ରିକ ଖାଦ୍ୟ ରପ୍ତାନି କରିଛି

ଭାରତ ୨୦୨୦-୨୧ ମଧ୍ୟରେ ୧୧, ୪୯, ୩୪୧ ମେଟ୍ରିକ୍ ଟନ୍ ସାମୁଦ୍ରିକ ଖାଦ୍ୟ ରପ୍ତାନି କରିଛି

165

– COVID, ବଜାରର ମାନ୍ଦା ଅବସ୍ଥା, ପରିବହନ ସମସ୍ୟା ଯୋଗୁଁ ରପ୍ତାନି ୧୦.୮୮% ହ୍ରାସ ହୋଇଛି, କିନ୍ତୁ ଗତ ତିନି ମାସରେ ଏହା ପୂର୍ବବତ୍ ହୋଇପାରିଛି: MPEDA ଅଧ୍ୟକ୍ଷ

– ଚିଙ୍ଗୁଡ଼ି ଚାଷ ପୂର୍ବ ଅପେକ୍ଷା ଭଲ ହୋଇଛି; ତିଲାପିଆ ଏବଂ ରଙ୍ଗୀନ ମାଛର ରପ୍ତାନି ବଢିଛି

କୋଚି, ଜୁନ୍ ୩ (ଓଡ଼ିଆ ପୁଅ) : COVID ମହାମାରୀ ଏବଂ ମାନ୍ଦା ବିଦେଶୀ ବଜାରଗୁଡ଼ିକ ଭାରତର ସାମୁଦ୍ରିକ ଖାଦ୍ୟ କ୍ଷେତ୍ର ଉପରେ ପୁଣି ନିଜର ଛାଇ ପକାଇଲା, କାରଣ ଦେଶ ୨୦୨୦-୨୧ ଆର୍ଥିକ ବର୍ଷରେ ୪୩, ୭୧୭.୨୬ କୋଟି ଟଙ୍କା (US$ ୫.୯୬ ବିଲିୟନ) ମୂଲ୍ୟର ୧୧, ୪୯, ୩୪୧ ମେଟ୍ରିକ୍ ଟନ୍ ର ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ରପ୍ତାନି କରିଛି, ଯାହାକି ପୂର୍ବ ବର୍ଷ ତୁଳନାରେ ମାତ୍ରାରେ ୧୦.୮୮ ପ୍ରତିଶତ କମ ହୋଇଛି।

ଆମେରିକା, ଚୀନ୍ ଏବଂ ୟୁରୋପୀୟ ସଂଘ (EU) ଅଗ୍ରଣୀ ଦେଶ ଆମଦାନୀକାରୀ ହୋଇଥିବାବେଳେ ଫ୍ରୋଜନ୍ ଚିଙ୍ଗୁଡ଼ି ପ୍ରମୁଖ ରପ୍ତାନି ସାମଗ୍ରୀ ଭାବରେ ନିଜର ସ୍ଥିତିକୁ ବଜାୟ ରଖିଛି ଏବଂ ଫ୍ରୋଜନ୍ ମାଛଗୁଡିକୁ ମଧ୍ୟ ଏହି ପରି ରପ୍ତାନି କରାଯାଇଛି।

୨୦୧୯-୨୦ ମସିହାରେ, ଭାରତ ୪୬, ୬୬୨.୮୫ କୋଟି (US$ ୬.୬୮ ବିଲିୟନ) ମୂଲ୍ୟର ୧୨, ୮୯, ୬୫୧ ମେଟ୍ରିକ୍ ଟନ୍ ସାମୁଦ୍ରିକ ଉତ୍ପାଦ ରପ୍ତାନି କରିଛି, ଯାହାକି ଟଙ୍କା ମୂଲ୍ୟରେ ୬.୩୧ ପ୍ରତିଶତ ଏବଂ ଡଲାର ମୂଲ୍ୟରେ ୧୦.୮୧ ପ୍ରତିଶତ ହ୍ରାସ ହୋଇଥିବାକୁ ଦର୍ଶାଇଛି।

“ମହାମାରୀ ବର୍ଷର ପ୍ରଥମ ଛଅ ମାସରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ଉପରେରେ ବ୍ୟାପକ ଭାବରେ ପ୍ରଭାବ ପକାଇଥିଲା, କିନ୍ତୁ ୨୦୨୦-୨୧ ର ଶେଷ ତିନି ମାସରେ ଏହା ଭଲ ଭାବରେ ପୁଣି ଆରମ୍ଭ ହୋଇଥିଲା। ଆହୁରି ମଧ୍ୟ, ଆର୍ଥିକ ବର୍ଷରେ ରପ୍ତାନି ହୋଇଥିବା ସାମଗ୍ରୀର ୬୭.୯୯ ପ୍ରତିଶତ ଡଲାରରେ ଏବଂ ୪୬.୪୫ ପ୍ରତିଶତ ପରିମାଣରେ ଯୋଗଦାନ ଦେଇ ଜଳୀୟ କୃଷି କ୍ଷେତ୍ର ଉନ୍ନତ ପ୍ରଦର୍ଶନ କରିଛି, ଯାହାକି ୨୦୧୯-୨୦ ତୁଳନାରେ ଯଥାକ୍ରମେ ୪.୪୧ ପ୍ରତିଶତ ଏବଂ ୨.୪୮ ପ୍ରତିଶତ ଅଧିକ” ବୋଲି ସାମୁଦ୍ରିକ ଦ୍ରବ୍ୟ ରପ୍ତାନି ବିକାଶ ପ୍ରାଧିକରଣ (MPEDA) ର ଅଧ୍ୟକ୍ଷ ଶ୍ରୀ କେ.ଏସ୍ ଶ୍ରୀନିବାସ କହିଛନ୍ତି।

ଫ୍ରୋଜନ୍ ଚିଙ୍ଗୁଡ଼ି ପରିମାଣରେ ୫୧.୩୬ ପ୍ରତିଶତ ଏବଂ ମୋଟ ଡଲାର ଆୟର ୭୪.୩୧ ପ୍ରତିଶତ ଯୋଗଦାନ ଦେଇଛି। ଆମେରିକା ଏହାର ବୃହତ୍ତମ ଆମଦାନୀକାରୀ (୨, ୭୨, ୦୪୧ MT), ତା’ପରେ ଚାଇନା (୧, ୦୧, ୮୪୬ MT), ୟୁରୋପୀୟ ସଂଘ (୭୦, ୧୩୩ MT), ଜାପାନ (୪୦, ୫୦୨ MT), ଦକ୍ଷିଣ ପୂର୍ବ ଏସିଆ (୩୮, ୩୮୯ MT) ଏବଂ ମଧ୍ୟ ପୂର୍ବ (୨୯, ୧୦୮ MT)।

ତେବେ, ଚିଙ୍ଗୁଡ଼ି ରପ୍ତାନି ଡଲାରରେ ୯.୪୭ ପ୍ରତିଶତ ଏବଂ ପରିମାଣରେ ୯.୫୦ ପ୍ରତିଶତ ହ୍ରାସ ପାଇଛି। ସମସ୍ତ ଚିଙ୍ଗୁଡ଼ି ରପ୍ତାନି ୪, ୪୨୬.୧୯ ମିଲିୟନ ଡ଼ଲାରର ୫, ୯୦, ୨୭୫ ମେଟ୍ରିକ୍ ଟନ୍ ଥିଲା। ୨୦୨୦-୨୧ ରେ ଭେନାମି (ଧଳା ଗୋଡ଼) ଚିଙ୍ଗୁଡ଼ିର ରପ୍ତାନି ୫, ୧୨, ୨୦୪ ମେଟ୍ରିକ୍ ଟନ୍ ରୁ କମି ୪, ୯୨, ୨୭୧ ମେଟ୍ରିକ୍ ଟନ୍ ହୋଇଯାଇଛି। ଡଲାର ମୂଲ୍ୟରେ ମୋଟ ଭେନାମି ଚିଙ୍ଗୁଡ଼ି ରପ୍ତାନି ମଧ୍ୟରୁ ୫୬.୩୭ ପ୍ରତିଶତ ଆମେରିକାକୁ ରପ୍ତାନି ହୋଇଛି, ତା’ପରେ ଚାଇନାକୁ (୧୫.୧୩ ପ୍ରତିଶତ), ୟୁରୋପୀୟ ସଂଘକୁ (୭.୮୩ ପ୍ରତିଶତ), ଦକ୍ଷିଣ ପୂର୍ବ ଏସିଆକୁ (୫.୭୬ ପ୍ରତିଶତ), ଜାପାନକୁ (୪.୯୬ ପ୍ରତିଶତ) ଏବଂ ମଧ୍ୟ ପୂର୍ବକୁ (୩.୫୯ ପ୍ରତିଶତ) ରପ୍ତାନି ହୋଇଛି।

ଜାପାନ, ବ୍ଲାକ୍ ଟାଇଗର (ପେନିୟସ୍ ମନୋଡନ୍) ଚିଙ୍ଗୁଡ଼ିର ପ୍ରମୁଖ ବଜାର ଡଲାରରେ ୩୯.୬୮ ପ୍ରତିଶତ ଭାଗୀଦାରୀ ଥିଲା, ତା’ପରେ ଆମେରିକା (୨୬.୦୩ ପ୍ରତିଶତ), ଦକ୍ଷିଣ ପୂର୍ବ ଏସିଆ (୯.୩୨ ପ୍ରତିଶତ), ୟୁରୋପୀୟ ସଂଘ (୮.୯୫%), ମଧ୍ୟ ପୂର୍ବ (୬.୦୪ ପ୍ରତିଶତ) ଏବଂ ଚୀନ୍ (୩.୭୬ ପ୍ରତିଶତ) ଭାଗୀଦାରୀ ଥିଲା।

ପରିମାଣରେ ୧୬.୩୭ ପ୍ରତିଶତ ଏବଂ ଡଲାରର ଆୟରେ ୬.୭୫ ପ୍ରତିଶତ ଭାଗୀଦାରୀ ସହିତ ଫ୍ରୋଜନ୍ ମାଛ ରପ୍ତାନି ବାସ୍କେଟରେ ଦ୍ୱିତୀୟ ସ୍ଥାନକୁ ବଜାୟ ରଖିଛି ଯଦିଓ ଏହାର ପରିବହନ ମାତ୍ରାରେ ୧୫.୭୬ ପ୍ରତିଶତ ଏବଂ ଡଲାରରେ ୨୧.୬୭ ପ୍ରତିଶତ ହ୍ରାସ ପାଇଛି।

‘ଅନ୍ୟାନ୍ୟ ସାମଗ୍ରୀ’, ତୃତୀୟ ବୃହତ୍ତମ ବର୍ଗ ଯେଉଁଥିରେ ମୁଖ୍ୟ ରୂପରେ ସୁରିମି (ମାଛ ପେଷ୍ଟ) ଏବଂ ସୁରିମି ଆନାଲଗ୍ (ଅନୁକରଣ) ଉତ୍ପାଦ ସାମିଲ ଥିଲା, ଯାହାକି ପରିମାଣ ଏବଂ ଟଙ୍କା ମୂଲ୍ୟରେ କ୍ରମଶଃ ୦.୧୨ ପ୍ରତିଶତ ଏବଂ ୦.୨୬ ପ୍ରତିଶତ ଖୁବ କମ ବୃଦ୍ଧି ହୋଇଥିଲା, କିନ୍ତୁ ଡଲାର ମୂଲ୍ୟରେ ୫.୦୨ ପ୍ରତିଶତ ହ୍ରାସ ପାଇଛି।

ଫ୍ରୋଜନ୍ ସ୍କୁଇଡ୍ ଏବଂ ଫ୍ରୋଜନ୍ କଟଲଫିସ୍ ର ରପ୍ତାନି ଯଥାକ୍ରମେ ୩୦.୧୯ ପ୍ରତିଶତ ଏବଂ ୧୬.୩୮ ପ୍ରତିଶତ ହ୍ରାସ ପାଇଛି। ତଥାପି, ଶୁଖିଲା ସାମଗ୍ରୀଗୁଡ଼ିକ ଯଥାକ୍ରମେ ପରିମାଣ ଏବଂ ଟଙ୍କା ମୂଲ୍ୟରେ ୧.୪୭ ପ୍ରତିଶତ ଏବଂ ୧୭ ପ୍ରତିଶତ ବୃଦ୍ଧି ପାଇଛି।

ମହାମାରୀ ପରିସ୍ଥିତିରେ ବାୟୁ ମାର୍ଗରେ କାର୍ଗୋ ସଂଯୋଗ କମ ହେବା ଯୋଗୁଁ ନକାରାତ୍ମକ ଭାବେ ପ୍ରଭାବିତ ହୋଇଥିବା ଥଣ୍ଡା ସାମଗ୍ରୀ ଏବଂ ଜୀବନ୍ତ ସାମଗ୍ରୀଗୁଡ଼ିକର ପରିବହନ ଯଥାକ୍ରମେ ୧୬.୮୯ ପ୍ରତିଶତ ଏବଂ ୩୯.୯୧ ପ୍ରତିଶତ ହ୍ରାସ ପାଇଛି।

ମତ୍ସ୍ୟଚାଷର ଯୋଗଦାନ ମାତ୍ରା ୫୬.୦୩ ପ୍ରତିଶତରୁ କମି ୫୩.୫୫ ପ୍ରତିଶତକୁ ଏବଂ ଡଲାର ମୂଲ୍ୟରେ ୩୬.୪୨ ପ୍ରତିଶତରୁ କମି ୩୨.୦୧ ପ୍ରତିଶତ ହୋଇଯାଇଛି। ତଥାପି, ତିଲାପିଆ ଏବଂ ରଙ୍ଗୀନ ମାଛ ପରିମାଣରେ ୫୫.୮୩ ପ୍ରତିଶତ ଏବଂ ୬୬.୫୫ ପ୍ରତିଶତ ବୃଦ୍ଧି ହୋଇଛି ଏବଂ ଡଲାର ରୋଜଗାରରେ ୩୮.୦୭ ପ୍ରତିଶତ ଏବଂ ୧୪.୬୩ ପ୍ରତିଶତ ବୃଦ୍ଧି ସହିତ ଭଲ ପ୍ରଦର୍ଶନ କରିଛନ୍ତି। ଟୁନା ପରିମାଣରେ ୧୪.୬ ପ୍ରତିଶତ ବୃଦ୍ଧି ଦେଖାଇଛି, କିନ୍ତୁ ଏହାର ଡଲାର ଆୟ ୭.୩୯ ପ୍ରତିଶତ ହ୍ରାସ ପାଇଛି। କଙ୍କଡ଼ା ଏବଂ ବଡ଼ ଚିଙ୍ଗୁଡ଼ି ରପ୍ତାନି ଉଭୟ ପରିମାଣ ଏବଂ ମୂଲ୍ୟରେ କମ ହୋଇଯାଇଛି।

୨, ୯୧, ୯୪୮ ମେଟ୍ରିକ୍ ଟନ୍ ର ଆମଦାନୀ ସହିତ ଆମେରିକା, ଡଲାରରେ ୪୧.୧୫ ପ୍ରତିଶତ ଭାଗୀଦାରୀ ସହିତ ଭାରତୀୟ ସାମୁଦ୍ରିକ ଖାଦ୍ୟର ପ୍ରମୁଖ ଆମଦାନୀକାରୀ ଭାବରେ ରହିଆସିଛି। ସେହି ଦେଶକୁ ରପ୍ତାନି ମୂଲ୍ୟରେ ୦.୪୮% ବୃଦ୍ଧି ପାଇଛି କିନ୍ତୁ ପରିମାଣ ଏବଂ ଡଲାରରେ ଯଥାକ୍ରମେ ୪.୩୪ ପ୍ରତିଶତ ଏବଂ ୪.୩୫ ପ୍ରତିଶତ ହ୍ରାସ ପାଇଛି। ଫ୍ରୋଜନ୍ ଚିଙ୍ଗୁଡ଼ି ଆମେରିକାକୁ ରପ୍ତାନି ହେଉଥିବା ମୁଖ୍ୟ ଖାଦ୍ୟ ସାମଗ୍ରୀ ହୋଇ ରହିଥିବାବେଳେ ଭେନାମି ଚିଙ୍ଗୁଡ଼ି ରପ୍ତାନିରେ ୬.୭୫ ପ୍ରତିଶତ ବୃଦ୍ଧି ଘଟିଛି। ଅବଶ୍ୟ, ଏଥିରେ ବ୍ଲାକ୍ ଟାଇଗର ଚିଙ୍ଗୁଡ଼ିର ଆମଦାନୀ ପରିମାଣ ଏବଂ ଡଲାରରେ ଯଥାକ୍ରମେ ୭୦.୯୬ ପ୍ରତିଶତ ଏବଂ ୬୫.୨୪ ପ୍ରତିଶତ ହ୍ରାସ ପାଇଛି।

୯୩୯.୧୭ ମିଲିୟନ ଡ଼ଲାର ମୂଲ୍ୟର ୨, ୧୮, ୩୪୩ ମେଟ୍ରିକ୍ ଟନ୍ ସାମୁଦ୍ରିକ ଖାଦ୍ୟ ଆମଦାନୀ କରିବା ସହିତ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ଭାବରେ ରହିଆସିଛି ଯାହାକି ଡଲାର ଆୟରେ ୧୫.୭୭ ପ୍ରତିଶତ ଏବଂ ପରିମାଣ ଅନୁସାରେ ୧୯ ପ୍ରତିଶତ ରହିଛି। ତେବେ ଏହି ଦେଶକୁ ରପ୍ତାନି ଯଥାକ୍ରମେ ପରିମାଣ ଏବଂ ଡଲାରରେ ୩୩.୭୩ ପ୍ରତିଶତ ଏବଂ ୩୧.୬୮ ପ୍ରତିଶତ ହ୍ରାସ ପାଇଛି। ଫ୍ରୋଜନ୍ ଚିଙ୍ଗୁଡ଼ି ଚାଇନାକୁ ରପ୍ତାନିର ପ୍ରମୁଖ ଖାଦ୍ୟ ସାମଗ୍ରୀ ଥିଲା, ଯାହା ପରିମାଣରେ ୪୬.୬୪ ପ୍ରତିଶତ ଏବଂ ଡଲାର ରୋଜଗାରରେ ୬୧.୮୭ ପ୍ରତିଶତର ଭାଗୀଦାରୀ ରଖିଥିଲା।

ଡଲାର ମୂଲ୍ୟରେ ୧୩.୮୦ ପ୍ରତିଶତର ଭାଗୀଦାରୀ ସହିତ ତୃତୀୟ ବୃହତ୍ତମ ସ୍ଥାନ ୟୁରୋପୀୟ ସଂଘ, ମୁଖ୍ୟ ଖାଦ୍ୟ ଭାବରେ ଫ୍ରୋଜନ୍ ଚିଙ୍ଗୁଡ଼ିକୁ ଆମଦାନୀ କରିଛି। ତଥାପି, ୟୁରୋପୀୟ ସଂଘର ଦେଶକୁ ଫ୍ରୋଜନ୍ ଚିଙ୍ଗୁଡ଼ିର ରପ୍ତାନି ପରିମାଣ ଏବଂ ଡଲାର ମୂଲ୍ୟରେ ଯଥାକ୍ରମେ ୫.୨୭ ପ୍ରତିଶତ ଏବଂ ୬.୪୮ ପ୍ରତିଶତ ହ୍ରାସ ପାଇଛି।

ଦକ୍ଷିଣ ପୂର୍ବ ଏସିଆକୁ ରପ୍ତାନି ଡଲାର ମୂଲ୍ୟରେ ୧୧.୧୭ ପ୍ରତିଶତ ଭାଗୀଦାରୀ ରହିଥିଲା। ଯାହାହେଉ, ଏହା ପରିମାଣରେ ୨.୫୬ ପ୍ରତିଶତ ଏବଂ ଡଲାର ରୋଜଗାରରେ ୫.୭୩ ପ୍ରତିଶତ ହ୍ରାସ ପାଇଛି। ଡଲାରରେ ୬.୯୨ ପ୍ରତିଶତ ଭାଗୀଦାରୀ ସହିତ ପଞ୍ଚମ ବୃହତ୍ତମ ଆମଦାନୀକାରୀ ଜାପାନକୁ ପରିବହନ ପରିମାଣରେ ୧୦.୫୨ ପ୍ରତିଶତ ବୃଦ୍ଧି ପାଇଛି କିନ୍ତୁ ଡଲାର ମୂଲ୍ୟରେ ୨.୪୨ ପ୍ରତିଶତ ହ୍ରାସ ପାଇଛି।

ଡଲାର ମୂଲ୍ୟରେ ୪.୨୨ ପ୍ରତିଶତ ଭାଗୀଦାରୀ ସହିତ ଷଷ୍ଠ ବୃହତ୍ତମ ସ୍ଥାନ ମଧ୍ୟ ପୂର୍ବ, ପରିମାଣ ଏବଂ ଡଲାର ମୂଲ୍ୟରେ ଯଥାକ୍ରମେ ୧୫.୩୦ ପ୍ରତିଶତ ଏବଂ ୧୫.୫୧ ପ୍ରତିଶତ ହ୍ରାସ ପାଇଛି। ଫ୍ରୋଜନ୍ ଚିଙ୍ଗୁଡ଼ି ଡଲାରରେ ୭୨.୨୩ ପ୍ରତିଶତ ଭାଗୀଦାରୀ ସହିତ ରପ୍ତାନିର ମୁଖ୍ୟ ଆଇଟମ୍ ଥିଲା।

ଶ୍ରୀ ଶ୍ରୀନିବାସ କହିଛନ୍ତି ଯେ, ମହାମାରୀର ପ୍ରଭାବ ବ୍ୟତୀତ ୨୦୨୦-୨୧ ରେ ଅନ୍ୟାନ୍ୟ କାରଣ ଗୁଡ଼ିକ ମଧ୍ୟ ସାମୁଦ୍ରିକ ଖାଦ୍ୟ ରପ୍ତାନି ଉପରେ ନକାରାତ୍ମକ ପ୍ରଭାବ ପକାଇଥିଲା। ଉତ୍ପାଦନ ପକ୍ଷରେ, କମ୍ ଦିନରେ ମାଛ ଧରିବା, ଧୀର ଲଜିଷ୍ଟିକ୍ ଗତିବିଧି ଏବଂ ବଜାରରେ ଅନିଶ୍ଚିତତା ଯୋଗୁଁ ମାଛ ଆସିବା କମିଗଲା। ମତ୍ସ୍ୟଚାଷ ଏବଂ ପ୍ରକ୍ରିୟାକରଣ କାରଖାନାଗୁଡ଼ିକରେ ଶ୍ରମିକମାନଙ୍କର ଅଭାବ, ସାମୁଦ୍ରିକ ବନ୍ଦରରେ କଣ୍ଟେନରଗୁଡ଼ିକର ଅଭାବ, ବାୟୁଜନିତ ମାଲ ପରିବହନ ଶୁଳ୍କ ବୃଦ୍ଧି ଏବଂ ସୀମିତ ବିମାନ ଉପଲବ୍ଧତା ବିଶେଷକରି ଉଚ୍ଚ ମୂଲ୍ୟର ଥଣ୍ଡା ଏବଂ ଜୀବନ୍ତ ଉତ୍ପାଦ ଗୁଡ଼ିକର ରପ୍ତାନିକୁ ବହୁ ମାତ୍ରାରେ ପ୍ରଭାବିତ କରିଥିଲା।

ବିଦେଶ ବଜାରରେ ପରିସ୍ଥିତି ଆହୁରି ମଧ୍ୟ ନିରାଶାଜନକ ଥିଲା। ଚାଇନାରେ, କଣ୍ଟେନରର ଅଭାବ, ମାଲ ପରିବହନ ଶୁଳ୍କ ବୃଦ୍ଧି, ଏବଂ ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ଉପରେ COVID ପରୀକ୍ଷା ବଜାରର ଅନିଶ୍ଚିତତାକୁ ସୃଷ୍ଟି କରିଥିଲା। ଯୁକ୍ତରାଷ୍ଟ୍ର ଆମେରିକାରେ, କଣ୍ଟେନରଗୁଡିକର ଅଭାବ ରପ୍ତାନିକାରୀମାନଙ୍କ ପାଇଁ ଠିକ୍ ସମୟରେ ଅର୍ଡର ନିଷ୍ପାଦନ କରିବା କଷ୍ଟକର ହୋଇପଡିଥିଲା। HoReCa (ହୋଟେଲ, ରେଷ୍ଟୁରାଣ୍ଟ ଏବଂ କାଫେ) ବିଭାଗର ବନ୍ଦ ହେବା ମଧ୍ୟ ଚାହିଦାକୁ ପ୍ରଭାବିତ ବହୁ ମାତ୍ରାରେ ପ୍ରଭାବିତ କରିଥିଲା। ଜାପାନ ଏବଂ ୟୁରୋପୀୟ ସଂଘରେ, COVID- ପ୍ରବର୍ତ୍ତିତ ଲକଡାଉନ୍ ଖୁଚୁରା ବ୍ୟବସାୟୀ, ରେଷ୍ଟୁରାଣ୍ଟ, ଦୋକାନ ବଜାର ଏବଂ ହୋଟେଲ ବ୍ୟବହାରକୁ ମଧ୍ୟ ମାନ୍ଦା କରିଦେଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.