Home ଜିଲ୍ଲା ପରିକ୍ରମା ଚିହ୍ନଟ ହେଲେ ନୂଆ ୪୧୯ କରୋନା ଆକ୍ରାନ୍ତ, ଜଣେ ମୃତ

ଚିହ୍ନଟ ହେଲେ ନୂଆ ୪୧୯ କରୋନା ଆକ୍ରାନ୍ତ, ଜଣେ ମୃତ

59

୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରୁ ପୁଣି ଚିହ୍ନଟ ହେଲେ ୪୧୯ କରୋନା ଆକ୍ରାନ୍ତ । ଟେଷ୍ଟିଂ ସଂଖ୍ୟା ୪ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ଗତକାଲି ସୁଦ୍ଧା ମୋଟ ୪ଲକ୍ଷ ୩ହଜାର ୫୫୧ଜଣଙ୍କ ନମୁନା ପରୀକ୍ଷା ହୋଇଥିବା ବେଳେ ମୋଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ୧୭ହଜାର ୨୦୩ । ୩୭୭ ଜଣ ସୁସ୍ଥ ହେବା ପରେ ମୋଟ ସୁସ୍ଥ ହୋଇଛନ୍ତି ୧୪ହଜାର ୬୯୦ ଜଣ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୨୪୭୯ଜଣ ଏବଂ ମୃତ୍ୟୁ ସଂଖ୍ୟା ହୋଇଛି ୩୪ । ଚିହ୍ନଟ ଆକ୍ରାନ୍ତ ମାନେ ବନ୍ତ ବ୍ଳକରୁ ୧୭ଜଣ, ଭଦ୍ରକ ବ୍ଳକରୁ ୭୨, ଭଣ୍ଡାରିପୋଖରୀରୁ ୩୪, ଧାମନଗର ୫୪, ତିହିଡ଼ି ବ୍ଳକରୁ ୭୧, ବାସୁଦେବପୁରରୁ ୪୦, ଚାନ୍ଦବାଲିରୁ ୭୨ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ପୌରପାଳିକାରୁ ୩୬, ବାସୁଦେବପୁର ପୌରପାଳିକାରୁ ୮ଜଣ, ଅନ୍ୟ ଜିଲ୍ଲାରୁ ୧୫ ଜଣ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.