Home ଜିଲ୍ଲା ପରିକ୍ରମା ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡରେ କଇଁଛ ଗଣନା ଶେଷ, ପ୍ରତିକୂଳ ପାଗ ପାଇଁ କମିଛି କଇଁଛଙ୍କ ସଂଖ୍ୟା

ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡରେ କଇଁଛ ଗଣନା ଶେଷ, ପ୍ରତିକୂଳ ପାଗ ପାଇଁ କମିଛି କଇଁଛଙ୍କ ସଂଖ୍ୟା

39

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଏବଂ ରାଜନଗର ବନ୍ୟପ୍ରାଣୀ ବନଖଣ୍ଡର ମିଳିତ ସହଯୋଗରେ କଇଁଛ ଗଣନା କାର୍ଯ୍ୟ ଶେଷ ହୋଇଛି । ମାର୍ଚ୍ଚ ୯ ତାରିଖରୁ ଏହା ଆରମ୍ଭ ହୋଇ ଶେଷ ହୋଇଛି । ଏସିଆ ମହାଦେଶର ସର୍ବବୃହତ୍ତ ଅଲିଭ୍ ରିଡଲେ କଇଁଛଙ୍କ ଏନ୍ତୁଡିଶାଳ କେନ୍ଦ୍ରାପଡା ଜିଲାର ଗହୀରମଥା (ନାସୀ) ରେ ଅଛି । ଗତବର୍ଷ ୨୦୧୯-୨୦ ମସିହାରେ ଏହି ସ୍ଥାନରେ ୪ ଲକ୍ଷ ୭ ହଜାର ୨ ଶହ ଅଲିଭ ରିଡଲେ କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ଥିବାବେଳେ ଚଳିତବର୍ଷ ଏହାର ପରିମାଣ କମିଯାଇଛି । ୨୦୨୦-୨୧ ରେ ସମୁଦାୟ ୩ ଲକ୍ଷ ୪୯ ହଜାର ୬୨୫ ଟି ଅଲିଭ ରିଡଲେ କଇଁଛ ଏହି ସ୍ଥାନକୁ ଅଣ୍ଡା ଦେବାକୁ ଆସିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ବର୍ତ୍ତମାନ ସମୟରେ ଏହି ଅଲିଭ ରିଡଲେ କେଉଁ ମହାଦେଶରୁ ଆସି ପୁନଶ୍ଚ କେଉଁଠିକୁ ଫେରନ୍ତି, ତାହାର ଆକଳନ କରିବା ସମ୍ଭବ ହୋଇପାରିନାହିଁ । ତେଣୁ କଇଁଛଙ୍କ ଗତିବିଧିକୁ ନଜର ରଖିବା ପାଇଁ କିଛି କଇଁଛଙ୍କୁ ଟ୍ୟାଗ୍ କରାଯାଇଛି । ଗଣସମୂହ ଅଣ୍ଡାଦାନ ପ୍ରକ୍ରିୟା ଗହୀରମଥା ନାସିରେ ହୋଇଥିବା ବେଳେ ଏଥର ନୂତନ ଭାବରେ କିଛି କଇଁଛ ଭଦ୍ରକ ଜିଲାର କନିକା ଦ୍ୱୀପକୁ ଆସିଥିବା ସରକାରୀ ସୂତ୍ରରୁ ଜଣାଯାଇଛି । ପ୍ରତିକୂଳ ପାଗ ପାଇଁ ଏହି କଇଁଛଙ୍କ ସଂଖ୍ୟା କମିଥିବା ଆଶା କରାଯାଉଛି । ଏହି ଅଲିଭରଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ପରେ ୪୫ଦିନ ପର୍ଯ୍ୟନ୍ତ ଏହି ଅଣ୍ଡା ଉପରେ ତୀକ୍ଷଣ ନଜର ରଖାଯାଇଥାଏ । ୪୫ଦିନ ପରେ ଅଣ୍ଡାରୁ ଛୁଆ ଫୁଟିବା ପରେ ଏହି ଶାବକ କଇଁଛମାନେ ସମୁଦ୍ର ଆଡକୁ ଆଗଭର ହୋଇଥାନ୍ତି । ଏହି କଇଁଛଙ୍କ ଅଣ୍ଡାଦାନ, ଗଣନା ଓ ସୁରକ୍ଷା ପାଇଁ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଏବଂ ରାଜନଗର ବନ୍ୟପ୍ରାଣୀ ବନଖଣ୍ଡ ମିଳିତ ଭାବରେ ଗହୀରମଥାର ଚତୁଃପାଶ୍ୱର୍ରେ ବେ୍ କ୍ୟାମ୍ପ କରି କଇଁଛଙ୍କ ଉପରେ ନଜର ରଖିଥାନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.