Home ଜିଲ୍ଲା ପରିକ୍ରମା ଧାମରାରେ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥାର ପ୍ରଥମ ଭେଟି, ଭୂପେନ ହଜାରିକାରେ ଏକାସଙ୍ଗେ ୮ଟି ବସ୍...

ଧାମରାରେ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥାର ପ୍ରଥମ ଭେଟି, ଭୂପେନ ହଜାରିକାରେ ଏକାସଙ୍ଗେ ୮ଟି ବସ୍ ଓ ୧୦୦ ଯାତ୍ରୀ ପରିବହନ ସମ୍ଭବ

86

ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରାରେ ପହଞ୍ôଚଲା ୧୫ କୋଟି ବ୍ୟୟ ବରାଦରେ ନିର୍ମିତ ଏମଭି ଭୂପେନ ହଜାରିକା । ଏହି ବାର୍ଜରେ ଏକକାଳୀନ ୮ଟି ବସ୍ ଏବଂ ୧୦୦ ଜଣ ଯାତ୍ରୀ ପରିବହନ କରିବାର କ୍ଷମତା ଅଛି । ଏହି ବ୍ରାଜ୍‌ଟି ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା କୋଲକାତା ଦ୍ୱାରା ନିର୍ମିତ ହୋଇଥିବାବେଳେ ଏହାକୁ ପ୍ରାଥମିକ ଭାବେ ଚଳାଚଳ କରିବା ପାଇଁ ଧାମରାକୁ ପଠାଯାଇଛି । ଗତ ୧୭ ତାରିଖ ଦିନ ଏହା କୋଲକାତା ବନ୍ଦରରୁ ବାହାରିଥିବାବେଳେ ଗତକାଲି ଅପରାହ୍ନରେ ଏହା ଧାମରା ମତ୍ସ୍ୟ ପୋତାଶ୍ରୟରେ ପହଞ୍ôଚଥିଲା । ବାଣିଜ୍ୟ ବିଭାଗର ସହକାରୀ ଯନ୍ତ୍ରୀ ହରେକୃଷ୍ଣ ସାହୁ, ମତ୍ସ୍ୟ ପୋତାଶ୍ରୟ ପରିଚାଳନା କମିଟିର ବରିଷ୍ଠ କିରାଣୀ ଅଶୋକ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଗଜେନ୍ଦ୍ର ରାଉତ ପ୍ରମୁଖ ଉପସ୍ଥିତ ରହି ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥାର କର୍ମକର୍ତ୍ତାଙ୍କୁ ସ୍ୱାଗତ କରିଛନ୍ତି । ଏହି ବାର୍ଜ ଆସିବା ଫଳରେ ଆସନ୍ତା ଦିନରେ ନୌବହନରେ ଥିବା ସମସ୍ତ ଅସୁବିଧା ଦୂର ହୋଇପାରିବ । ଧାମରାରୁ କେନ୍ଦ୍ରାପଡା ଜିଲାର ତାଳଚୁଆକୁ ଜଳପଥରେ ଯାତ୍ରୀ ପରିବହନ କରିବାର ସମୟକୁ କମ୍ କରାଯାଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଆସନ୍ତା ଦିନରେ ଧାମରା କାଳିନାଳୀ ଠାରେ ଆରଓ-ପାକ୍ସ (ରୋଲ୍ ଅନ୍ / ରୋଲ୍ ଅଫ୍ ଯାତ୍ରୀବାହୀ) ଜେଟି ଏବଂ ଅମାନୁଷିକ ଭିତ୍ତିଭୂମି ନିର୍ମାଣ କରାଯିବ ।

ଏଥିପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ସହଭାôଗତାରେ ୧୧୧ କୋଟି ଟଙ୍କା ବ୍ୟୟ ବରାଦରେ ଏହି ଜେଟି ଏବଂ ଆନୁସଙ୍ଗିକ ଭିତ୍ତିଭୂମି ନିର୍ମାଣ କରାଯିବ । ସାଗରମାଳା ପ୍ରକଳ୍ପର ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଏହି ବ୍ରାଜ୍ ପହଞ୍ôଚଥିବାରୁ ଧାମରା ଅଂଚଳବାସୀ କେନ୍ଦ୍ର ସରକାର ତଥା ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଧାମରାରେ କାମଚଳା ନିମନ୍ତେ ଏକ ଜେଟିର ଜରୁରୀ ନିର୍ମାଣ ଆବଶ୍ୟକ ହୋଇଛି । ଏଥିନିମନ୍ତେ ଚାନ୍ଦବାଲି ବ୍ଲକ୍ ଅଧ୍ୟକ୍ଷାଙ୍କ ପ୍ରତିନିଧି ରଞ୍ଜନ ସାହୁ ଏବଂ ଧାମରା ପଂଚାୟତ ସରପଞ୍ଚ ପ୍ରିୟରଂଜନ ଜେନା ବାଣିଜ୍ୟ ବିଭାଗ ନିକଟରେ କାମଚଳା ଜେଟି ନିର୍ମାଣ ନିମନ୍ତେ ଦାବି ରଖିଛନ୍ତି । ଖୁବଶୀଘ୍ର ସେମାନଙ୍କ ଦାବି ପୂରଣ ହେବା ସହ ଚଳିତ ମାସରେ ଏହି ବ୍ରାଜ୍ ଭଦ୍ରକ ଜିଲା ଧାମରାରୁ କେନ୍ଦ୍ରାପଡା ଜିଲାର ତାଳଚୁଆକୁ ମାଲ ପରିବହନ, ସମସ୍ତ ଯାତାୟତରେ ଥିବା ଅସୁବିଧା ଦୂର ହୋଇପାରିବା ସହ ଏହି ଜଳ ଯାତ୍ରାରେ ଯାତ୍ରୀ ଏବଂ ବାହନର ସୁରକ୍ଷା ସୁନିଶ୍ଚିତ କରାଯାଇପାରିବ ବୋଲି ବାଣିଜ୍ୟ ବିଭାଗର ସହକାରୀ ଯନ୍ତ୍ରୀ ହରେକୃଷ୍ଣ ସାହୁ କହିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଚଳିତ ମାସ ୧ ତାରିଖରେ ବାଣିଜ୍ୟ ବିଭାଗର ନିର୍ଦ୍ଦେଶକ ପଦ୍ମଲୋଚନ ରାଉଳ, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଶରତ ଚନ୍ଦ୍ର ମହାରଣା ଏବଂ ସହକାରୀ ଯନ୍ତ୍ରୀ ହରେକୃଷ୍ଣ ସାହୁ କୋଲକାତା ଯାଇ ସେଠାରେ ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥାର ନିର୍ଦ୍ଦେଶକଙ୍କୁ ଭେଟି ଧାମରା-ତାଳଚୁଆ ଜଳପଥରେ ପ୍ରାଥମିକ ପଦକ୍ଷେପ ସ୍ୱରୂପ ଏକ ବ୍ରାର୍ଜ ଚଳାଇବା ପାଇଁ ଅନୁରୋଧ କରିଥିଲେ । ଏମାନଙ୍କ ଅନୁରୋଧକୁ ରକ୍ଷା କରି ଅନ୍ତର୍ଦେଶୀୟ ଜଳପଥ ପ୍ରାଧିକରଣ ସଂସ୍ଥା ୧୫ କୋଟି ବ୍ୟୟ ବରାଦରେ ନିର୍ମାଣ ହୋଇଥିବା ଭୂପେନ ହଜାରିକା ବ୍ରାଜ୍‌କୁ ଧାମରା-ତାଳଚୁଆ ଜଳପଥରେ ଚଳାଇବା ପାଇଁ ପଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.