Home କେନ୍ଦୁଝର ବନ୍ୟାରେ ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କାର ପରିବାଚାଷ ପଚିଗଲା, କ୍ଷତିପୁରଣ ଦାବି

ବନ୍ୟାରେ ଚାଷୀଙ୍କ ଲକ୍ଷ ଲକ୍ଷ ଟଙ୍କାର ପରିବାଚାଷ ପଚିଗଲା, କ୍ଷତିପୁରଣ ଦାବି

106

ହାଟଡିହି- ୩୧ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ସାମୁଦ୍ରିକ ଝଡ ‘ୟାସ୍‌’ ପ୍ରଭାବରେ ଲଗାଣବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ଆସି ହାଟଡିହି ବ୍ଲକ ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଶହଶହ ଏକର ପନିପରିବା ଚାଷ ସମ୍ପୁର୍ଣ୍ଣ ପଚିଯିବା ସହିତ କେତେକ ସ୍ଥାନରେ ବାଲିଚର ହୋେଇଯାିଛି । ପାଣିକମିବାପରେ ଚାଷୀମାନେ କ୍ଷେତକୁ ଯାଇ ପନିପରିବା ଚାଷର ସ୍ଥିତି ଦେଖିବାପରେ ମୁଣ୍ଡରେ ହାତଦେଇ ବସିଛନ୍ତି । ଏପରି ଅବସ୍ଥା ଦେଖିବାକୁ ମିଳିଛି ଆଇତିପୁର ପଞ୍ଚାୟତର ରାଘବପୁର, ଆଇତିପୁର, ମଦରଙ୍ଗା, ଅମୃତପୁର ଓ ବିଷ୍ଣୁପୁର ଗ୍ରାମରେ । ରାଘବପୁର ଗ୍ରାମରେ ୫୦ରୁ ଉର୍ଦ୍ଧ ପରିବାର ପନିପରିବା ଚାଷ ଉପରେ ନିର୍ଭର କରି ଚଳୁôତବାବେଳେ ଚଳିତବର୍ଷ ସେମାନେ ବୋଇତାଳୁ, କଖାରୁ, ବାଇଗଣ, ଭେଣ୍ଡି, ଜହ୍ନି, କାକୁଡି, ପୋଟଳ ଆଦି ଚାଷ କରିଥିଲେ । ନଦୀକୁଳିଆ ଅଞ୍ଚଳ ହୋଇଥିବାରୁ ଓ ଅନୁକୁଳ ପାଗଯୋଗୁଁ ଚଳିତବର୍ଷ ଭଲ ଅମଳ ହେବାସହିତ ଦିପଇସା ଆମଦାନୀ କରିବାକୁ ଲକ୍ଷ ରଖିଥିଲେ । ହେଲେ ୨୭ତାରିଖ ଆସିଥିବା ବନ୍ୟାରେ ସବୁ ପନିପରିବା ନଷ୍ଟ ହୋଇଗଲା । ଏକର ଏକର ଜମି ବାଲିଚର ହୋଇଯାଇଥିବାବେଳେ ଧାରକରଜ କରି ପନିପରିବା ଚାଷ କରିଥିବା ଚ।।ଷୀମାନେ ଏବେ କିପରି କରଜ ସୁଝିବେ ସେନେଇ ଚିନ୍ତାରେ ପଡି ଯାଇଛନ୍ତି । ବନ୍ୟାର ତିନିଦିନ ବିତି ଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା କୃଷି ବିଭାଗ ଓ ରାଜସ୍ୱ ବିଭାଗ ପକ୍ଷରୁ ମଧ୍ୟ କ୍ଷୟକ୍ଷତି ଆକଳନ କରାଯାଇ ନାହିଁ । ତେଣୁ ଚାଷୀମାନଙ୍କ ଭିତରେ ଅସନ୍ତୋଷ ଖେଳିଯାଇଛି । ତୁରନ୍ତ ପ୍ରଶାସନ ପକ୍ଷରୁ ଏହାର ଅନୁଧ୍ୟାନ କରାଯାଇ ଚାଷୀଙ୍କୁ କ୍ଷତିପୁରଣ ଦେବାସହିତ ବାଲିଚର ଜମିରୁ ବାଲି ନିସ୍କାସନ କରିବାର ବ୍ୟବସ୍ଥା କରାଇବା ପାଇଁ ଗାଁ ଲୋକେ ଦାବି କରିଛନ୍ତି । ରାଘବପୁର ଗ୍ରାମର ଅଜିତ କୁମାର ଜେନା ନାମକ ଜଣେ ଧାର କରଜ କରି ଚଳିତବର୍ଷ ଦୁଇଏକର ଜମିରେ ପନିପରିବା ଚାଷ କରିଥିଲଲେ । ପରିବାରର ସମସ୍ତ ଲୋକ ଲାଗିପଡିଥିଲେ ଏହି ଚାଷ କାର୍ଯ୍ୟରେ । ଭାବିଥିଲେ ଭଲ ଦୁଇପଇସା ଅମଳ ହେବ, କିନ୍ତୁ ବାତ୍ୟା ୟାସ ଦାଉସାଧିଲା । ଏହାର ପ୍ରଭାବରେ ଯେଉଁ ବନ୍ୟା ଆସିଲା ତାଙ୍କର ସବୁଚାଷକୁ ଉଜାଡିଦେଲା । ସେହିପରି ଏହି ଗ୍ରାମର ଭକ୍ତବନ୍ଧୁ ଜେନା ଚଳିତବର୍ଷ ଏକ ଏକରରୁ ଉର୍ଦ୍ଧ ଜମିରେ ପୋଟଳ, ଭେଣ୍ଡି, ଜହ୍ନି, ଛଞ୍ଚିଣା ଆଦି ପନିପରିବା ଚାଷ କରିଥିଲେ । କିନ୍ତୁ ସବୁ ବନ୍ୟାରେ ଧୋଇନେଲା , ଜ୍ୟେଷ୍ଠ ମାସରେ ଏପରି ବନ୍ୟା ପୁର୍ବରୁ କେବେ ଆସିନଥିଲା । ବନ୍ୟାରେ ଏକର ଏକର ଚାଷଜମି ବାଲିଚର ହୋଇଗଲା । ତାଙ୍କର ସବୁଚାଷ ଉଟୁଡି ଯାଇଛି ବୋଲି କହିଛନ୍ତି । ସେହିପରି ଆଇତିପୁର ଗ୍ରାମର ଅମୁଲ୍ୟ ବାରିକଙ୍କ ଅନେକ ପନିପରିବା ଚାଷ ଉଜୁଡି ଯାଇଛି । ଆଇତିପୁର ପଞ୍ଚାୟତର ଆଇତିପୁର, ରାଘବପୁର, ଅମୃତପୁର, ନୁଆଗାଁ ଆଦି ଗ୍ରାମ ଗୁଡିକ ପନି ପରିବା ଚାଷ ପାଇଁ ପ୍ରସିଦ୍ଧ । ସବୁବେଳେ ପାଣିରେ ବୁଡି ରହିବା କାରଣରୁ ଏଠାରେ ଧାନଚାଷ ସେମିତି ଭଲ ହୁଏ ନାହିଁ । ସମସ୍ତେ ପନିପରିବା ଚାଷ କରି ଘର ଓ ପରିବାର ଚଳାନ୍ତି । ଜୁଲାଇ ଅଗଷ୍ଟ ଭିତରେ ସବୁକିଛି ଚାଷ ସରିଯାଇଥାଏ । କିନ୍ତୁ ଏଥର ଅମଳ ଆରମ୍ଭରୁ ମେ ଜୁନ ମାସରେ ଏପରି ବନ୍ୟା ଆସିବ ତାହା କେବେ କେହି ଭାବି ନଥିଲେ । ଲୋକଙ୍କର ଏକର ଏକର ଚାଷଜମିର ପନିପରିବା ଚାଷ ନଷ୍ଟ ହୋଇଯାଇଥିବାରୁ ତୁରନ୍ତ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ କ୍ଷତିପୁରଣ ଦେବାକୁ ଗୋପୀନାଥ ବାରିକ, କଳାକର ଜେନା, ବିଦ୍ୟାଧର ଧଳ, ରତ୍ନାକର ଜେନା, ଅମୁଲ୍ୟ ବାରିକ, ଭକ୍ତବନ୍ଧୁ ଜେନା, ଅଜିତ କୁମାର ଜେନା, ପ୍ରଭାତ କୁମାର ଜେନା ପ୍ରମୁଖ ଗ୍ରାମବାସୀ ମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.