Home କେନ୍ଦୁଝର ବ୍ରାହ୍ମଣୀକଳା ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ବ୍ରାହ୍ମଣୀକଳା ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

72

ହାଟଡିହି- ୩୧ / ୫ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବ୍ରାହ୍ମଣୀକଳା ନୋଡାଲ ବିଦ୍ୟାଳୟର ଶିକ୍ଷକ ସୁରେନ୍ଦ୍ର କୁମାର ବେହେରା ଓ କର୍ମଚାରୀ ବାମନ ଚରଣ ବାରିକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଦ୍ୟାଳୟ ପରିଚାଳନା କମିଯିର ସଭାପତି ଶିଶିର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଦାୟ କାଳୀନ ସଭାରେ ମୁକ୍ୟ ଅତିଥି ଭାବେ ବିଇଓ ସୁରଥ କୁମାର ସାହୁ, ଏବିଇଓ ସୁରେଶ କୁମାର ଜେନା, ସିଆରସିସି ଯତିବ୍ରତ ସ୍ୱାଇଁ, ମୋ ସ୍କୁଲ ଅଭିଯାନର ସଂଯୋଜକ ନିରାକାର ନାୟକ ପ୍ରମୁଖ ଯୋଗଦେଇ ବିଦାୟୀ ଶିକ୍ଷକ ଓ କର୍ମଚାରୀଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସରକାଳୀନ ଜୀବନ ଶୁଖମ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ସହ ପୁଷ୍ପଗୁଚ୍ଛ ଅର୍ପଣ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ଶିକ୍ଷକ ରବିନ୍ଦ୍ର ରାଉତ, ନିତ୍ୟାନନ୍ଦ ଘଡେଇ, ନରହରି ଶଙ୍ଖୁଆ, ମନସ୍ୱିନୀ ବାରିକ, ରାଜକିଶୋର ସ୍ୱାଇଁ, ନିରୁପମା ପୃଷ୍ଟି, ଭାଗିରଥି କବି, ନିଶିକାନ୍ତ ବିଶ୍ୱାଳ, ସୁଧାଶୁଂ ପତି, ଶରତ ବାରିକ, ଶରତ ରାଉତ, କମଳାକାନ୍ତ ନାୟକ, ସୁରେନ୍ଦ୍ର ଦାସ, ଅନନ୍ତ ରାଉତ, ତ୍ରିଲୋଚନ ରାଉତ, ପ୍ରଶାନ୍ତ ବାରିକ, ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ସଦସ୍ୟା ମାନେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.