Home Coronavirus Outbreak ପ୍ରକୃତିର ସଂଷ୍ପର୍ଷରେ.. ଗଛ ଉପରେ ଲକ୍ ଡାଉନ୍

ପ୍ରକୃତିର ସଂଷ୍ପର୍ଷରେ.. ଗଛ ଉପରେ ଲକ୍ ଡାଉନ୍

1095

ଭୁବନେଶ୍ୱର: କରୋନା ଭାଇରସ୍ ସଂକ୍ରମଣ ବିପଦକୁ ଦୃଷ୍ଟିରେ ରଖି ଦେଶରେ ଲକ୍ ଡାଉନ୍ ଘୋଷଣା ହୋଇଛି। ବୃଦ୍ଧି ପାଉଥିବା କରୋନା ଭୂତାଣୁ ସଂକ୍ରମଣ ମାମଲାକୁ ଦୃଷ୍ଟିରେ ରଖି ପିଏମ ମୋଦୀ କ୍ରମାଗତ ଭାବରେ ଯଥା ସମ୍ଭବ ସାମାଜିକ ଦୂରତା ପାଳନ କରିବାକୁ କହୁଛନ୍ତି। ଅଳ୍ପ କିଛି ଲୋକ କଟକଣାକୁ ମାନୁ ନାହାଁନ୍ତି। କିନ୍ତୁ, ଅଧିକାଂଶ ଲୋକ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରୁଛନ୍ତି। ସାମାଜିକ ଦୂରତ୍ୱ ରକ୍ଷା କରି ନିଜକୁ ଘର ଭିତରେ ରଖି ନିଜକୁ ଭିନ୍ନ ଭିନ୍ନ ଉପାୟରେ ନିୟୋଜିତ ରଖୁଛନ୍ତି।

ଗଛ ଉପରେ ସାମାଜିକ ଦୂରତ୍ୱ –
ତେବେ, ଏ’ସବୁ ମଧ୍ୟରେ ଉତ୍ତରପ୍ରଦେଶର ଜଣେ ଯୁବକଙ୍କ କାର୍ଯ୍ୟକଳାପ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯିଏ ଲକ୍ ଡାଉନ୍ ଘୋଷଣା ଭିତରେ ସାମାଜିକ ଦୂରତା ରକ୍ଷା କରିବାକୁ ଗୁରୁତର ସହ ଅନୁସରଣ କରି ଗଛ ଉପରେ ନିଜର ଠିକଣା ତିଆରି କରିଦେଇଛନ୍ତି। ଗଛ ଉପରେ ରହୁଥିବା ବ୍ୟକ୍ତି ଜଣକ ହେଲେ ଉତ୍ତରପ୍ରଦେଶର ହାପୁର ଜିଲ୍ଲାର ମୁକୁଲ ତ୍ୟାଗି। ଯିଏ ବୃତ୍ତିରେ ଜଣେ ଓକିଲ। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ପାଳନ କରି ତୋଟା (ଛୋଟ ଜଙ୍ଗଲ) ଭିତରେ ଏକ ଗଛ ଉପରେ ନିଜ ଘର (ଭାଡ଼ି) ତିଆରି କରିଛନ୍ତି ମୁକୁଲ। ଏକ ସିଡ଼ି ସାହାଯ୍ୟରେ ସେ ଗଛ ଉପରକୁ ଚଢ଼ୁଛନ୍ତି। ମୁକୁଲଙ୍କ ପୁଅ ମଧ୍ୟ ଏହାକୁ ପାଳନ କରି କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ଗଛ ଉପରେ ରହୁଛନ୍ତି।

ନିଜକୁ ପ୍ରକୃତିର ଅତି ନିକଟତର ଅନୁଭବ କରୁଛନ୍ତି-
ଏହାକୁ ନେଇ ମୁକୁଲ ତ୍ୟାଗି କହିଛନ୍ତି, “ଡାକ୍ତର କହୁଛନ୍ତି ଯେ ଏହି ମହାମାରୀକୁ ରୋକିବା ପାଇଁ ସାମାଜିକ ଦୂରତା ହେଉଛି ଏକମାତ୍ର ଉପାୟ। ସେଥିପାଇଁ ମୁଁ ଏକାକୀ ରହିବାକୁ ଏପରି ଏକ ନିଷ୍ପତ୍ତି ନେଇଛି ଏବଂ ମୁଁ ଏହାକୁ ଉପଭୋଗ କରୁଛି। ଏଠାରେ ମୋର କୋୖଣସି ଅସୁବିଧା ନାହିଁ। ଏଠି ମୁଁ ନିଜକୁ ପ୍ରକୃତିର ଅତି ନିକଟତର ମନେ କରୁଛି।” ଗଛ ଘର (ଭାଡ଼ି) ଉପରେ ରହିବା ବେଳେ ମୁକୁଲ ଶୀତତାପ ନିୟନ୍ତ୍ରିତ ବାୟୁ ପାଇବା ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ବିଭିନ୍ନ ପୁସ୍ତକ ବିଶେଷ କରି ଧାର୍ମିକ ପୁସ୍ତକ ପଢ଼ିବା, ଖାଇବା, ପିଇବା ଏବଂ ଶୋଇବା ଆଦି ପ୍ରାୟ କାମ ସେ ଗଛ ଉପରେ କରୁଛନ୍ତି। /-ଦେବଦତ୍ତ ରଥ

କରୋନା କାରଣରୁ ଦାରିଦ୍ର‌୍ୟରେ ବୁଡ଼ିଯିବେ ବିଶ୍ୱର ୨୭୦ କୋଟି ଏବଂ ଭାରତର ୪୦ କୋଟି ଲୋକ ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.