Home Coronavirus Outbreak ଭଲ ଖବର : ଓଡ଼ିଶାରେ ପଜିଟିଭ୍‌ ଚିହ୍ନଟ ହୋଇଥିବା ୮୦% ଆକ୍ରାନ୍ତ, ଲକ୍ଷଣମୁକ୍ତ : ଶାଳିନୀ...

ଭଲ ଖବର : ଓଡ଼ିଶାରେ ପଜିଟିଭ୍‌ ଚିହ୍ନଟ ହୋଇଥିବା ୮୦% ଆକ୍ରାନ୍ତ, ଲକ୍ଷଣମୁକ୍ତ : ଶାଳିନୀ ପଣ୍ଡିତ

1236

ଭୁବନେଶ୍ୱର୧୧ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କରୋନା ଭାଇରସ ସଂକ୍ରମଣ ସନ୍ଦେହରେ ଓଡ଼ିଶାର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୩୫ ଜଣ ଆକ୍ରାନ୍ତଙ୍କ ଠାରେ ରୋଗର କୈାଣସି ଲକ୍ଷଣ ଦେଖାଯାଇନଥିବା ଜଣାପଡିଛି। ଏବେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୩୭ ଜଣ ସକ୍ରିୟ ରୋଗୀଙ୍କ ମଧ୍ୟରୁ ୨ ଜଣଙ୍କୁ କେବଳ ଡାକ୍ତରୀ ଚିକିତ୍ସାର ଆବଶ୍ୟକତା ରହିଛି। ଏମାନେ ଖୁବ ଶୀଘ୍ର ସୁସ୍ଥ ହୋଇ ଯିବେ ବୋଲି ଆମେ ଅ‌ାଶା କରୁଛୁ ବୋଲି ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ।

ଆଜି ଭୁବନେଶ୍ବର ଗୀତଗୋବିନ୍ଦ ସଦନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ପଣ୍ଡିତ କହିଛନ୍ତି, ଓଡ଼ିଶାର ୮୦ ପ୍ରତିଶତ କରୋନା ଆକ୍ରାନ୍ତଙ୍କ ଠାରେ କରୋନା ଲକ୍ଷଣ ନାହିଁ। ସୁରକ୍ଷା ପାଇଁ ଆମେ ସେମାନଙ୍କୁ ହସ୍ପିଟାଲରେ ରଖିଛୁ। ଏମାନେ ହସ୍ପିଟାଲରେ ରହିବା ଦ୍ୱାରା ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିବ ନାହିଁ। ଏବେ ଏମାନଙ୍କ ଠାରେ କାଶ, ଛିଙ୍କ ଆଦି କୌଣସି ଲକ୍ଷଣ ନାହିଁ। କିଛି ରୋଗୀ ଖୁବ ଶୀଘ୍ର କୋଭିଡ ହସ୍ପିଟାଲରୁ ଡିସଚାର୍ଜ ହୋଇଯିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.