Home ଜିଲ୍ଲା ପରିକ୍ରମା ଭଦ୍ରକ ବ୍ଲକ୍ ଚଣ୍ଡିଗାଁ ସମବାୟ ସମିତିରେ ଚିନ୍ମୟ ନାୟକଙ୍କ ସ୍ମୃତିରେ ବିଶାଳ ରକ୍ତଦାନ ଶିବିର ଓ...

ଭଦ୍ରକ ବ୍ଲକ୍ ଚଣ୍ଡିଗାଁ ସମବାୟ ସମିତିରେ ଚିନ୍ମୟ ନାୟକଙ୍କ ସ୍ମୃତିରେ ବିଶାଳ ରକ୍ତଦାନ ଶିବିର ଓ ବୃକ୍ଷରୋପଣ; ୪୦ ୟୁନିଟ୍ ରକ୍ତ ସଂଗୃହୀତ

0

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସମାଜସେବା ଓ ପରିବେଶ ସୁରକ୍ଷାର ଏକ ନିଆରା ଉଦାହରଣ ସୃଷ୍ଟି କରି ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଚଣ୍ଡିଗାଁ ସେବା ସମବାୟ ସମିତି ପରିସରରେ ସ୍ୱର୍ଗତ ଚିନ୍ମୟ ନାୟକ (ଭିକି)ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ବିଶାଳ ରକ୍ତଦାନ ଶିବିର ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଞ୍ଚଳର ଅଗ୍ରଣୀ ଯୁବକ ଓ ସ୍ୱେଚ୍ଛାସେବୀମାନଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ମହତ କାର୍ଯ୍ୟକ୍ରମରେ ମୋଟ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯିବା ସହ ସମିତି ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଭଦ୍ରକ ବ୍ଲକ୍ ଚେୟାରମେନ ଉର୍ମିଳା ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ରକ୍ତଦାନ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦ୍‌?ଘାଟନ କରିଥିଲେ। ସେ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ଏଭଳି ମହତ ପ୍ରୟାସକୁ ପ୍ରଶଂସା କରିଥିଲେ। ଏହି ଅବସରରେ ସମବାୟ ସମିତିର ସଭାପତି ବିକାଶ ମହାନ୍ତି, ସମ୍ପାଦକ ବିଭୂତି ଭୂଷଣ ନାୟକ, ତପନ କୁମାର ନାୟକ, ଡି.ଇ.ଓ (ଊଋଙ) ସଞ୍ଜୀବ ପରିଡ଼ା, ଶତ୍ରୁଘ୍ନ ସାହୁ ଏବଂ ଜଗବନ୍ଧୁ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହ ଶିବିରର ସୁପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।”ରକ୍ତଦାନ ମହାପୁଣ୍ୟ’ ଓ “ସବୁଜ ସୁନ୍ଦର ପରିବେଶ’ ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବପିଢ଼ିଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ଯୁବକ ଓ ସ୍ଥାନୀୟ ବାସିନ୍ଦା ସ୍ୱେଚ୍ଛାକୃତ ଭାବେ ଆଗେଇ ଆସି ରକ୍ତଦାନ କରିଥିଲେ। ସ୍ୱର୍ଗତ ଚିନ୍ମୟ ନାୟକଙ୍କ ଅମର ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ଆୟୋଜକମାନଙ୍କର ଏଭଳି ଜନମଙ୍ଗଳକାରୀ ଓ ପରିବେଶ ହିତକର ପଦକ୍ଷେପକୁ ସମଗ୍ର ଅଞ୍ଚଳରେ ଭୂୟସୀ ପ୍ରଶଂସା କରାଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.