ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଲକ ପୁରୁଷଣ୍ଢ ସେବା ସମବାୟ ସମିତି ପକ୍ଷରୁ ବାଲିପୋଖରୀ ଠାରେ ଋଣ ମେଳା ଓ ନୂତନ ସଭ୍ୟ ସଂଗ୍ରହ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ମେଳାରେ ସମିତି ସଭାପତି ପ୍ରଶାନ୍ତ ଦାଶ,ସମ୍ପାଦକ ରାଜେନ୍ଦ୍ର ବେଜ, ଚାରିଗାଁ ସମିତି ସଭ୍ୟ ଧରଣୀଧର କର,ପୂର୍ବତନ ସରପଂଚ ବନମାଳୀ ବେହେରା,ବୋର୍ଡ଼ ସଭ୍ୟ ବାବୁରାମ ମଲ୍ଲିକ,ଧିରେନ୍ଦ୍ର ଭୋଳ,ବୈକୁଣ୍ଠ ଦାସ,ଜିତେନ୍ଦ୍ର ବେହେରା,ବିଷ୍ଣୁ ସାହୁ, ପୂର୍ବତନ ସମିତି ସଭ୍ୟ ରାମଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇଥିଲେ। ମେଳାରେ ଶତାଧିକ ଚାଷି ଯୋଗ ଦେଇଥିବା ବେଳେ କିପରି ବିନା ଓ କମ ସୁଧରେ ଋୁଣ ନେଇ ଉପକୃତ ହୋଇପାରିବେ ସେ ନେଇ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ବୁଝା ଯାଇଥିଲା। ଏଥି ସହ ସମିତିରେ ସହଜ ଧାନ ବିକ୍ରି ଓ ନୂତନ ସଭ୍ୟ ହେବା ନେଇ ପରାମର୍ଶ ଦିଆଯାଇଥିଲା।








