Home ଜିଲ୍ଲା ପରିକ୍ରମା ପୁଲିସ ଚଢ଼ାଉରୁ ମଦ ଜବତ,ଦୁଇ ଅଟକ

ପୁଲିସ ଚଢ଼ାଉରୁ ମଦ ଜବତ,ଦୁଇ ଅଟକ

1

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧୂଷୁରୀ ଥାନା ପକ୍ଷରୁ ବୁଧବାର ରାତିରେ ଧାମନଗର ବ୍ଲକର ପନ୍ଦରବାଟିଆ ଏବଂ ବେତାଳିଗାଁରେ ଚଢ଼ାଉ କରାଯାଇଛି।ଚଢ଼ାଉ ବେଳେ ପୁଲିସ ଦୁଇଟି ସ୍ଥାନରୁ ପ୍ରାୟ ୨୦ ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରିଛି।ଆଜି ସନ୍ଧ୍ୟାରେ ଧୂଷୁରୀ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେଙ୍କ ନିର୍ଦେଶ କ୍ରମେ ପୁଲିସ ଟିମ ପନ୍ଦରବାଟିଆରେ ଚଢ଼ାଉ କରି ୧୦ ଲିଟର ଦେଶୀ ଆସ୍କା ଏବଂ ୫ ଲିଟର ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ ଧରିବାକୁ ସକ୍ଷମ ହୋଇଛି।ମୁଖ୍ୟ ଅଭିଯୁକ୍ତ ଚୋରା ମଦ ବେପାରୀ ଖସି ଯାଇଥିଲା ବେଳେ ତାର ସହଯୋଗୀକୁ ଧରି ଥାନାକୁ ନେଇ ଅଟକ ରଖିଛି।ସେହିପରି ବେତାଳିଗାଁରୁ ଚୋରାରେ ମଦ ବିକ୍ରି କରୁଥିବା ବୀର ମଳିକ ନିକଟରୁ ୨ ଲିଟର ଲେଖାଏଁ ବିଦେଶୀ ଓ ଦେଶୀ ମଦ ଜବତ କରାଯାଇଛି।ଅଭିଯୁକ୍ତ ବୀରକୁ ଥାନାରେ ଅଟକ ରଖାଯାଇଛି ବୋଲି ଜଣାଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.