Home ଜିଲ୍ଲା ପରିକ୍ରମା ତ୍ରିଶକ୍ତିି ୟୁଥ କ୍ଲବର ରାସ ଉତ୍ସବ

ତ୍ରିଶକ୍ତିି ୟୁଥ କ୍ଲବର ରାସ ଉତ୍ସବ

0

ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ପଂଚାୟତ ତ୍ରିଶକ୍ତି କ୍ଲବ ଆନୁକୁଲ୍ୟାରେ ୨୧ତମ ରାସ ପୂର୍ଣ୍ଣମା ଉତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଓଲଡ଼ାଙ୍ଗ,ପନ୍ଦାଡୋ ଓ ବାଲିଆ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଉତ୍ସବ ପାଂଚ ଦିନ ବ୍ୟାପି ପାଳନ କରାଯାଉଛି। ଗ୍ରାମବାସୀ ପ୍ରତି ସନ୍ଧ୍ୟାରେ ସଭା,ପ୍ରତିଭା ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନ ଭରି ଉପଭୋଗ କରୁଛନ୍ତି। ଗତକାଲି ମଙ୍ଗଳବାର ସନ୍ଧ୍ୟାରେ ସଭାକୁ ଗ୍ରାମର ମୁରବୀ ସୁରେନ୍ଦ୍ର କୁମାର ଜେନା ଉଦ୍‌ଘାଟନ କରିଥିଲେ। ଏଥିରେ ଜୟନ୍ତ କୁମାର ପ୍ରଧାନ,କାଶିନାଥ ପାତ୍ର,ଗଣେଷ କୁମାର ଭୂୟାଁ,କାହ୍ନୁ ଚରଣ ଜେନା,ରବିନାରାୟଣ ସାହୁ ପ୍ରମୁଖ ଯୋଗଦେଇ କ୍ଲବର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ। ବିକାଶ କୁମାର ସାହୁ,ନିହାର ରଞ୍ଜନ ସାହୁ,ସୁଧାଂଶୁ ଭୂୟାଁ,ସାଇ ସୂରୁପା ଦାଶ,ନିତ୍ୟାନନ୍ଦ ସାହୁ,ତାପସ ବାରିକ,ପ୍ରଦିପ ପଣ୍ଡା,ପଙ୍କଜ ପ୍ରଧାନ,ଉମେସ ଜେନା,ସୁବ୍ରତ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସଂଚାର ନୃତ୍ୟାନୁଷ୍ଠାନ ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.