Home କେନ୍ଦୁଝର ସାଳନ୍ଦିରେ ବୁଡିଯିବାବେଳେ ଦମକଳ ବିଭାଗ ଦ୍ୱାରା ଉଦ୍ଧାର

ସାଳନ୍ଦିରେ ବୁଡିଯିବାବେଳେ ଦମକଳ ବିଭାଗ ଦ୍ୱାରା ଉଦ୍ଧାର

287

ହାଟଡ଼ିହି-୧୧/୪, ସାଳନ୍ଦୀ ନଦୀର ବଦ୍ଧଗଡିଆ ଘାଟରେ ଗାଧୋଇବା ସମୟରେ ଜଣେ ବ୍ୟକ୍ତି ବୁଡି ଯାଉଥିବାବେଳେ ହାଟଡିହି ଦମକଳ ବିଭାଗର କର୍ମଚାରୀମାନେ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜୀବନ ରକ୍ଷା କରିପାରି ଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ବଦ୍ଧଗଡିଆ ଗ୍ରାମର ରଞ୍ଜିତ କୁମାର ପଣ୍ଡା (୩୫) ନାମକ ଜଣେ ବ୍ୟକ୍ତି ଗତକାଲି ନିକଟସ୍ଥ ସାଳନ୍ଦୀ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ହଠାତ ତାଙ୍କ ଗୋଡ ଚୋରାବାଲିରେ ଖସିଯାଇଥିଲା । ସେ ବହୁ ଉଦ୍ୟମକରି ଉଠିଥିଲେବି ଆଉ ବାହାରକୁ ଆସିପାରି ନଥିଲେ । ନଦୀ ଭିତରେ ଥିବା ଏକ ଖୁଣ୍ଟା ଗଛମୁଳକୁ ଧରି ସେ ଅକାତକାତ ପାଣି ଭିତରେ ରହି ପାଟିକରି ଡାକ ପକାଇଥିଲେ । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର ହାବିଲଦାର ସୁରେଶ କୁମାର ଜେନାଙ୍କ ନେତୃତ୍ୱରେ ଯାଇଥିବା ଭାବଗ୍ରାହୀ ବେହେରା, ମହିମା ଦଳେଇ, ଦୀପକ ଲେଙ୍କା, ମାନଭଞ୍ଜନ ସାହୁ ପ୍ରମୁଖ କର୍ମଚାରୀମାନେ ଲାଇଫ ଜ୍ୟାକେଟ ସାହାଯ୍ୟରେ ଉକ୍ତ ବ୍ୟକ୍ତିଙ୍କୁ ନଦୀରୁ ଉଦ୍ଧାର କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.