ଭଦ୍ରକ, ୨୫ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଦ୍ରକ ଆଗରପଡ଼ା ସମ୍ମିଳନୀ କକ୍ଷରେ ନବାଗତ ଛାତ୍ର ଛାତ୍ରୀଙ୍କ ଉଦେଶ୍ୟରେ ପ୍ରଶିକ୍ଷଣ ପ୍ରାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଡ଼ାଏଟ ଅଧ୍ୟକ୍ଷ ସନ୍ତୋଷ କୁମାର ପରିଡ଼ା ସଭାକୁ ଅଧ୍ୟକ୍ଷତା କରି କହିଲେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ଜନ୍ମ ମାଟି ଗୌରବଗାଥାର ମୁକ ସାକ୍ଷୀ ପ୍ରଶିକ୍ଷଣ ପ୍ରତିଷ୍ଠାନର ଉନ୍ନତି ସହ ଗୁରୁ ଛାତ୍ର ଛାତ୍ରୀ ମାନେ ଏକବିଂଶ ଶତାଦ୍ଧୀର ଭାଗ୍ୟନିର୍ମାତ ନିଜକୁ ସମର୍ପିତ ହେବାକୁ ପ୍ରେରଣା ଦେଇଥିଲେ। ଅଧ୍ୟାପକ ଭବାନୀ ଶଙ୍କର ଦାସ,ନିର୍ମଳ ଚନ୍ଦ୍ର ସେଠୀ,କିରଣ କୁମାର ପ୍ରଧାନ,ଡ଼ ବିଜୟିନୀ ମହାପାତ୍ର,ଡ଼ ରେଖା ମିଶ୍ର,ବିଜୟିନୀ ସ୍ୱାଇଁ,ମଧୁସ୍ମିତା ତ୍ରିପାଠୀ,ପଦ୍ମିନୀ ବେହେରା,ତୃପ୍ତିମୟୀ ମିଶ୍ର ସୁ ସଙ୍ଗଠିତ ଶୈକ୍ଷିକ ଓ ସହ ଶୈକ୍ଷିକ ସ୍ତରରେ ପ୍ରଶିକ୍ଷାର୍ଥୀଙ୍କ ସଫଳତା ଉପରେ ମତ ରଖି ଶିକ୍ଷା ହେଉଛି ବ୍ୟକ୍ତି ଆଚରଣ ଓ ବ୍ୟବହାରର ପରିବର୍ତନ ବୋଲି କହିଥିଲେ। ବରିଷ୍ଠ ପ୍ରଶିକ୍ଷକ ଡ଼ ପ୍ରଦୀପ କୁମାର ନାୟକଙ୍କ ତତ୍ୱାବଧାନରେ ଗୁରୁଛାତ୍ର ମୃତ୍ୟୁଞ୍ଜୟ ସାହୁ ଓ ସଂକଳ୍ପ ବେହେରା ମଂଚ ସଂଯୋଜନା କରିଥିଲେ। ଏହି ଅବସରରେ ପ୍ରତିଷ୍ଠାନର ନୂତନ ଅଧ୍ୟକ୍ଷ ଶ୍ରୀ ପରିଡ଼ା ଓ ବରିଷ୍ଠ ପ୍ରଶିକ୍ଷକ ପୂର୍ଣ୍ଣେନ୍ଦୁ କୁମାର ଗିରିଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଗୁରୁ ଛାତ୍ରୀ ତପସ୍ୱିନୀ ଗିରି ଓ ସ୍ମୃତିରେଖା ପଲେଇ ସ୍ୱାଗତ ନୃତ୍ୟ,୨ୟ ବର୍ଷର ଗୁରୁ ଛାତ୍ରୀ ଜେ.ଜ୍ୟୋତି ଦାସ ଓ ଶୁଭଦ୍ରା ବେଜ ସ୍ୱାଗତ ସଙ୍ଗୀତ ଗାଇଥିଲେ। କାର୍ଯ୍ୟକ୍ରମରେ ନବାଗତ ଗୁରୁ ଛାତ୍ର ଛାତ୍ରୀଙ୍କୁ ଉପହାର ପ୍ରଦାନ ପୂର୍ବକ ସ୍ୱାଗତ କରାଯାଇଥିଲା। ଛାତ୍ର ଛାତ୍ରୀ ସାଇକ୍ରିଷ୍ଣା ରାଉଳ,ଚନ୍ଦ୍ରାୟ ହେମ୍ବ୍ରମ୍,କଳ୍ପତରୁ ବାରିକ,ପ୍ରଭାତୀ ପାଣିଗ୍ରାହୀ ନିଜ ନିଜର ଶିକ୍ଷଣ ଅନୁଭୂତି ରଖିଥିଲେ। କାର୍ଯ୍ୟକ୍ରମକୁ କର୍ମକର୍ତା ରାଜୀବ କୁମାର ରାୟଗୁରୁ, ନାରାୟଣ ପ୍ରସାଦ ନାୟକ,ଗଣେଶ ପ୍ରସାଦ ପାଣି,ପ୍ରତାପ କୁମାର ପଣ୍ଡା,ମାନସ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।








