Home ଜାତୀୟ ପୁନେରେ ଏମ୍‌ଜିଏନ୍‌ଏଲ୍ କୋର୍ପୋରେଟ୍ କାର୍ଯ୍ୟାଳୟର ଶିଳାନ୍ୟାସ ଓ ୫ ସିଏନ୍‌ଜି ଷ୍ଟେସନ ଉଦ୍‌ଘାଟିତ

ପୁନେରେ ଏମ୍‌ଜିଏନ୍‌ଏଲ୍ କୋର୍ପୋରେଟ୍ କାର୍ଯ୍ୟାଳୟର ଶିଳାନ୍ୟାସ ଓ ୫ ସିଏନ୍‌ଜି ଷ୍ଟେସନ ଉଦ୍‌ଘାଟିତ

96

ସ୍ୱଚ୍ଛ ଇନ୍ଧନ ପ୍ରଦାନ କରି ପୁନେର ବିକାଶ କରିବା ଆମର ଦାୟିତ୍ୱ – ଧର୍ମେନ୍ଦ୍ର ପ୍ରଧାନ
ପୁନେ/ଭୁବନେଶ୍ୱର, ଡିସେମ୍ବର ୨୮ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ସ୍ୱଚ୍ଛ ଇନ୍ଧନ ପହଁଚାଇ ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ଆମର ଲକ୍ଷ୍ୟ ରହିଛି। ସେହିଭଳି ସ୍ୱଚ୍ଛ ଇନ୍ଧନ ପ୍ରଦାନ କରି ପୁନେର ବିକାଶ କରିବା ଆମର ଦାୟିତ୍ୱ ବୋଲି ଶନିବାର ପୁନେ ବେଲୱାଡି ଠାରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ ଲିମିଟେଡ୍‌(ଏମଜିଏନଏଲ)ର କୋର୍ପୋରେଟ୍ କାର୍ଯ୍ୟାଳୟ ଏବଂ ଜେଟଗାଁଓ ଠାରେ ୫ ସିଏନଜି ଷ୍ଟେସନର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ସାରା ମହାରାଷ୍ଟ୍ର ଏବଂ ଭାରତରେ ପ୍ରାକୃତିକ ଗ୍ୟାସର ହାରକୁ ବଢାଇବା ଦିଗରେ ଭାରତ ସରକାର ଅଧିକ ଧ୍ୟାନ ଦେଉଛନ୍ତି। ଉର୍ଜା କମ୍ପାନୀମାନେ ମଧ୍ୟ ପ୍ରାକୃତିକ ଗ୍ୟାସର ବିକାଶ କରି ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ପାଇଁ ବଢିବାର ଆବଶ୍ୟକତା ରହିଛି। ଫଳରେ ଲୋକଙ୍କ ପାଖରେ ସୁଲଭ ଏବଂ ସ୍ୱଚ୍ଛ ଇନ୍ଧନ ଭାରତବର୍ଷର ଲୋକଙ୍କୁ ମିଳିପାରିବ ଓ ଏହାଦ୍ୱାରା ଦେଶରେ ନିଯୁକ୍ତି ଏବଂ ଉଦ୍ୟୋଗୀ କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବ।

ଶୁଭାରମ୍ଭ ଓ ଶିଳାନ୍ୟାସ ହୋଇଥିବା ପ୍ରକଳ୍ପ ଗୁଡିକ ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ସହାୟକ ହେବ ା ଦେଶରେ ସ୍ୱଚ୍ଛ ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ମୋଦି ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଯଦ୍ୱାରା ଆଗାମୀ ଦିନରେ ସାଧାରଣ ଲୋକଙ୍କ ଜୈବନଶୈଳିରେ ଉନ୍ନତି ଆସିବ ବୋଲି ସେ କହିଛନ୍ତି।

ପ୍ରାକୃତିକ ଗ୍ୟାସ ସିଏନ୍‌ଜି ଶସ୍ତା, ସୁବିଧାଜନକ ଓ ପରିବେଶ ସନ୍ତୁଳନ। କେନ୍ଦ୍ର ସରକାର ଦେଶରେ ସ୍ୱଚ୍ଛ ଇନ୍ଧନ ଉପଲବ୍ଧ କରି ସାରା ଦେଶକୁ ସବୁଜ ବଳୟ କରିବାର କାମ ଦ୍ରୁତ ଗତିରେ କରିବାର ଲକ୍ଷ୍ୟ ରଖିଛନ୍ତି। ଜୈବ ଇନ୍ଧନ ଓ ଜୈବ-ସିଏନଜି ତିଆରି କରିବା ଦିଗରେ ଆମେ ଅଗ୍ରସର ହେଉଛୁ। ସହରାଂଚଳର ବର୍ଜ୍ୟବସ୍ତୁରୁ ଜୈବଇନ୍ଧନ ତିଆରି କରିବାର କାମ ପୁନେ ସହରରୁ ଉଦ୍ୟମ କରାଯାଉଥିବା ବେଳେ ଏହି ପଦକ୍ଷେପ ପୁନେର କୃଷକଙ୍କୁ ଲାଭ ଦେବ ଓ ପୁନେ ଅର୍ଥନୀତିର ବିକାଶ କରିବ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଡୋର୍ ଟୁ ଡୋର୍ ପେଟ୍ରୋଲ ଏବଂ ଡିଜେଲ ପହଁଚାଇବା ଦିଗରେ ଆହୁରି କାର୍ଯ୍ୟ କରିବାର ଅବଶ୍ୟକତା ରହିଛି। ଆଗାମୀ ଦିନରେ ଏମଜିଏନଏଲ ଆହୁରି ଅଧିକ ସିଏନଜି ଷ୍ଟେସନ ସ୍ଥାପନ କରିବା ସହ ଏବଂ ପୁନେକୁ ଅତ୍ୟାଧୁନିକ ଏବଂ ଉତମ ସୁବିଧା ପ୍ରଦାନ କରିବାରେ ଆଗଧାଡିରେ ରହୁ। ଶ୍ରୀ ପ୍ରଧାନ କହିଛନ୍ତି ଯେ ନିକଟରେ ଇନ୍ଦ୍ରପ୍ରସ୍ଥ ଗ୍ୟାସ କମ୍ପାନୀ ଦ୍ୱାରା ଦୂରଗାମୀ ସିଏନ୍‌ଜି ବସର ଶୁଭାରମ୍ଭ ହୋଇଛି। ଉକ୍ତ ବସରେ ବ୍ୟବହୃତ ସିଏନ୍‌ଜି ସିଲିଣ୍ଡରରେ ଥରେ ମାତ୍ର ସିଏନ୍‌ଜି ଭରିଲେ ଗ୍ୟାସଟି ୧ ହଜାର କିମି ପର୍ଯ୍ୟନ୍ତ ଯିବାର ସକ୍ଷମ ରଖିଛି। ଯାହା ସ୍ୱଚ୍ଛ ଇନ୍ଧନ ଦିଗରେ ବଡ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.