Home କେନ୍ଦ୍ରାପଡ଼ା ନୃସିଂହ ଟିକିରି ମଠରେ ଝୁଲଣ ଯାତ୍ରା

ନୃସିଂହ ଟିକିରି ମଠରେ ଝୁଲଣ ଯାତ୍ରା

20

କେନ୍ଦ୍ରାପଡ଼ା, ୧୩ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ନୃସିଂହ ଟିକିରି ମଠରେ ଝୁଲଣଯାତ୍ରା ସମାପନ ହୋଇଯାଇଛି। ଗତ ୮ତାରିଖରୁ ଆରମ୍ଭ ହୋଇଥିବା ଝୁଲଣ ଯାତ୍ରା ପବିତ୍ର ଗହ୍ମାପୂର୍ଣ୍ଣୀମାରେ ସମାପନ ହୋଇଛି। ପ୍ରତ୍ୟେକ ସନ୍ଧ୍ୟାରେ ଭଜନ ସହିତ କୃଷ୍ଣକଥା ସତସଙ୍ଗ ଅନୁଷ୍ଠିତ ହୋଇଥିଲା। ଏହି ଝୁଲଣ ଦର୍ଶନ ନିମନ୍ତେ ଆଖପାଖ ଅଞ୍ଚଳର ଗ୍ରାମ ଗୁଡିକରୁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କର ସମାଗମ ହୋଇଥିଲା। ମଠାଧୀଶ ବାବାଜୀ ହୃଷିକେଶ ଦାସ ମହାରାଜଙ୍କ ସମେତ ଅନ୍ତେବାସୀମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.