Home ଓଡ଼ିଶା ଦେଶର ପ୍ରଥମ ମତ୍ସ୍ୟ ବ୍ୟବସାୟୀକ ଔଦ୍ୟଗିକ ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ

ଦେଶର ପ୍ରଥମ ମତ୍ସ୍ୟ ବ୍ୟବସାୟୀକ ଔଦ୍ୟଗିକ ପ୍ରଶିକ୍ଷଣ କେନ୍ଦ୍ରର ଶୁଭାରମ୍ଭ

18

ନୂଆ ଦିଲ୍ଲୀ ୧୮ -୧୧ (ଓଡ଼ିଆ ପୁଅ) ଗୁରଗାଁଓ, ହରିୟନା- କେନ୍ଦ୍ର ମନ୍ତ୍ରୀ ମତ୍ସ୍ୟ, ପଶୁ ସମ୍ପଦ, ଓ ଦୁଗ୍ଧ ଉତ୍ପାଦନ, ଶ୍ରୀଯୁକ୍ତ ପରଷୋତ୍ତମ ରୂପାଲା ମଙ୍ଗଳବାର ଦିନ ତିନି କୋଟି ତେଇଶ ଲକ୍ଷ୍ୟ ଟଙ୍କା ବିନିଯୋଗରେ ନିର୍ମିତ ଦେଶର ପ୍ରଥମ ସମ୍ପୂର୍ଣ ରୂପେ ଉତ୍ସର୍ଗୀକୃତ ମତ୍ସ୍ୟ ବ୍ୟବସାୟୀକ ଔଦ୍ୟଗିକ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି। LINAC- NCDC Fisheries Business Incubation Centre (LlFlC) ନାମରେ ନାମିତ ଏହି କେନ୍ଦ୍ରର ମୁଖ୍ୟ ଉଦେଶ୍ୟ ହେଉଛି ପ୍ରକୃତ ବଜାରଭିତ୍ତିକ ପରିବେଶରେ ମତ୍ସ୍ୟ କ୍ଷେତ୍ରରେ ଆତ୍ମନିଭରଶୀଳ ହେବାର ଲକ୍ଷ୍ୟ ନେଇ ନୂତନ ଭାବେ ଆରମ୍ଭ ହେଉଥିବା ଉଦ୍ୟୋଗକୁ ଆବଶ୍ୟକୀୟ ଦିଗଦର୍ଶନ ଓ ସହାୟତା ପ୍ରଦାନ କରିବା।

ଏହି ଅବସରରେ ମନ୍ତ୍ରୀ ରୂପଲା ପ୍ରକାଶ କରିଥିଲେଯେ ଗତ ବର୍ଷ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରକମଳରେ ଶୁଭାରମ୍ଭ ହୋଇଥିବା ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ମତ୍ସ୍ୟ ସମ୍ପଦର ବିକାଶ ପାଇଁ ଆଗାମୀ ଦିନରେ କେନ୍ଦ୍ର ‘ମାଇଲ ଖୁଣ୍ଟ ‘ଭାବରେ କାର୍ଯ୍ୟ କରିବ। ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ମତ୍ସ୍ୟ ସମ୍ପଦର ବିକାଶକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଏହି ବ୍ୟବସାୟୀକ ଔଦ୍ୟଗିକ କେନ୍ଦ୍ର ମତ୍ସ୍ୟ ଉଦ୍ୟୋଗୀ ମାନଙ୍କୁ ସମସ୍ତ ଅବଶ୍ୟକୀୟ ଦିଗଦର୍ଶନ ଯଥା ;- ପ୍ରଶିକ୍ଷଣ, ଔଦ୍ୟଗିକ ଚିନ୍ତାଧାରାକୁ ସଫଳ ବ୍ୟବସାୟୀକ ଉଦ୍ୟୋଗରେ ପରିବର୍ତ୍ତନ କରିବା ଏବଂ ବର୍ତ୍ତମାନର ଓ ନୂତନ ମତ୍ସ୍ୟ ଉଦ୍ୟୋଗୀ ଯେଉଁ ମାନେ ଏହି କ୍ଷେତ୍ରରେ ବଡ ସଫଳତା ଆଣିବା ପାଇଁ ଆଗ୍ରହୀ, ସେମାନଙ୍କୁ ବ୍ୟବସାୟରେ ନିବେଶ ପାଇଁ ଆବଶ୍ୟକୀୟ ପୁଞ୍ଜି ପ୍ରଦାନ କରିବା ବ୍ୟବସ୍ତା ଆଦି ପ୍ରଦାନ କରାଯିବ

ପ୍ରାରମ୍ଭରୁ, ଏହି ଯୋଜନା କାର୍ଯ୍ୟକାରି ସଂସ୍ଥା ଯଥା ଜାତୀୟ ସମବାୟ ଉନ୍ନୟନ ନିଗମ, ବିହାର, ହିମାଚଳ ପ୍ରଦେଶ, ଗୁଜୁରାଟ ଓ ମହରାଷ୍ଟ୍ର ପ୍ରଦେଶର ପ୍ରଥମ ଗୋଷ୍ଠୀର ଦଶ ଜଣ ଉଦ୍ୟୋଗୀ ମାନଙ୍କୁ ଚୟନ କରିଛି। ସେମାନଙ୍କ ମଧ୍ୟରୁ, ଛଅ ଜଣ ହେଉଛନ୍ତି ପ୍ରଧାନ ମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଅନୁଦାନ ପାଇଥିବା ନୂତନ ଭାବେ ଗଠନ କରାଯାଇଥିବା ମତ୍ସ୍ୟ ଚାଷୀ ଉତ୍ପାଦକ ସଂଘ।

ଦୁଗ୍ଧ ଉତ୍ପାଦକ କ୍ଷେତ୍ର ଠାରୁ ସାମାନ୍ୟ ଭିନ୍ନ ହୋଇ, ମତ୍ସ୍ୟ କ୍ଷେତ୍ରରେ ସମବାୟ ସମିତିମାନେ ଏ ପର‌୍ୟ୍ୟନ୍ତ ସେମାନଙ୍କ ଉପସ୍ଥିତି ପ୍ରତିପାଦିତ କରିପାରିନାହାନ୍ତି। ସେଥିପାଇଁ, ମାନ୍ୟବର ପ୍ରଧାନ ମନ୍ତ୍ରୀଙ୍କ ଦୁରଦୃଷ୍ଠୀ – “ଆତ୍ମନିର୍ଭର ଭାରତ” ଯୋଜନାକୁ ସାକାର କରି ମତ୍ସ୍ୟ ସହିତ ଅନ୍ୟ ସମସ୍ତ କ୍ଷେତ୍ରର ସମବାୟଗୁଡିକୁ ଆବଶ୍ୟକୀୟ ପ୍ରାଧାନ୍ୟ ପ୍ରଦାନ କରିବା ଲକ୍ଷ୍ୟ ରଖି ସ୍ଵତନ୍ତ୍ର ଭାବେ ସମବାୟ ମନ୍ତ୍ରାଳୟ ଗଠନ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ କରିଥିଜେ ଯେ ଆହୁରି ମଧ୍ୟ, ଏହା ଲକ୍ଷ୍ୟ ରଖି ଆମେ ଅତି ଶୀଘ୍ର ଏକ ସ୍ଵତନ୍ତ୍ର ଅଭିଯାନ ହାତକୁ ନେଉଛୁ ଯେପରି କିଶାନ କ୍ରେଡିଟ କାର୍ଡ ଢାଞ୍ଚାରେ ମତ୍ସ୍ୟଚାଷୀ ମାନଙ୍କୁ ଓ ପଶୁ ସମ୍ପଦ ସହିତ ଜଡିତ ଯେଉଁ ମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କୁ ମଧ୍ୟ କ୍ରେଡିଟ କାର୍ଡ ପ୍ରଦାନ କରାଯିବ।

ମାନ୍ୟବର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ମତ୍ସ୍ୟ, ପଶୁ ସମ୍ପଦ ଓ ଦୁଗ୍ଧ ଉତ୍ପାଦନ ଡାଃ ଏଲ ॰ ମୁରଗାନ କହିଥିଲେ ଯେ ମତ୍ସ୍ୟ କ୍ଷେତ୍ର କେବଳ ସାଧାରଣ ଭାବେ ବ୍ୟବସାୟ ନ କରି ମତ୍ସ୍ୟଜୀବୀ ଓ ଏଥିରେ ଜଡିତ ସମସ୍ତ ଭାଗୀଦାରୀ ମାନଙ୍କ ଆୟ କିପରି ଭାବରେ ବୃଦ୍ଧି ହେବ, ସେ ଦିଗରେ କେନ୍ଦ୍ର ପ୍ରାଧାନ୍ୟ ଦେବ। ସେ ପ୍ରଥମ ଥର ପାଇଁ ଗଠନ କରାଯାଇଥିବା ମତ୍ସ୍ୟ ବ୍ୟବସାୟୀକ ଔଦ୍ୟଗିକ କେନ୍ଦ୍ର ସହିତ ପ୍ରଧାନ ମନ୍ତ୍ରୀଙ୍କ ନେତୃତ୍ଵରେ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ଆନେକ ଯୁଗାନ୍ତକାରି ପଦକ୍ଷେପ ବିଷୟରେ ପ୍ରକାଶ କରିଥିଲେ।

ବାର୍ଷିକ ସାତ ପ୍ରତିଶତ ବୃଦ୍ଧି ହାର ଅର୍ଜନ କରି ଭାରତରେ ମତ୍ସ୍ୟ ଏକ ଉଜ୍ଜ୍ଵଳ ଶିଳ୍ପ ର ସମ୍ମାନ ପାଇପାରିଛି। ମାନ୍ୟବର ପ୍ରଧାନ ମନ୍ତ୍ରୀ ୨୦୨୫ ମସିହା ସୁଦ୍ଧା ୨୨ ନିୟୁତ ଟନ ମତ୍ସ୍ୟ ଉତ୍ପାଦନ ଓ ଏକ ଲକ୍ଷ୍ୟ କୋଟି ଟଙ୍କାର ରପ୍ତାନିର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ବର୍ତ୍ତମାନ ୧୩୦ ଲକ୍ଷ ଟନ ମତ୍ସ୍ୟ ଉତ୍ପାଦନ ହେଉଛି ଓ ୪୬, ୦୦୦ କୋଟି ଟଙ୍କା ର ମତ୍ସ୍ୟ ରପ୍ତାନି ହେଉଥିବା ପରିପ୍ରେକ୍ଷୀରେ ଯେଉଁ ଲକ୍ଷ୍ୟ ସ୍ଥିର କରାଯାଇଛି, କଷ୍ଟକର ହୋଇଥଲେ ମଧ୍ୟ ଚାରି ବର୍ଷ ମଧ୍ୟରେ ତାହା ହାସଲ କରିବାକୁ ପଡିବ।

କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସଚିବ, ଜିତେନ୍ଦ୍ର ନାଥ ସ୍ଵାଇଁ କହିଥିଲେଯେ ସେହି ମହତ ଆକାଂକ୍ଷା ଲକ୍ଷ ହାସଲ କରିବା ଦିଗରେ ପ୍ରଥମ ମତ୍ସ୍ୟ ବ୍ୟବସାୟୀକ ଔଦ୍ୟଗିକ କେନ୍ଦ୍ରର ପ୍ରତିଷ୍ଠା ଏକ ସମୟୋପଚିତ ପଦକ୍ଷେପ। ଆମକୁ ନୂତନ ଭାବେ ଗଢି ଉଠୁଥିବା ଔଦ୍ୟଗିକ ସଂସ୍ଥା ଗୁଡିକ ପାଇଁ ଅଭିନବ ଉପାୟ ବାହାର କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପଡିବ ଏବଂ ପ୍ରୋତ୍ସାହନ ପ୍ରଦାନ କରିବାକୁ ପଡିବ, ଓ ମତ୍ସ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମବାୟ ଗୁଡିକୁ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ।

ଜାତୀୟ ସମବାଯ ଉନ୍ନୟନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସନ୍ଦିପ ନାୟକ ପ୍ରକାଶ କରିଥିଲେଯେ ମୋଟାମୋଟି ଭାବରେ, ଦେଶରେ ମତ୍ସ୍ୟ କ୍ଷେତ୍ରରେ ପ୍ରାୟ ୩୦, ୦୦୦ ସମବାୟ କାର୍ଯ୍ୟ କରୁଛି। ସେ ଆହୁରି କହିଥିଲେଯେ ନୂତନ ଭାବେ ପ୍ରତିଷ୍ଠା କରାଯାଇଥିବା ମତ୍ସ୍ୟ ବ୍ୟବସାୟୀକ ଔଦ୍ୟଗିକ କେନ୍ଦ୍ର କେବଳ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ବା ଗତିବର୍ଦ୍ଧକ ନୁହେଁ, ବରଂ, ଏହା ସମ୍ପୂର୍ଣ ରୂପରେ ଏକ ବ୍ୟବସାୟୀକ କେନ୍ଦ୍ର। ସେ କହିଥିଲେଯେ ଏହି ଅଦ୍ଵିତୀୟ ପ୍ରୟାସ

ବିଶେଷ ଭାବରେ ଔଦ୍ୟଗିକ ଚିନ୍ତାଧାରାକୁ ବ୍ୟବସାୟୀକ କେନ୍ଦ୍ରରେ ପରିବର୍ତ୍ତନ କରିବା ପାଇଁ ଗୁରୁତ୍ଵ ଦେବ ଏବଂ ତାପରେ ଆରମ୍ଭ ହୋଇଥିବା ବ୍ୟବସାୟୀକ କାର୍ଯ୍ୟଧାରାକୁ ସମସ୍ତ ଆବଶ୍ୟକୀୟ ସହଯୋଗ ପ୍ରଦାନ କରାଯିବ। ଏହି ଔଦ୍ୟଗିକ କେନ୍ଦ୍ର ମଧ୍ୟ ଉଦ୍ୟୋଗ ଗୁଡିକୁ ମତ୍ସ୍ୟ କ୍ଷେତ୍ରରେ ବଜାର ଭିତ୍ତିକ ଆହ୍ଵାନ ଗୁଡିକୁ ସଫଳ ଭାବରେ ସମୁଖୀନ ହେବା ସହିତ କିପରି ସେଗୁଡିକ ଦକ୍ଷତାର ସହିତ ବ୍ୟବସାୟ ପରିଚାଳନା ଓ ଆୟ ଅର୍ଜନ କରିପାରିବେ, ସେହି ଦିଗରେ ଆବଶ୍ୟକ ପରାମର୍ଶ ଓ ଦିଗଦର୍ଶନ ଦିଆଯିବ।

ଅତ୍ୟନ୍ତ ଆବଶ୍ୟକୀୟ ଉପାଦାନ ଯଥା ରୁଣ ସହାୟତା ଏବଂ ଜାତୀୟ ସମବାୟ ଉନ୍ନୟନ ନିଗମ ମାଧ୍ୟମରେ ଆର୍ଥିକ ସହାୟତା ସଫଳ ଉଦ୍ୟୋଗୀ ମାନଙ୍କୁ ମଧ୍ୟ ପ୍ରଦାନ କରାଯିବ।

ଏହି ଅବସରରେ, ମାନ୍ୟବର କେନ୍ଦ୍ର ମନ୍ତ୍ରୀ ରୂପଲା ମଧ୍ୟ LINAC ପରିସରରେ ଥିବା ସର୍ଦ୍ଦାର ପଟେଲ ଅଡିଟୋରିଅମ ର ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକମରେ ଅନ୍ୟ ମାନଙ୍କ ମଧ୍ୟରେ କେନ୍ଦ୍ର ସରକାରଙ୍କ ମତ୍ସ୍ୟ ସଚିବ, ଡାଃ ରାଜୀବ ରଞ୍ଜନ, ଆରୋମା ମାଜିକ ଚେୟାର, ବ୍ଲୋସମ କୋଚର, ଜାତୀୟ ମତ୍ସ୍ୟ ଉନ୍ନୟନ ବୋର୍ଡ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଡାଃ ସି ॰ ସୁବର୍ଣା, NEDAC Bangkok ର ନିର୍ଦ୍ଦେଶକ ଡାଃ କେ॰ ଆର॰ ସାଇନ, ଓ ସହକାର ଭାରତୀର ଜାତୀୟ ସଭାପତି, ରମେଶ ବୈଦ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.