Home Top News ଶିକ୍ଷୟିତ୍ରୀ ମମିତାଙ୍କ ମୃତ୍ୟୁ ପସଙ୍ଗ: ନା ରାଜ୍ୟବାସୀ ଶୋଇପାରୁଛନ୍ତି, ନା ମୁଖ୍ୟମନ୍ତ୍ରୀଙ୍କୁ ଶୁଆଇ ଦିଆଯିବ :...

ଶିକ୍ଷୟିତ୍ରୀ ମମିତାଙ୍କ ମୃତ୍ୟୁ ପସଙ୍ଗ: ନା ରାଜ୍ୟବାସୀ ଶୋଇପାରୁଛନ୍ତି, ନା ମୁଖ୍ୟମନ୍ତ୍ରୀଙ୍କୁ ଶୁଆଇ ଦିଆଯିବ : କଂଗ୍ରେସ

38

– ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ନିଦ ହଜାଇ ଦିଆଯିବ : କଂଗ୍ରେସ

ଭୁବନେଶ୍ୱର ୧୭.୧୧ (ଓଡ଼ିଆ ପୁଅ) – ଗତକାଲି ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସଫେଇକୁ ନେଇ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଶ୍ରୀଯୁକ୍ତ ପଦ୍ମାକର ଗୁରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଚେହେରା, ଚିତ୍ର, ଚରିତ୍ର ଓ ଚାଲର ପର୍ଦ୍ଦାଫାସ କରିଛନ୍ତି। ୰ ମମିତା ମେହେର ପରିବାରବର୍ଗ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟଳୟର ଦ୍ୱାରସ୍ତ ହୋଇ ନିରପେକ୍ଷ ତଦନ୍ତ ଓ ତ୍ୱରିତ ନ୍ୟାୟ ନିମନ୍ତେ ପ୍ରାର୍ଥନା କରିବା ପରେ ପରେ ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସଫେଇ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଆଜିର କଂଗ୍ରେସର ସାମ୍ବାଦିକ ସମ୍ମିଳନୀରେ ଶ୍ରୀଯୁକ୍ତ ଗୁରୁ ଦର୍ଶାଇଛନ୍ତି। ଅପରାଧି ଅପରାଧ କରିନାହିଁ କହିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ବୋଲି ଶ୍ରୀଯୁକ୍ତ ଗରୁ କହିଛନ୍ତି। ଦୀର୍ଘ ୩୯ ଦିନ ବ୍ୟବଧାନରେ ସାକ୍ଷୀ ପ୍ରମାଣକୁ ନଷ୍ଟ କରାଯିବା, ଗୃହବିଭାଗର ଅଧସ୍ତନ କର୍ମଚାରୀଙ୍କ ପାରିବା ପଣିଆପ୍ରତି ରାଜ୍ୟବାସୀ କଠୋର ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି। “ଠାକୁର ଘରେ କିଏ – ନାଁ ମୁଁ କଦଳୀ ଖାଇ ନାହିଁ” ପରି ମନ୍ତ୍ରୀଙ୍କର ଅସଲ ମୁଖାର ପର୍ଦ୍ଦାଫାସ ଆଜି ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ଯେଉଁ ସମୟରେ ମନ୍ତ୍ରୀ ମହାଶୟ ରାଜ୍ୟବାସୀଙ୍କ ଆଗରେ ମୁହଁ ଖୋଲିବା କଥା, ସେ ସମୟରେ ଏହା ନକରି ଯେଉଁ ଅପରିଣାମଦର୍ଶିତା ଓ ମୁର୍ଖାମୀର ପରିଚୟ ଦେଲେ, ତାଙ୍କର ପାପକୁ ନା ସେ ଧୋଇପାରିବେ ନା ରାଜ୍ୟବାସୀ ଓ ପ୍ରଭୁ ତାଙ୍କୁ କ୍ଷମାଦେବେ। ଅତୀତରେ ନୀତି, ନୈତିକତାର ପାଠ ପଢ଼ାଉଥିବା ମୁଖ୍ୟମନ୍ତ୍ରୀ ମହାଶୟ ନିରନ୍ତର କ୍ୟାପଟେନ୍ ମିଶ୍ରଙ୍କୁ ଘଂଟଘୋଡ଼ାଇବା, ମୌନରହି ପ୍ରତ୍ୟକ୍ଷ ସମର୍ଥନ କରିବା ଆଜି ସରକାର ଓ ନିଜ ଦଳର ଭାବମୂର୍ତିୀକୁ କୁଠାରଘାତ ହେଲେବି ତାଙ୍କର ଅହଂକାର ଓ ଗର୍ବ ନାରୀ ସମାଜର ଆଖିର ଲୁହରେ ଭାସି ଯିବ ବୋଲି ଶ୍ରୀଯୁକ୍ତ ଗୁରୁ କହିଛନ୍ତି। କାଳବିଳମ୍ବ ନକରି ମୁଖ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ। ଯଦି ମନ୍ତ୍ରୀ ମହାଶୟଙ୍କର ସତ୍‌ସାହସ ଅଛି ତେବେ ଆମେ ଆହ୍ୱାନ କରୁଛୁ ଆଜି କିମ୍ବା କାଲି ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ନିଜକୁ ପକ୍ଷଭୁକ୍ତ କରିବାର ଲିଖିତ ଆବେଦନ ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ନିକଟରେ କଲେ ଓଡ଼ିଶାବାସୀ ହୁଏତ କିଛି ମାତ୍ରାରେ ତାଙ୍କୁ କ୍ଷମା ଦେଇପାରନ୍ତି।

ଉତର ପ୍ରଦେଶର ଲକ୍ଷୀମପୁର ଖେରୀ ଘଟଣାରେ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ସ୍ୱତଃପ୍ରବୁତ ଦଖଲ ପରି ନାରୀଜାତିର ସମ୍ମାନ, ସ୍ୱାଭିମାନ, ସୁରକ୍ଷା ଓ ଭବିଷ୍ୟତ ପ୍ରତି ୰ ମମିତା ମୃତ୍ୟୁ ଏକ ସମ୍ବେଦୀନଶୀଳ ପ୍ରସଙ୍ଗ ହୋଇଥିବାରୁ ମାନ୍ୟବର ଉଚ୍ଚନ୍ୟାୟଳୟ ପିଡ଼ୀତା ପରିବାରବର୍ଗଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବାକୁ ପ୍ରାର୍ଥନା କରୁଛୁ। ଉଚ୍ଚ ନ୍ୟାୟଳୟ ପ୍ରତି କଂଗ୍ରେସ ଦଳର ସଂପୂଣ୍ଣ ଭରଷା ଓ ସମ୍ମାନ ରହିଛି ବୋଲି ଶ୍ରୀଯୁକ୍ତ ଗୁରୁ ଦର୍ଶାଇଛନ୍ତି।

ଏଭଳି ଏକ ସ୍ପର୍ଶକାତର ଓ ସମ୍ବେଦିନଶୀଳ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମହାଶୟଙ୍କ ଅହେତୁକ ଓ କ୍ରମାଗତ ନୀରବତା ମୁଖ୍ୟମନ୍ତ୍ରୀଙ୍କ ମାଆକୁ ସମ୍ମାନ ନାରା ପ୍ରତି ଘୋର ଅପମାନ ବୋଲି ଶ୍ରୀଯୁକ୍ତ ଗୁରୁ ଦର୍ଶାଇଛନ୍ତି। ନା ଆଜି ରାଜ୍ୟବାସୀ ଶୋଇପାରୁଛନ୍ତି ନା ମୁଖ୍ୟମନ୍ତ୍ରୀ ଓ ଗୃହ ରାଜ୍ୟମନ୍ତ୍ରୀଙ୍କୁ ଶୁଆଇ ଦିଆଯିବ? ଉଭୟଙ୍କ ନିଦ ହଜାଇ ଦିଆଯିବ ବୋଲି ଶ୍ରୀଯୁକ୍ତ ଗୁରୁ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ପ୍ରଶାନ୍ତ ଶତପଥି, ଶୁଭଶ୍ରୀ ପଣ୍ଡା ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.