Home ଜିଲ୍ଲା ପରିକ୍ରମା ଦୂରଦୃଷ୍ଟିର ଅଭାବରୁ ଆରମ୍ଭ ହୋଇ ପାରୁନାହିଁ ଧାମରା-ତାଳଚୁଆ ପରିବହନ ସେବା, କ୍ଷେତ୍ରୀୟ ପରିଦର୍ଶନ ସାରି ବୃଥାରେ...

ଦୂରଦୃଷ୍ଟିର ଅଭାବରୁ ଆରମ୍ଭ ହୋଇ ପାରୁନାହିଁ ଧାମରା-ତାଳଚୁଆ ପରିବହନ ସେବା, କ୍ଷେତ୍ରୀୟ ପରିଦର୍ଶନ ସାରି ବୃଥାରେ ଫେରିଲେ ବାଣିଜ୍ୟ ନିର୍ଦେଶକ

41

ଭଦ୍ରକ, ୨୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ବାଣିଜ୍ୟ ବିଭାଗ ସରକାରଙ୍କ ପାଖରୁ ଅର୍ଥ ଆଣି ସାଧାରଣ ଲୋକଙ୍କ ପରିବହନ ସେବା ପାଇଁ ଅଂଟା ଭିଡିଥିବା ବେଳେ ଦୂରଦୃଷ୍ଟିର ଅଭାବ ପାଇଁ ଆଜି ଏହି ସେବା ଆରମ୍ଭ ହୋଇ ପାରି ନଥିବା ବେଳେ କେନ୍ଦ୍ର ସରକାରଙ୍କ ଆଦେଶ କୁ ଅପେକ୍ଷା କରି ବସିଛନ୍ତି । ଦୀର୍ଘ ୧ବର୍ଷ ହେବ ଭଦ୍ରକ ଜିଲ୍ଲା ର ଧାମରାକୁ କେନ୍ଦ୍ର ସରକାର (ଇନଲ୍ୟାଣ୍ଡ ଓାଟର ଟ୍ରାନ୍ସପୋର୍ଟ ଅଥରିଟି) ଏକ ଯାତ୍ରୀବାହୀ ବାର୍ଜ ଯୋଗାଇ ଦେଇଥିଲେ । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ଥିଲା ଉପାନ୍ତ ଏବଂ ଅଧୁଷିତ ଅଂଚଳରେ ଜଳପଥରେ ମାଲ ପରିବହନ ସହ ଯାତ୍ରୀ ପରିବହନ ବ୍ୟବସ୍ଥା କୁ ସୁଚାରୂରୂପେ ତୁଲାଇବା । ମାତ୍ର ଦୀର୍ଘ ୧ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ଏହି ସେବା ଯୋଗାଇବା ପାଇଁ ଏଘର ମାଉସୀ ସେଘର ପିଉସୀ ହୋଇ କାର୍ଯ୍ୟ ସଂପର୍ଣ କଲେ । ଏଥିପାଇଁ ରାଜ୍ୟ ସରକାରଙ୍କ ବଜେଟ ଥିଲେ ମଧ୍ୟ ସରକାରଙ୍କ ଆନ୍ତରିକତା ଅଭାବ ସାଙ୍ଗକୁ ଦୂର ଦୃଷ୍ଟିର ଅଭାବ ଯୋଗୁ ଆଜି ପର୍ଯ୍ୟନ୍ତ ଏହି ସେବା ଆରମ୍ଭ ହୋଇ ପାରୁନାହିଁ ।ବାଣିଜ୍ୟ ବିଭାଗ ୧୪୬ କୋଟି ବ୍ୟୟରେ ୨ଟି ଏରୋଫାକ୍ସ ଜେଟି ନିର୍ମାଣ କରିବାକୁ ମନସ୍ଥ କରିଥିଲେ । ଏହି ଜେଟି ଗୋଟିଏ ଧାମରାରେ କାଳିନାଳୀ ଠାରେ ଆଉ ଗୋଟିଏ କେନ୍ଦ୍ରାପଡା ଜିଲ୍ଲାର ତାଳଚୁଆ ଠାରେ ହେବ ବୋଲି ସ୍ତିରୀୃକୃତ ହୋଇ ସାରିଥିବା ବେଳେ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ସିଆରଜେଡ କ୍ଲିୟରାନ୍ସ ହାସଲ କରିବାରେ ସଫଳ ହୋଇ ପାରି ନାହାନ୍ତି । ଶେଷରେ ବାଧ୍ୟ ହୋଇ ରାଜ୍ୟ ସରକାର ଏକ ପ୍ରାଇଭେଟ ଏଜେନ୍ସି ର ସହାୟତା ନେଇଛନ୍ତି ଏବଂ ଖୁବ ଶୀଘ୍ର ଏହି କ୍ଲିୟରାନ୍ସ ମିଳିଯିବ ବୋଲି ବାଣିଜ୍ୟ ବିଭାଗର ନିର୍ଦେଶକ ଆଶାବାଦୀ ।

ଏହି କ୍ଲିୟରାନ୍ସ ମିଳିବା ପରେ ୨ଟି ଏରୋଫାକ୍ସ ଜେଟୀର ଟେଣ୍ଡର ହେବ । ଅନ୍ୟ ପକ୍ଷରେ ବାଣିଜ୍ୟ ବିଭାଗ ଅତିରିକ୍ତ ବ୍ୟୟ ବରାଦରେ ଧାମରା ଠାରେ ୪୦ଲକ୍ଷ ଏବଂ ତାଳଚୁଆ ଠାରେ ୬୨ଲକ୍ଷ ବ୍ୟୟ ବରାଦରେ ୨ଟି ଜେଟି ଯୁଦ୍ଧ କାଳୀନ ଭିତିରେ ନିର୍ମାଣ ସାରିଛନ୍ତି । ତାଳଚୁଆ ଜନତା ପୁନଶ୍ଚ ନିଜ ଅଂଚଳରଥିବା ଜେଟୀକୁ ପୁନଃ ନିର୍ମାଣ କରିବାକୁ ବାଣିଜ୍ୟ ବିଭାଗ ଠାରେ ଦାବୀ ରଖିବାରୁ ବାଣିଜ୍ୟ ବିଭାଗ ଅତିରିକ୍ତ ୪ଲକ୍ଷ ବ୍ୟୟ ବରାଦରେ ଏହି ପୁରୁଣା ମାଛଧରା ଜେଟୀର କାର୍ଯ୍ୟ ମଧ୍ୟ ସଂପୂର୍ଣ କରିଥିଲେ । ବାଣିଜ୍ୟ ବିଭାଗର ନିର୍ଦେଶକ ପଦ୍ମଲୋଚନ ରାଉଳ, କାର୍ଯ୍ୟନିର୍ବାହୀଯନ୍ତ୍ରୀ ଶରତ ଚନ୍ଦ୍ର ମହାରଣା,ଉପଖଣ୍ଡ ଅଧିକାରୀ ବିଜୟ କୁମାର ସାହୁ ପ୍ରମୁଖ ଆସି ଧାମରା ଜେଟୀରେ ଇନଲ୍ୟାଣ୍ଡ ଓାଟର ଟ୍ରାନ୍ସପୋର୍ଟ ଅଥରିଟି ଦେଇଥିବା ଯାତ୍ରୀବାହୀ ବାର୍ଜ ଲଗାଇବାକୁ ଚାହିଁଥିଲେ ମଧ୍ୟ ସଫଳ ହୋଇ ପାରି ନଥିଲେ । ଏହାର କାରଣ ଦେଖିବାକୁ ଯାଇ ଚାନ୍ଦବାଲି ଠାରେ ଆର୍ନ୍ତଦେଶୀୟ ଜଳପଥ ସଂସ୍ଥା/ବାଣିଜ୍ୟ ବିଭାଗରେ କେବଳ ଛୋଟ ଛୋଟ ମୋଟର ଲଂଚ /ବୋଟ ଚଳାଇବାକୁ ଡ୍ରାଇଭର ଥିବା ବେଳେ ମାଷ୍ଟର ଉପାଧିଧାରୀ ଚାଳକ ନଥିବାରୁ ଜେଟୀରେ ଲଗାଇବା ସମ୍ଭବ ହୋଇ ପାରିଲାନାହିଁ । ଫଳରେ ବାଧ୍ୟ ହୋଇ ବିଭାଗୀୟ କର୍ତ୍ତୃପକ୍ଷ ଭଗ୍ନ ମନୋରଥରେ ଫେରିଯାଇଥିଲେ । ଅନ୍ୟ ପକ୍ଷରେ ବାଣିଜ୍ୟ ବିଭାଗୀୟ କର୍ତୁପକ୍ଷ କୋଲକାତା ଠାରେ ଥିବା ଇନଲ୍ୟାଣ୍ଡ ଓାଟର ଟ୍ରାନ୍ସପୋର୍ଟ ଅଥରିଟି ଙ୍କୁ ପତ୍ରଲେଖି ଜଣେ ମାଷ୍ଟରଙ୍କୁ ଧାମରା ପଠାଇବାକୁ ଅନୁରୋଧ କରିଛନ୍ତି । ସେ ଆସିବା ପରେ ଏହି ବାର୍ଜର ଚଳାଚଳ ଆରମ୍ଭ ହେବ ବୋଲି ଏକ ବିଶ୍ୱସ୍ଥ ସୂତ୍ରରୁ ଜଣାଯାଇଛି । ଅନ୍ୟ ପକ୍ଷରେ ବାଣିଜ୍ୟ ବିଭାଗର ନିର୍ଦେଶକ ମାର୍ଚ ୧ରୁ ଏହି ସେବା ଆରମ୍ଭ କରିବା ପାଇଁ ମନ ବଳାଇଥିବା ବେଳେ ଏହି ସେବା କେବେ ଆରମ୍ଭ ହେବ ଏବଂ ଏହି ବାର୍ଜରେ ନିୟୋଜିତ ହେବାକୁ ଥିବା ଷ୍ଟାଫ ମାନଙ୍କ ଦରମା ପାଇଁ ଆବଶ୍ୟକ ପଡୁଥିବା ଅର୍ଥ ପାଇଁ ରାଜ୍ୟ ସରକାରଙ୍କ ଅତିରିକ୍ତ ବଜେଟର ଆବଶ୍ୟକତା ଅଛି ରାଜ୍ୟ ସରକାର ବଜେଟ ଦେଲେ ଏହି ସେବା ସୁରୁଖୁରୁରେ ଆରମ୍ଭ ହେବ ବୋଲି ଅଂଚଳବାସୀ ଆଶାବାଦୀ ଥିବା ବେଳେ ଏହି ସେବା କେବେ ଆରମ୍ଭ ହେବ ଏବଂ ଜଳପଥରେ ଆର୍ନ୍ତଜିଲ୍ଲା ପରିବହନ ସତରେ କାଯ୍ୟକାରୀ ହେବ ତାହା ପ୍ରଶ୍ନବାଚୀ ହୋଇ ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.