Home ଜିଲ୍ଲା ପରିକ୍ରମା ଦୀର୍ଘ ଦଶଦ୍ଧିରେ ବଦଳି ପାରୁନି କାଣ୍ଡପୋଖରୀ ଗ୍ରାମର ଚିତ୍ର

ଦୀର୍ଘ ଦଶଦ୍ଧିରେ ବଦଳି ପାରୁନି କାଣ୍ଡପୋଖରୀ ଗ୍ରାମର ଚିତ୍ର

67

ଭଦ୍ରକ, ୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବନ୍ତ ବ୍ଲକ୍ ବସନ୍ତିଆ ପଂଚାୟତର ୫ନଂ ୱାର୍ଡରେ ଅବସ୍ଥିତ କାଣ୍ଡପୋଖରୀ ଗ୍ରାମ ଅବସ୍ଥିତ। ଉକ୍ତ ଗ୍ରାମରେ ଶତାଧିକ ହରିଜନ ଶ୍ରେଣୀର ବ୍ୟକ୍ତିବିଶେଷ ମାନେ ବସବାସ କରନ୍ତି। ଏହି ଗ୍ରାମର ରୂପରେଖରେ ପରିବର୍ତ୍ତନ ଘଟିନାହିଁ। ଆଖିରେ ନ ଦେଖିଲେ ଉକ୍ତ ଗ୍ରାମର ଦୁର୍ଦ୍ଦଶାକୁ ଅନୁଭବ କରି ହେବ ନାହିଁ। ଗ୍ରାମର ଚତୁର୍ପାଶ୍ୱର୍ରେ ଚାଷ ଜମି ସହ ସମ୍ମୁଖରେ ଜଳାଶୟ ଅବସ୍ଥିତ। ଏହି ଗ୍ରାମକୁ ନିର୍ବାଚନ ବେଳେ ଭୋଟପାଇଁ ନେତା ଙ୍କର ପାଦପଡ଼ିବା ସହ ସେମାନେ ଭୋଟରମାନଙ୍କୁ ମେଂଚା ମେଂଚା ପ୍ରତିଶ୍ରୁତି ର ପାହାଡ଼ ଦେଇ ଥାନ୍ତି। ଭୋଟ ସରିଲେ କାହାର ପାଦ ପଡ଼େନି ବୋଲି କ୍ଷୋଭର ସହ ପ୍ରକାଶ କରନ୍ତି ଗ୍ରାମବାସୀ। ଉକ୍ତ ଗ୍ରାମରୁ ମାତ୍ର ଅଧକିମି ରାସ୍ତା ସିଲନ୍ଦି ଗ୍ରାମକୁ ସଂଯୋଗ କରିଥିବା ଥିବା ବେଳେ ତାହା ନିର୍ମାଣ ନହୋଇ ପାଣି କାଦୁଅରେ ଭରପୁର ହୋଇଛି। ଗ୍ରାମ ର ମୁଣ୍ଡରେ କାଣ୍ଡପୋଖେରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ତା ସମ୍ମୁଖରେ ବଜ୍ର ମହାକାଳଙ୍କ ପୀଠସ୍ଥଳୀ। ଏହି କଦମାକ୍ତ ରାସ୍ତା ସହ ଆଂଟୁଏ ପାଣିରେ ପଶି ଉକ୍ତ ଗ୍ରାମରୁ ଅନ୍ୟ ବିଦ୍ୟାଳୟ କୁ ଛାତ୍ରଛାତ୍ରୀ ଙ୍କ ସହ ବୃଦ୍ଧା, ବୃଦ୍ଧା, ରୋଗୀ ଏବଂ ଅନ୍ୟାନ୍ୟ ଆଗନ୍ତୁକମାନଙ୍କୁ ବର୍ଷ ତମାମା ଯା ଆସ କରିବାକୁ ପଡ଼ିଥାଏ। ଗ୍ରାମର ମୁଖ୍ୟ ସମସ୍ୟା ରାସ୍ତା ହୋଇଥିବା ବେଳେ ଆହୁରି ଅନେକ ସମସ୍ୟା ଘେରରେ ରହିଛି ଏହି ଗ୍ରାମ ରେ। ତାହା ହେଲା ସ୍ୱାସ୍ଥ୍ୟ ପରିମଳ ଓ ପାନୀୟ ଜଳ ଇତ୍ୟାଦି। ବର୍ତମାନ ବର୍ଷାଦିନ ଚାଲୁଥିବାରୁ ଉକ୍ତ ଗ୍ରାମଟି ପ୍ରାୟ ବାହ୍ୟ ଜଗତରୁ ଏକ ପ୍ରକାର ବିଚ୍ଛିନ୍ନ ହେବାର ଦେଖାଯାଏ।। ରାସ୍ତାରେ ଏବେ ବର୍ଷା ଦିନରେ ଆଂଟୁଏ ପାଣି ଜମିବା ସହ କାଦୁଅ ରେ ଗ୍ରାମବାସୀ ଏହାର ମୁଖ୍ୟରାସ୍ତା ସିଲନ୍ଦି ଓ ବରମୁଣ୍ଡା ଯିବାକୁ ନାନା ସମସ୍ୟାରେ ସମ୍ମୁଖିନ ହେଉଛନ୍ତି। ଉକ୍ତ ଗ୍ରାମଟି ମଧ୍ୟ ପୁଷ୍କରିଣୀର ସମ୍ମୁଖରେ ଥିବାରୁ ଓ ଏହାର ପାଶ୍ୱର୍ରେ ବାସ ଗୃହମାନ ଅବସ୍ଥିତ ଥିବାରୁ ପାଣି କାଦୁଅରେ ନାନା ସମସ୍ୟାରେ ସମ୍ମୁଖିନ ହେବାକୁ ପଡ଼ୁଛି ଗ୍ରାମବାସୀଙ୍କୁ। ଉକ୍ତ ସମସ୍ୟା ବିଷୟରେ ଗ୍ରାମବାସୀ ମାନେ ବହୁସମୟରେ ବିଭିନ୍ନ ବ୍ୟକ୍ତିମାନଙ୍କୁ ଅବଗତକରି ଏହାର ରୁପ ରେଖର ପରିବର୍ତ୍ତନ ହୋଇନଥିବାର ପ୍ରକାଶ କରନ୍ତି। ସରକାର ଗ୍ରାମାଂଚରେ ବସବାସ କରୁଥିବା ବ୍ୟକ୍ତିବିଶେଷ ମାନଙ୍କର ଯାତାୟତର ସୁବିଧା ପାଇଁ ବିଭିନ୍ନ ପ୍ରକାର ରାସ୍ତା ଯଥା-ମେଟାଲ, ମୋରମ, କଂକ୍ରିଟ ଓ ପିଚୁ ରାସ୍ତା ନିର୍ମାଣ କରାଉଥିବା ବେଳେ ଏହାକିନ୍ତୁ ପାଣିକାଦୁଆରେ ଭରପୁର ହୋଇଛି। ଏହାକୁ ସ୍ଥାୟୀ ଏକପକ୍କା ରାସ୍ତାରେ ପରିଣତ ପାଇଁ ଗ୍ରାମବାସୀ ମାନେ ଦୃଢ଼ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.