Home ଓଡ଼ିଶା ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ ମୁରଲୀଧରଙ୍କର ହେଲା ବଦଳି – ଏବେ...

ଦିଲ୍ଲୀ ହିଂସା ମାମଲାର ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ ମୁରଲୀଧରଙ୍କର ହେଲା ବଦଳି – ଏବେ ଚିଫ ଜଷ୍ଟିସ ଡି.ଏନ ପଟେଲ କରିବେ ଶୁଣାଣି

318

ନୂଆ ଦିଲ୍ଲୀ ୨୬-୨ (ଓଡ଼ିଆ ପୁଅ) ଦିଲ୍ଲୀ ହିଂସା ପାଇଁ ଦାୟୀ ୩ ବିଜେପି ନେତାମାନଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିବାର ଦାବି କରି କରାଯାଇଥିବା ଯାଚିକା ଉପରେ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟରେ ଜଷ୍ଟିସ ମୁରଲୀଧର ସରକାର ଏବଂ ଦିଲ୍ଲୀ ପୁଲିସ ଉପରେ ପ୍ରଶ୍ନ ଉଠାଇଥିଲେ। କିନ୍ତୁ ଏହି ମାମଲାରେ ଏବେ ଚିଫ ଜଷ୍ଟିସ ଡିଏନ ପଟେଲଙ୍କର କୋର୍ଟକୁ ସିଫ୍ଟ କରି ଦିଆଯାଇଛି।

ଦିଲ୍ଲୀ ହିଂସାର ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟ ସରକାରଙ୍କ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ସଲିସିଟର ଜେନେରାଲ ତୁଷାର ମେହେତା ଏବଂ ହାଇକୋର୍ଟର ଜଷ୍ଟିସ ଏ ମୁରଲୀଧରଙ୍କ ମଧ୍ୟରେ ମଧ୍ୟରେ ଗରମା ଗରମ ଯୁକ୍ତି ହୋଇଥିଲା, କିନ୍ତୁ ଏବେ ଏହି ମାମଲାର ଶୁଣାଣି ଜଷ୍ଟିସ ମୁରଲୀଧର କରିବେନାହିଁ। ଏହି ମାମଲାକୁ ଏବେ ହାଇକୋର୍ଟର ଚିଫ ଜଷ୍ଟିସ ଡି ଏନ ପଟେଲଙ୍କର ବେଞ୍ଚକୁ ଟ୍ରାନ୍ସଫର କରି ଦିଆଯାଇଛି।

ଦିଲ୍ଲୀ ହାଇକୋର୍ଟରେ ବୁଧବାର (୨୬, ଫେବ୍ରୁଆରୀ, ୨୦୨୦) ରେ ସାମାଜିକ କାର୍ଯ୍ୟକର୍ତ୍ତା ହର୍ଷ ମନ୍ଦରଙ୍କର ସେହି ଯାଚିକା ଉପରେ ଶୁଣାଣି ହୋଇଥିଲା। ଯେଉଁଥିରେ ସେ ତିନି ବିଜେପି ନେତାମାନଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିବା ପାଇଁ ଦାବି କରିଥିଲେ। ଯାଚିକାରେ କୁହାଯାଇଥିଲା କି ଏହି ତିନି ନେତାମାନଙ୍କର ଭଡ଼କାଉ ବୟାନ ଯୋଗୁଁ ଦିଲ୍ଲୀ ହିଂସାର ଶିକାର ହୋଇଥିଲା ଏବଂ ଲୋକମାନଙ୍କର ଜୀବନ ଯାଇଛି।

ଶୁଣାଣି ସମୟରେ ଜଷ୍ଟିସ ମୁରଲୀଧର ସରକାରଙ୍କର ତରଫରୁ ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ। ଜଷ୍ଟିସ ମୁରଲୀଧର ଏହି ମାମଲାରେ ଆସନ୍ତା କାଲି ଅର୍ଥାତ୍ ଗୁରୁବାର (୨୭, ଫେବ୍ରୁଆରୀ, ୨୦୨୦) ଦିନ ଦ୍ୱିପ୍ରହର ୨.୧୫ ବେଳେ ଶୁଣାଣି ପାଇଁ ସୂଚୀବଦ୍ଧ କରିଥିଲେ। କିନ୍ତୁ କୋର୍ଟର ଯେଉଁ କାର୍ଯ୍ୟସୂଚୀ ସାମନାକୁ ଆସିଛି, ତା’ ମୁତାବକ ଏହି ମାମଲାକୁ ଏବେ ହାଇକୋର୍ଟର ଚିଫ ଜଷ୍ଟିସ ଡି.ଏନ ପଟେଲଙ୍କର ବେଂଚକୁ ସିଫ୍ଟ କରି ଦିଆଯାଇଛି।

ହର୍ଷମନ୍ଦରଙ୍କର ଯାଚିକା ଉପରେ ପ୍ରଥମେ ବୁଧବାରଦିନ ଚିଫ ଜଷ୍ଟିସ ଡି.ଏନ ପଟେଲଙ୍କର କୋର୍ଟରେ ହିଁ ଶୁଣାଣି ହେବାରଥିଲା। କିନ୍ତୁ ବୁଧବାରଦିନ ଚିଫ ଜଷ୍ଟିସ ଡି.ଏନ ପଟେଲ ଏବଂ କୋର୍ଟର ସବୁଠାରୁ ବରିଷ୍ଠ ଜଜ ଜଷ୍ଟିସ ଜି.ଏସ ସିସ୍ତାନୀ, ଦୁଇଜଣ ଉପସ୍ଥିତ ନଥିଲେ। ଏହି କାରଣରୁ ହର୍ଷ ମନ୍ଦରଙ୍କର ଓକିଲ କଲିନ ଗୋଂଜାଲ୍ବେସ ମାମଲାରେ ଜଷ୍ଟିସ ମୁରଲୀଧରଙ୍କର କୋର୍ଟରେ ଆଗତ କରାଯାଇଥିଲା। ଯାହା ଉପରେ ବୁଧବାରଦିନ ଶୁଣାଣି ହୋଇଥିଲା। ଜଷ୍ଟିସ ପଟେଲ ଏବଂ ଜଷ୍ଟିସ ସିସ୍ତାନୀଙ୍କ ପରେ ଜଷ୍ଟିସ ମୁରଲୀଧର ହିଁ ହାଇକୋର୍ଟର ସବୁଠାରୁ ବରିଷ୍ଠ ଜଜ ଅଟନ୍ତି।

କାରଣ, ଯାଚିକାକୁ ଅତି ଆବଶ୍ୟକ (ମୋଷ୍ଟ ଅରଜେଂଟ) ଭାବରେ ଆଗତ କରାଯାଇଥିଲା, ସେଥିପାଇଁ ଜଷ୍ଟିସ ମୁରଲୀଧର ଏହି ମାମଲାର ଶୁଣାଣି ପାଇଁ ସହମତ ହୋଇଥିଲେ ଏବଂ ସେ ଅଧିକାରୀମାନଙ୍କୁ ନୋଟିସ ଜାରୀ କରିଥିଲେ। ବୁଧବାରଦିନ ଏହି ମାମଲାର ଶୁଣାଣି ଦ୍ୱିପ୍ରହର ୧୨.୩୦ ବେଳେ ହୋଇଥିଲା, ଏଥିରେ ବିଭିନ୍ନ ପ୍ରଶ୍ନ ପଚରାଯାଇଥିଲା। ମାମଲାର ଶୁଣାଣି କରି ଜଷ୍ଟିସ ମୁରଲୀଧର ଏବଂ ଜଷ୍ଟିସ ତଲବଂତ ସିଂହ ସଲିସିଟର ଜେନେରାଲ ଏବଂ ଦିଲ୍ଲୀ ପୁଲିସକୁ ବିଭିନ୍ନ ପ୍ରଶ୍ନର ଉତ୍ତର ପଚାରିଥିଲେ।

ସବୁଠାରୁ ପ୍ରଥମେ ଏହି ମାମଲାରେ କୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ କାରଣ ଯେତେବେଳେ ତୁଷାର ମେହତା କହିଲେ କି ଏହି ମାମଲାରେ ଅର୍ଜେଂଟ ହିୟରିଂଗ ଅର୍ଥାତ୍ ତୁରନ୍ତ ଶୁଣାଣି କରିବାର ଆବଶ୍ୟକତା ନାହିଁ। ବିଶେଷକରି ବିଜେପିର ତିନି ନେତା କପିଲ ମିଶ୍ର, ପରବେଶ ବର୍ମା ଏବଂ ଅନୁରାଗ ଠାକୁରଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିବାର ଦାବି ନିରାଧାର ଅଟେ। ମହେତା ତର୍କ କରିଥିଲେ କି ସେ ଏହି ତିନି ନେତାମାନଙ୍କର ଭାଷଣର ଭିଡିଓ ଦେଖି ନାହାଁନ୍ତି। ଦିଲ୍ଲୀର ଡିସିପି କ୍ରାଇମ ବ୍ରାଞ୍ଚ ରାଜେଶ ଦେବ ମଧ୍ୟ ଏହି ଭିଡିଓକୁ ଦେଖି ନାହାଁନ୍ତି ବୋଲି କହିଥିଲେ।

ଏହା ଉପରେ ବିଚାରପତି ପଚାରିଲେ, “କ’ଣ ଆପଣ କହୁଛନ୍ତି କି ଦିଲ୍ଲୀର ପୁଲିସ କମିଶନର ଏହି ଭିଡିଓ କୁ ଦେଖି ନାହାନ୍ତି?” ଜଷ୍ଟିସ ମୁରଲୀଧର କହିଲେ କି, “ଦିଲ୍ଲୀ ପୁଲିସର ଅବସ୍ଥାରେ ମୁଁ ହଇରାଣରେ ଆସିଯାଇଛି।” ତା’ ପରେ କୋର୍ଟ ଭିଡିଓକୁ କୋର୍ଟରେ ଚଲାଇବାକୁ କହିଲେ। ତା’ ପରେ କୋର୍ଟ ତୁଷାର ମେହତାଙ୍କୁ ଦ୍ୱିପ୍ରହର ୨.୩୦ ବେଳ ପର୍ଯ୍ୟନ୍ତ ସମୟ ଦେଇଥିଲେ।

ଶୁଣାଣି ସମୟରେ ହର୍ଷ ମନ୍ଦରଙ୍କର ଓକିଲ କଲିନ ଗୋଂଜାଲ୍ବେସ ତର୍କ ରଖିଥିଲେ କି ଶେଷରେ ଏହି ତିନି ନେତାମାନଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିବାର କ’ଣ ଆବଶ୍ୟକତା ଅଛି। ଏହା ଉପରେ ତୁଷାର ମେହତା ବିରୋଧ କରି ପ୍ରକାଶ କରିଥିଲେଯେ, ଯାଚିକାକର୍ତ୍ତା ଏହି ତିନି ନେତାଙ୍କ ବିରୁଦ୍ଧରେ ଏଫଆଇଆର ରୁଜୁ କରିବା ପାଇଁ କାହିଁକି କହୁଛନ୍ତି। ସେ କହିଲେ କି ବହୁତ ନେତା ଭଡ଼କାଉ ଭାଷଣ ଦେଇଛନ୍ତି, ଏ କ୍ଷେତ୍ରରେ ହର୍ଷ ମନ୍ଦରଙ୍କୁ କହିବାକୁ ପଡ଼ିବା ଆବଶ୍ୟକ କି କେବଳ ଏହି ତିନି ନେତାମାନଙ୍କ ବିରୁଦ୍ଧରେ ଏଫଆଇଆର କ’ଣ ପାଇଁ ଦାବି କରୁଛନ୍ତି।

ଏହା ଉପରେ ଜଷ୍ଟିସ ମୁରଲୀଧର କହିଲେ କି, “ଆପଣଙ୍କ ଏହି ତର୍କରେ ପୋଲିସର ଛବି ଆହୁରି ଖରାପ ହେବ। ଆପଣ କହୁଛନ୍ତି କି ପୁଲିସ ନା କେବଳ ଏହି ତିନି ଭିଡିଓ କ୍ଲିପକୁ ଗୁରୁତ୍ତ୍ୱରଭାବେ ନେବାରେ ଅକ୍ଷମ ହୋଇଛି ପୋଲିସ୍, କିନ୍ତୁ ଆହୁରି ମଧ୍ୟ ଅନେକ କ୍ଲିପ୍ସ ଅଛି ଯେଉଁଗୁଡ଼ିକୁ ଗୁରୁତର ଭାବେ ପୋଲିସ ବିଚାରକୁ ନେଇ ନାହିଁ।” ଏହାର ଜବାବରେ ତୁଷାର ମେହତା କହିଲେ କି ପୁଲିସ ବିଚାର କରୁଛି ଏବଂ ଠିକ ସମୟ ଆସିଲେ ମାମଲା ରୁଜୁ କରାଯିବ। ଏହା ଉପରେ ଜଷ୍ଟିସ ମୁରଲୀଧର ପଟାରିଲେ, “ଠିକ ସମୟ କେବେ ଆସିବ? ଯେତେବେଳେ ସମ୍ପୂର୍ଣ୍ଣ ସହର ଜଳିଯିବ?”

ସେ କହିଲେ କି କୋର୍ଟର କାମ ଲୋକମାନଙ୍କର ଜୀବନ ଏବଂ ସ୍ୱତନ୍ତ୍ରତା ରକ୍ଷା କରିବା, ଏବଂ ଏକ ସଂବୈଧାନିକ କୋର୍ଟ ହେବା କାରଣରୁ ଆମେ ଆଖି ବନ୍ଦ କରିପାରିବୁ ନାହିଁ। ତା’ ପରେ କୋର୍ଟ ପଚାରିଲେ କି ଏହି ହିଂସାରେ କେତେ ଲୋକଙ୍କର ଜୀବନ ଯାଇଛି। ତା’ ଜବାବରେ ତୁଷାର ମେହତା କହିଲେ କି ପୁଲିସ ଠିକ ସମୟରେ ମାହୌଲ ଠିକ ହେବାପାଇଁ କାର୍ଯ୍ୟାନୁଷ୍ଠାନ ନେବ। ଏହା ଉପରେ କୋର୍ଟ କହିଲେ, “ ଯଦି ଆପଣ ଆକ୍ସନ ନେବାରେ ଅକ୍ଷମ ରହିବେ ତେବେ ଅବସ୍ଥା ଏବଂ ମାହୌଲ ଠିକ କିପରି ହେବ।” ଏହା ଉପରେ ତୁଷାର ମେହତା କହିଲେ ଆପଣ ନାରାଜ ହେଉଛନ୍ତି, ତା’ ଜବାବରେ ଜଷ୍ଟିସ ମୁରଲୀଧର କହିଲେ କି ନାରାଜ ନୁହେଁ, ରାଗ ମାଡ଼ୁଛି।

ଏବେ ଏହି ମାମଲା ଚିଫ ଜଷ୍ଟିସଙ୍କର କୋର୍ଟକୁ ଯାଇଛି। କିନ୍ତୁ ବର୍ତ୍ତମାନ ଏହା ସ୍ପଷ୍ଟଯେ, ଚିଫ ଜଷ୍ଟିସ ଡି ଏନ ପଟେଲ, ଜଷ୍ଟିସ ମୁରଲୀଧରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦେଶ ଏବଂ ଶୁଣାଣିକୁ କେସରେ ସାମିଲ କରିବେ କି ଏହି ମାମଲା ନୂତନ ଭାବେ ଶୁଣାଣି ହେବ ତାହା ପରେ ଜଣାପଡ଼ିବ।

ସୂଚନାଯୋଗ୍ୟଯେ, କି ଜଷ୍ଟିସ ମୁରଲୀଧରନଙ୍କୁ ଏବେ ସୁପ୍ରୀମ କୋର୍ଟ କଲେଜିୟମ ପଂଜାବ ଏବଂ ହରିୟାଣା ହାଇକୋର୍ଟକୁ ବଦଳି କରିବା ପାଇଁ ସୁପାରିଶ୍ କରିଛନ୍ତି। ଏହା ଉପରେ ବିଭିନ୍ନ ମହଲରେ ବିଭିନ୍ନ ପ୍ରତିକ୍ରିୟା ଆସିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.